ନାଗପୁର ରେଳ ଷ୍ଟେସନରେ ଘଟିଲା ଅଘଟଣ ,ମାନସିକ ରୋଗୀଙ୍କ ଆକ୍ରମଣରେ ଚାଲିଗଲା ଦୁଇ ଜୀବନ

ମହାରାଷ୍ଟ୍ରର ନାଗପୁର ରେଳ ଷ୍ଟେସନରେ ଆଜି ସକାଳ ସମୟରେ ଏକ ଘଟଣା ଘଟିଛି ଯାହାକି ଆପଣଙ୍କ ହୃଦୟକୁ ଦୋହଲାଇ ଦେବ । ଏକ ମାନସିକ ସ୍ତରରେ ରୋଗଗ୍ରସ୍ତ ବ୍ୟକ୍ତି ପ୍ଲାଟ୍ ଫର୍ମର ଶୋଇ ରହିଥିବା କିଛି ଲୋକଙ୍କ ଉପରେ କଂକ୍ରିଟ ସ୍ଲାବ୍ ମାଧ୍ୟମରେ ଆକ୍ରମଣ କରିଥିଲା । ଯାହାଫଳରେ ଦୁଇ ଜଣଙ୍କ ଜୀବନ ଚାଲି ଯାଇଥିଲା ଓ ଦୁଇ ଜଣ ଗୁରୁତର ହୋଇଛନ୍ତି । ଏ ସମସ୍ତ ଯାତ୍ରୀ ନାଗପୁର ରେଳ ଷ୍ଟେସନର ପ୍ଲାଟଫର୍ମ ୬ ନମ୍ବରରେ ଟ୍ରେନକୁ ଅପେକ୍ଷା କରି ଶୋଇ ରହିଥିଲେ । ତାପରେ ଭୋର ୩ ଟା ୧୫ ମିନିଟ୍ ରେ ଏକ ପାଗଳ ବ୍ୟକ୍ତି ପ୍ଲାଟଫର୍ମ ରେ ଶୋଇ ରହିଥିବା ବ୍ୟକ୍ତିଙ୍କ ଉପରେ ହଠାତ୍ ଆକ୍ରମଣ କରିଥିଲା ।

ଯାହା ଫଳରେ ଘଟଣା ସ୍ଥଳରେ ହିଁ ଦୁଇ ଜଣ ବ୍ୟକ୍ତିଙ୍କ ପ୍ରାଣ ବାୟୁ ଉଡ଼ି ଯାଇଥିଲା । ଏହି ମୃତକ ଦୁଇ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ତାମିନାଡୁର ବୋଲି ସୂଚନା ମିଳିଛି। ଆଉ ଅନ୍ୟ ବ୍ୟକ୍ତିଙ୍କର ପରିଚୟ ମିଳି ପାରିନାହିଁ । ତେବେ ଆହତ ହୋଇଥିବା ବ୍ୟକ୍ତି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଯାତ୍ରୀ ନାଗପୁର ଓ ଅନ୍ୟ ଜଣେ ମଧ୍ୟ ପ୍ରଦେଶର ଗାୱେଲିୟରରେ ରହୁଥିବା ବ୍ୟକ୍ତି ବୋଲି ଜଣା ପଡିଛି । ବିନା କୌଣସି ଉତ୍ତେଜନା କରି ବ୍ୟକ୍ତିଟି ୬ନମ୍ବର ପ୍ଲାଟଫର୍ମରେ ପହଞ୍ଚିଥିଲା ଏହା ସହ ୫୦ କେଜିର ସ୍ଲାବ ଦ୍ଵାରା ଶୋଇ ରହିଥିବା ବ୍ୟକ୍ତିଙ୍କ ଉପରେ ପକାଇଥିଲା ।  ସେମାନଙ୍କ ଚିତ୍କାର ଶୁଣି ସେଠାରେ ଥିବା ଜିଆର୍ ପି ପୋଲିସ୍ ସେଠାରେ ପହଞ୍ଚି ଥିଲା ବୋଲି ରାଜକୀୟ ରେଳ ପୋଲିସ ଜିଆରପି ର ଏକ ଅଧିକାରୀ ଏ ସମ୍ପର୍କରେ କହିଥିଲେ ।

ପୋଲିସ ସିସିଟିଭି ଫୁଟେଜ ଆଧାରରେ ଜୟ କୁମାର କେବଟଙ୍କୁ ଗିରଫ କରିଥିଲା । ଜୟ କୁମାର ୟୁପିରେ ରୁହନ୍ତି । ତାଙ୍କ ପାଖରୁ କୌଣସି ରେଳ ଟିକେଟ ପାଇ ନଥିବା କହିଛନ୍ତି । ଏହା ସହ ସେ ମାନସିକ ସ୍ତରରେ ରୋଗଗ୍ରସ୍ତ ଥିବା ଜଣା ପଡ଼ିଛି ।  ଏହି ଆକ୍ରମଣରେ ତାମିଲନାଡୁ ନିବାସୀ ୪୦ବର୍ଷୀୟ ଗଣେଶ କୁମାର ଓ ଆଉ ଜଣେ ଅଜ୍ଞାତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଆଉ ଦୁଇଜଣ ଗଭୀର ଭାବରେ ଆହତ ହୋଇଛନ୍ତି । ଗୁରୁତର ଥିବା ବ୍ୟକ୍ତିଙ୍କୁ ଡାକ୍ତର ଖାନାରେ ଚିକିତ୍ସା କରାଯାଉଛି । ଜିଆରପି ଏହି ଘଟଣାରେ ହତ୍ୟା ମାମଲା ରୁଜୁ କରିଛି ଓ ତଦନ୍ତ ଜାରି ରଖିଛି । ରେଳ ପୋଲିସର ସୂଚନା ଅନୁସାରେ ବ୍ୟକ୍ତି ଜଣଙ୍କ ଏକ ମାନସିକ ରୋଗୀ । ରେଳ ଷ୍ଟେସନ୍ ରେ ଆସୁଥିବା ଲୋକ ମାନଙ୍କ ଠାରୁ ଭିକ୍ଷା ମାଗି ସେ ଚଳୁଥିଲା । ମାନସିକ ରୋଗୀ ହୋଇଥିବା ହେତୁ ସେ ବିନା କାରଣରେ ଲୋକଙ୍କ ସହ ଝଗଡା କରୁଥିଲା । ଯାହାଫଳରେ ଏତେ ବଡ ଘଟଣା ଘଟିଯାଇଥଲା । ପୁରା ଘଟଣା ପରେ ରେଳ ଷ୍ଟେସନର ସୁରକ୍ଷା କୁ ନେଇ ପ୍ରଶ୍ନ ଉଠିଛି ।