ବ୍ରିଷ୍ଟଲସ ୟୁନିଭରସିଟି ଅଫ୍‌ ଏରୋସଲ ରିସର୍ଚ୍ଚସେଣ୍ଟରର ତଥ୍ୟ, ବାୟୁମଣ୍ଡଳରେ ୨୦ ମିନିଟ୍‌ରେ ମରୁଛି କରୋନା ଭୂତାଣୁ

ନୂଆଦିଲ୍ଲୀ : ବାୟୁମଣ୍ଡଳରେ ୨୦ ମିନିଟ୍‌ ଭିତରେ ମରୁଛି କରୋନା ଭୂତାଣୁ । ବାୟୁମଣ୍ଡଳ ସଂସ୍ପର୍ଶରେ ଆସିବାର ୨୦ମିନିଟ ଭିତରେ କରୋନା ଭାଇରସର ୯୦ ପ୍ରତିଶତ ସଂକ୍ରମଣ କ୍ଷମତା ହରାଉଛି । ଏହି ତଥ୍ୟ ଦେଇଛି ବ୍ରିଷ୍ଟଲସ ୟୁନିଭରସିଟି ଅଫ୍‌ ଏରୋସଲ ରିସର୍ଚ୍ଚ ସେଣ୍ଟର । ବାୟୁ ସଂସ୍ପର୍ଶରେ ଆସିବାର ପ୍ରଥମ ୫ ମିନିଟ ଭିତରେ କରୋନା ଭାଇରସ ଅଧିକାଂଶ ସଂକ୍ରମଣ କ୍ଷମତା ହରାଉଥିବା ଅନୁଧ୍ୟାନରୁ ଜଣାପଡ଼ିଛି ।

ପ୍ରଫେସର ଜୋନାଥନ ରେଡ କହିଛନ୍ତି, କରୋନା ଭାଇରସ ବାୟୁମଣ୍ଡଳରେ ବ୍ୟାପୁଥିବା ଉପରେ ଲୋକମାନେ କହୁଛନ୍ତି । ଏହାକୁ ଏଡ଼ାଇ ଦେଇହେବନି । ତେବେ ଜଣେ ଆକ୍ରାନ୍ତଙ୍କ ଅତି ନିକଟ ସଂସ୍ପର୍ଶରେ ଆସିବା ଦ୍ୱାରା ଏହି ସଂକ୍ରମଣ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.