ସୌରଭ ବହୁତ ଭଲ ପାଉଥିଲା, ଆମ ଝିଅ ହିଁ ବଦମାସ, ତାକୁ କଠୋର ଦଣ୍ଡ ମିଳୁ : ମୁସ୍କାନଙ୍କ ମା’ ବାପା

ମେରଟରେ ମର୍ଚ୍ଚାଣ୍ଟ ନେଭି ଅଧିକାରୀଙ୍କୁ ଜଘନ୍ୟ ହତ୍ୟାକାଣ୍ଡରେ ସାମ୍ନାକୁ ଆସିଲା ନୂଆ ତଥ୍ୟ । ଅଭିଯୁକ୍ତ ମୁସ୍କାନଙ୍କ ବାପା ମା’ ଝିଅକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି । ନ୍ୟାୟ ଲଢେଇରେ ଆମେ ସୌରଭର ପରିବାର ସହିତ ଅଛୁ ।

ମୃତ ସୌରଭ ରାଜପୁତଙ୍କ ମାଆ କହିଛନ୍ତି, ତାଙ୍କ ନାତୁଣୀ ବାପାଙ୍କ ମର୍ଡର ଦେଖିଥିବା ପଡ଼ୋଶୀଙ୍କୁ କହିଥିଲା । ପାପାଙ୍କୁ ଡ୍ରମ ଭିତରେ ରଖି ବନ୍ଦ କରିଦିଆଯାଇଥିଲା ବୋଲି ଝିଅ ଦେଖିଥିବା ପଡ଼ୋଶୀଙ୍କୁ ଜଣାଇଥିଲା । ବୋହୂ ମୁସ୍କାନ ଓ ପ୍ରେମିକ ସାହିଲ ମିଶି ତାଙ୍କ ପୁଅକୁ ହତ୍ୟା କରିଥିଲେ ।

ମୁସ୍କାନଙ୍କ ନିର୍ମମତା ଏତେ ଥିଲା ଯେ, ସ୍ୱାମୀଙ୍କୁ ହତ୍ୟା କରିବା ପରେ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ଏକ ଡ୍ରମରେ ରଖି ସିମେଣ୍ଟ କଂକ୍ରିଟ୍ ରେ ଘୋଡାଇ ଦେଇଥିଲେ । ତେବେ ଡ୍ରମଟିକୁ ସ୍ଥାନାନ୍ତର ପାଇଁ ଉଦ୍ୟମ କରି ସେମାନେ ବିଫଳ ହୋଇଥିଲେ । ଶ୍ରମିକମାନେ ଡ୍ରମକୁ ଉଠାଇବା ପାଇଁ ଉଦ୍ୟମ କରିବା ବେଳେ ଏହାର ଢାଙ୍କୁଣୀ ଖୋଲିଯାଇଥିଲା । ଏଥିରୁ ଦୁର୍ଗନ୍ଧ ବାହାରିଥିଲା । ଏନେଇ ଶ୍ରମିକମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଜେରା ବେଳେ ସବୁ କଥା ମାନିଯାଇଥିଲେ ମୁସ୍କାନ ଓ ସାହିଲ ।

ଏଭଳି ନିର୍ଦ୍ଦୟ ସ୍ତ୍ରୀକୁ ମୃତ୍ୟୁଦଣ୍ଡ ଦେବାକୁ ଦାବି କରିଛନ୍ତି ମୁସ୍କାନଙ୍କ ବାପା-ମାଆ । ୨୦୧୬ରେ ସୌରଭ ଓ ମୁସ୍କାନ ପ୍ରେମ ବିବାହ କରିଥିଲେ । ମର୍ଚ୍ଚାଣ୍ଟ ନେଭି ଅଫିସର ଥିବା ସୌରଭ ପରେ ଚାକିରି ଛାଡ଼ି ଦେଇଥିଲେ । କିଛି ବର୍ଷ ଏକ ମଲରେ ସେଲସ ମ୍ୟାନେଜର ରହିବା ପରେ ପୁଣି ମର୍ଚ୍ଚାଣ୍ଟ ନେଭି ଚାକିରି କରିଥିଲେ । ତେବେ ମୁସ୍କାନଙ୍କର ସାହିଲ ସହ ପ୍ରେମ ସଂପର୍କକୁ ନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲା । ସ୍ବାମୀକୁ ନିଶାଦ୍ରବ୍ୟ ମିଶାଇ ବେହୋସ କରିବା ପରେ ହତ୍ୟା କରିଥିଲା ।

ସୂଚନାଯୋଗ୍ୟ, ମେରଟ ଇନ୍ଦିରାନଗରରେ ସୌରଭ ଓ ତାଙ୍କ ପତ୍ନୀ ମୁସ୍କାନ ଏବଂ ୫ବର୍ଷର ଝିଅ ରହୁଥିଲେ । ଦୁହିଁଙ୍କ ପ୍ରେମକୁ ପରିବାର ଲୋକେ ଅସ୍ବୀକାର କରିବା ପରେ ୨୦୧୬ରେ ପ୍ରେମ ବିବାହ କରିଥିଲେ । ନିଜ ଛୋଟ ପରିବାର ସହିତ ଗତ ୩ବର୍ଷ ଧରି ଇନ୍ଦିରାନଗରରେ ଦୁହେଁ ରହୁଥିଲେ ।

ଗତ ମାର୍ଚ୍ଚ ୪ ତାରିଖରେ ସୌରଭ ମେରଟ ଆସିଥିଲେ । ତାଙ୍କ ପତ୍ନୀ ମୁସ୍କାନ ୧୦ ଦିନ ପୂର୍ବରୁ ସ୍ବାମୀଙ୍କ ସହିତ ବୁଲିବାକୁ ହିମାଚଳ ପ୍ରଦେଶ ଯିବେ ବୋଲି ପଡୋଶୀଙ୍କୁ କହିଥିଲେ । ଏହାପରେ ସେ ଘରର ଗେଟରେ ତାଲି ପକାଇଦେଇଥିଲେ । ଏହାପରେ କେହି ବି ଦୁହିଁଙ୍କୁ ଦେଖିନଥିଲେ । ଦୀର୍ଘଦିନ ଧରି କେହି ନ ଦେଖିବାକୁ ସନ୍ଦେହ ଜାତ ହୋଇଥିଲା ।

Also Read : ପ୍ରେମିକ ସହିତ ମିଶି ସ୍ବାମୀଙ୍କୁ ହତ୍ୟା କରି ଡ୍ରମରେ ରଖିଦେଲା ପତ୍ନୀ, କେହି ଜାଣିବେନି ବୋଲି କରିଥିଲା ସିମେଣ୍ଟ…