ଟ୍ରାଫିକ୍ ଏସିପିଙ୍କ ଦବଙ୍ଗ ଗିରି, ରାସ୍ତା ଉପରେ ବସ୍ ଡ୍ରାଇଭରକୁ ନିର୍ଧୁମ ପିଟିଲେ, ଭିଡିଓ ଭାଇରାଲ

ପ୍ରୟାଗରାଜ : ଟ୍ରାଫିକ୍ ଏସିପିଙ୍କ ଫୁଲ୍ ଦବଙ୍ଗ ଗିରି । ରାସ୍ତା ମଝିରେ ବସ୍ ଡ୍ରାଇଭରକୁ ନିର୍ଧୁମ ପିଟିଲେ । ଉତ୍ତର ପ୍ରଦେଶରର ପ୍ରୟାଗରାଜ ଜିଲ୍ଲାରେ ଏହି ଘଟଣା ଘଟିଛି । ଆବାହନ ଆଖଡ଼ା ଅଞ୍ଚଳରୁ ବସ୍ଟି ପ୍ରୟାଗରାଜ ଆଡ଼କୁ ଯିବା ବେଳେ ଟ୍ରାଫିକ୍ ଭିତରେ ଫସି ଯାଇଥିଲା । ସେତିକି ବେଳେ ସେହି ରାସ୍ତାରେ ଯାଉଥିଲା ଟ୍ରାଫିକ୍ ଏସିପି କୁଲଦୀପ ସିଂହଙ୍କ ଗାଡ଼ି । ତାଙ୍କ ଗାଡ଼ି ବସ୍କୁ ଅତିକ୍ରମ କରିବା ଲାଗି ପାସ୍ ମାଗିଲା । ହେଲେ ଏଥିରେ ଟିକେ ଡେରି ହୋଇଗଲା । ପୋଲିସ୍ ବାବୁଙ୍କ କ୍ରୋଧ ପଞ୍ଚମରେ ପହଞ୍ଚିଗଲା । ସଂଗେ ସଂଗେ ନିଜ ଗାଡ଼ିରୁ ଓହ୍ଲାଇ ହାତରେ ଲାଠି ଧରି ଡ୍ରାଇଭରକୁ ପିଟିବା ଆରମ୍ଭ କରି ଦେଲେ । ଏତିକରେ ମନ ଶାନ୍ତି ହେଲା ନାହିଁ । ପୁଣି ବସ୍ ଭିତରେ ପଶି ଲୋକଙ୍କ ଆଗରେ ଲାଠିରେ ପିଟିଲେ ।
ଏସିପିଙ୍କ ଏହି ମାଡ଼ି ମାରିବା ଭିଜୁଆଲ ସଂଗେ ସଂଗେ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା । ଆଉ ତା ପରେ କେବଳ ଗାଳି ଆଉ ଗାଳି । ସମସ୍ତେ ଏସିପିଙ୍କ କାରନାମାକୁ ତୀବ୍ର ସମାଲୋଚନା କରିଛନ୍ତି ।
ଗୁରୁବାର ଦିନ ଏହି ଘଟଣା ଘଟିବା ପରେ ତାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି । ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକେ ଦାବି କରିଛନ୍ତି ।