ରାଜନୀତିରେ ପୁଣି ଏଣ୍ଟ୍ରି ମାରିବେ ଏହି ଅଭିନେତ୍ରୀ, ଆସନ୍ତାକାଲି ଶିବସେନାରେ ହେବେ ସାମିଲ

ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଆଉ ଏକ ରାଜନୈତିକ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ସେ ବର୍ତ୍ତମାନ ଶିବସେନାରେ ଯୋଗଦେବାକୁ ଯାଉଛନ୍ତି । ସେ ଆସନ୍ତାକାଲି ଶିବସେନାରେ ଯୋଗଦେବେ । କିନ୍ତୁ ୨୦୧୯ ସେପ୍ଟେମ୍ବରରୁ ୩୦ ନଭେମ୍ବର ପର୍ଯ୍ଯନ୍ତ ୪୬ ବର୍ଷୀୟ ଉର୍ମିଳା ଶିବସେନାରେ ମିଶିବେ ନାହିଁ ବୋଲି କହୁଥିଲେ। ଶିବସେନା ସହିତ ସାମିଲ ହେବାର କୌଣସି ଯୋଜନା ନାହିଁ ବୋଲି ମଧ୍ୟ ସେ କହିଥିଲେ।

ସୂଚନା ଅନୁସାରେ, ମହାରାଷ୍ଟ୍ରର ଶିବସେନା ନେତୃତ୍ୱାଧୀନ ମିଳିତ ସରକାର ଉର୍ମିଳା ମାତୋଣ୍ଡକରଙ୍କୁ ବିଧାନ ପରିଷଦର ସଦସ୍ୟ କରିବାକୁ ସ୍ଥିର କରିଥିଲା । ସରକାର ତାଙ୍କ ନାମ ରାଜ୍ୟପାଳ ଭାଗବତ ସିଂ କୋଶାରିଙ୍କ ନିକଟକୁ ପଠାଇଛନ୍ତି । ମହାରାଷ୍ଟ୍ରର ମହା ବିକାଶ ଆଗାଦୀ ସରକାର ରାଜ୍ୟପାଳଙ୍କ କୋଟା ଅନୁଯାୟୀ ବିଧାନ ପରିଷଦକୁ ପଠାଯିବାକୁ ଥିବା ୧୨ ନାମର ଏକ ତାଲିକା  ପଠାଇଛନ୍ତି ।

urmila

ଉର୍ମିଲା ମାତୋଣ୍ଡକର ମଧ୍ୟ ପୂର୍ବରୁ ଏକ ରାଜନୈତିକ ଇନିଂସ ଖେଳିଛନ୍ତି । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସରେ ଯୋଗ ଦେଇଥିଲେ । କଂଗ୍ରେସ ତାଙ୍କୁ ମୁମ୍ବାଇ ଉତ୍ତରରୁ ଟିକେଟ ଦେଇଥିଲା । ତେବେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ବିଜେପିର ଗୋପାଳ ଶେଟ୍ଟୀ ତାଙ୍କୁ ପରାସ୍ତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.