ଆଡ୍‌ ଫିଲ୍ମ ଗୁରୁ ଆଲେକ ପଦମସିଙ୍କ ଦେହାନ୍ତ

ମୁମ୍ବାଇ : ବରିଷ୍ଠ ଆଡ୍‌ ଫିଲ୍ମ ନିର୍ମାତା ଆଲେକ୍‌ ପଦମସିଙ୍କର ଦେହାନ୍ତ ହୋଇଛି । ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ଆଜି ମୁମ୍ବାଇ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି । ୧୯୮୨ରେ ମୁକ୍ତିଲାଭ କରିଥିବା ଐତିହାସିକ ଫିଲ୍ମ ‘ଗାନ୍ଧୀ’ରେ ମହମ୍ମଦ ଅଲୀ ଜିନ୍ନା ଭୂମିକାରେ ଆସିଥିଲେ ପଦମସି । ତେବେ ସେ ବିଶେଷ ଭାବେ ବିଜ୍ଞାପନ ଫିଲ୍ମ ଏବଂ ଥିଏଟରରେ ସଂପୃକ୍ତ ଥିଲେ । ତାଙ୍କ ବିଜ୍ଞାପନ ଏଜେନସି ‘ଲିନଟାସ୍‌’ ସାରା ବିଶ୍ୱରେ ଖୁବ୍‌ ନାଁ କମେଇଛି । ବିଜ୍ଞାପନ ଫିଲ୍ମକୁ ତାଙ୍କର ବିଶେଷ ଅବଦାନ ପାଇଁ ତାଙ୍କୁ ‘ଗ୍ରାଣ୍ଡ ଫାଦର ଅଫ୍‌ ଇଣ୍ଡିଆନ୍‌ ଆଡଭର୍ଟାଇଜିଂ’ ବୋଲି କୁହାଯାଏ । ତାଙ୍କ ଦେହାନ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ମୋଦି ଟ୍ଵିଟ୍‌ କରି ନିଜର ଶୋକ ବ୍ୟକ୍ତ କରିଛନ୍ତି ।
୧୯୨୮ ମସିହାରେ ପଦମସିଙ୍କର ଜନ୍ମ ଏକ ମୁସଲମାନ ପରିବାରରେ ହୋଇଥିଲା । ୨୦୦୦ ମସିହାରେ ତାଙ୍କୁ ପଦ୍ମଶ୍ରୀର ସମ୍ମାନିତ କରାଯାଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.