ଦେଶ ବିଦେଶ

ଭାରତ ଫେରିବେ ସେରମ୍‌ ସିଇଓ ଆଦାର ପୁନାୱାଲା, ଟିକାର ଚାହିଦା ପୂରଣ ନେଇ ଧମକ ପରେ ଲଣ୍ଡନ ଚାଲିଯାଇଥିଲେ

କେନ୍ୟୁଜ୍(ବ୍ୟୁରୋ):  କିିଛି ଦିନ ମଧ୍ୟରେ ଭାରତ ଫେରିବେ ସେରମ୍‌ ଇନଷ୍ଟିଚ୍ୟୁଟ ସିଇଓ ଆଦାର ପୁନାୱାଲା। ଟିକାର ଚାହିଦା ପୂରଣ ନେଇ ଧମକ ମିଳିବା ପରେ ଲଣ୍ଡନ ଯାଇଥିବା ଆଦାର ପୁନାୱାଲା ଶେଷରେ ଭାରତ ଫେରିବା ନେଇ ଟ୍ଵିଟ ଯୋଗେ ଜଣାଇଛନ୍ତି। ପୁଣେରେ କୋଭାକ୍ସିନର ଉତ୍ପାଦନ ଦ୍ରୁତବେଗରେ ଚାଲିଥିବା ନେଇ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଖୁବ ଶୀଘ୍ର ସେ ଭାରତ ଫେରି ଉତ୍ପାଦନର ସମୀକ୍ଷା କରିବେ। ଏହା ସହ ଲଣ୍ଡନରେ ସେ କଂପାନୀର ସହଯୋଗୀ ଓ ଅଂଶୀଦାରଙ୍କ ସହ ବୈଠକ ନେଇ ମଧ୍ୟ ସନ୍ତୋଷ ପ୍ରକାଶ କରିଛନ୍ତି।

ଲଣ୍ଡନରେ ଦି ଟାଇମ୍‌କୁ ଏକ ସାକ୍ଷାତକାରରେ ଦେଶର କିଛି ବ୍ୟବସାୟୀ ଓ ପ୍ରଭାବଶାଳୀ ବ୍ୟକ୍ତି ଟିକା ଯୋଗାଇବାକୁ ଧମକ ଦେବା ପରେ ସେରମ ସିଇଓ ସପରିବାର ଲଣ୍ଡନ ଚାଲିଯାଇଥିବା ଜଣାଇଥିଲେ। ସେମାନଙ୍କୁ ପ୍ରଥମେ ଟିକା ଯୋଗାଇ ଦେବାକୁ ଅଧିକାଂଶ ରାଜ୍ୟ ପୁନାୱାଲାଙ୍କ ଉପରେ ଚାପ ପକାଉଥିବା ସେ କହିଥିଲେ। ଟିକା ଯୋଗାଣ ନେଇ ତାଙ୍କ ଉପରେ ପ୍ରବଳ ଚାପ ରହିଥିଲା। ଏହା ସହ ସେ ଲଣ୍ଡନରେ ସ୍ଥାୟୀ ଭାବେ ମଧ୍ୟ ରହିବାକୁ ଚାହୁଁଥିବା ନେଇ ମଧ୍ୟ ସାକ୍ଷାତକାରରେ କହିଥିଲେ। ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ମଧ୍ୟ ଆଦାର ପୁନାୱାଲାଙ୍କୁ ୱାଇ କ୍ୟାଟାଗୋରୀ ସୁରକ୍ଷା ଦେବାକୁ ଘୋଷଣା କରିଥିଲା।

KNews Bureau

Recent Posts

ଆସନ୍ତାକାଲି ମଙ୍ଗଳ ଆଳତୀ ପରେ ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ୱାର

ଭୁବନେଶ୍ୱର (କେନ୍ୟୁଜ୍‌) : ମୋହନ ମାଝୀଙ୍କ ବିଜେପି ସରକାର ଆଜି ଶପଥ ନେବା ପରେ କ୍ୟାବିନେଟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ…

24 mins ago

ମା ଯଶୋଦା କଳା ପରିଷଦ ପକ୍ଷରୁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସଙ୍ଗୀତ ମାଧ୍ୟମରେ ଜଣାଇଲେ ଶୁଭେଚ୍ଛା

ଯାଜପୁର(କେନ୍ୟୁଜ୍‌): ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ସଙ୍ଗୀତ ମାଧ୍ୟମରେ ସ୍ୱାଗତ ଓ ସମ୍ବର୍ଦ୍ଧନା। ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁରର ଅଗ୍ରଣୀ…

44 mins ago

ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ

ଭୁବନେଶ୍ୱର(କେନ୍ୟୁଜ୍‌): ମୋହନ ମାଝୀ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ । ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ…

1 hour ago

ଚିକିତ୍ସା ସୁବିଧା ପାଇଁ କିଏ ଭଲ ଏବେ ଆପଣ ହିଁ ବିଚାର କରନ୍ତୁ

ଦେହ ଅଛି ତ ରୋଗ ଅଛି । ସେଥିଲାଗି ତ କୁହାଯାଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ପ୍ରତିଟି ଜୀବନ…

1 hour ago

ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି

ଭୁବନେଶ୍ୱର(କେନ୍ୟୁଜ୍‌): ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି । ବିଧାନସଭା ବାଚସ୍ପତି ଭାବେ ରଣପୁରର ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା…

1 hour ago

ଶପଥ ଗ୍ରହଣ କରିଛନ୍ତି ମୋହନ ମାଝୀଙ୍କ ଟିମ୍

ଭୁବନେଶ୍ୱର(କେନ୍ୟୁଜ୍‌): ନୂଆ ମୁଖ୍ୟମନ୍ତ୍ରୀ, ନୂଆ କ୍ୟାବିନେଟ। ଶପଥ ଗ୍ରହଣ କରିଛନ୍ତି ମୋହନ ମାଝୀଙ୍କ ଟିମ୍। ଦୁଇ ଉପମୁଖ୍ୟମନ୍ତ୍ରୀ। ୮ କ୍ୟାବିନେଟ…

2 hours ago