ସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମ୍ବୋଧନ
ସଂସଦରେ ରାଷ୍ଟ୍ରପତିଙ୍କ ସମ୍ବୋଧନ । ଆଜିଠୁ ସଂସଦର ବଜେଟ ଅଧିବେଶନ ଆରମ୍ଭ । ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମ୍ବୋଧନ କରିଛନ୍ତି। କୋବିନ୍ଦ କହିଛନ୍ତି, କରୋନା ମହାମାରୀର ଏହା ୩ୟ ବର୍ଷ । ମୋ ସରକାର ଆଗାମୀ ୨୫ ବର୍ଷକୁ ଆଖିରେ ରଖି କାମ କରୁଛି । ମୋ ସରକାର ସବକା ସାଥ୍ ସବକା ବିକାଶ ଉପରେ କାମ କରୁଛି । କରୋନା ଟିକା ଦେଶ ପାଇଁ ରକ୍ଷା କବଚ ।
ଗୋଟିଏ ବର୍ଷରେ ୧୫୦ କୋଟି କରୋନା ଟିକା ଦେଇଛୁ। ଭାରତର ୩ୟ କରୋନା ଟିକାକୁ ମାନ୍ୟତା ଦେଇଛି ବିଶ୍ୱ । ୧୯ ମାସ ଧରି ଗରିବଙ୍କୁ ମିଳୁଛି ମାଗଣା ରାସନ । ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ୬୪ ହଜାର କୋଟି ଟଙ୍କାରେ ଆୟୁଷ୍ମାନ ଭାରତ ଚାଲୁ ରହିଛି’ । ୧୮୦ ଦେଶକୁ ଭାରତୀୟ ଫାର୍ମା କମ୍ପାନୀମାନେ ଔଷଧ ଯୋଗାଇଛନ୍ତି। ପ୍ରାଧାନମନ୍ତ୍ରୀ ଆବାସ ଯୋଜନାରେ ୨ କୋଟିରୁ ଅଧିକ ଘର ଦିଆଗଲାଣି । ୬ କୋଟି ଘରକୁ ପାନୀୟଜଳ ଯୋଗାଇ ଦିଆଗଲାଣି । ଶ୍ରମିକଙ୍କ ପାଇଁ ଇ-ପୋର୍ଟାଲ ଆରମ୍ଭ ହୋଇଛି । ୮ କୋଟି କୃଷକଙ୍କୁ ଫସଲ ବୀମାରେ ଲାଭ ମିଳିଛି । ମହିଳା ସଂଶକ୍ତିକରଣକୁ ସରକାର ଗୁରୁତ୍ୱ ଦେଉଛନ୍ତି । ସୈନିକ ସ୍କୁଲରେ ଝିଅଙ୍କ ନାମଲେଖା ଆରମ୍ଭ ହୋଇଛି । ମହିଳାଙ୍କ ବିବାହ ବୟସ ପୁରୁଷଙ୍କ ସହ ସମାନ ହୋଇଛି।