ପୃଥବୀର ପ୍ରଭାବକ୍ଷେତ୍ରରୁ ବାହାରିଲା ଆଦିତ୍ୟ ଏଲ୍ -୧, ପ୍ରଥମ ଥର ଏହା କରିବାରେ ଇସ୍ରୋ ସଫଳ
ପୃଥବୀର ପ୍ରଭାବକ୍ଷେତ୍ରରୁ ବାହାରିଲା ଆଦିତ୍ୟ ଏଲ୍ -୧। ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ ଏଲ୍ -୧ ପୃଥିବୀଠାରୁ ୯.୨ ଲକ୍ଷ କିମି ଗତି କରିବା ସହ ପୃଥିବୀର ପ୍ରଭାବକ୍ଷେତ୍ରକୁ ଅତିକ୍ରମ କରିସାରିଛି । ବର୍ତ୍ତମାନ ପୃଥିବୀ ଓ ସୂର୍ଯ୍ୟ ମଝିରେ ଥିବା ଲାଗ୍ରାଞ୍ଜ ପଏଣ୍ଟ ୧ ଆଡକୁ ଅଗ୍ରସର ହେଉଛି ।

ଟ୍ବିଟ କରି ସୂଚନା ଦେଇଛି ଇସ୍ରୋ। ଦ୍ବିତୀୟ ଥର ପାଇଁ ପୃଥିବୀର ପ୍ରଭାବକ୍ଷେତ୍ର ବାହାରକୁ ଏକ ମହାକାଶଯାନକୁ ପଠାଇପାରିଛି ଇସ୍ରୋ । ପ୍ରଥମ ଥର ପାଇଁ ମାର୍ସ ଅବର୍ଟିର ମିସନ କ୍ଷେତ୍ରରେ ଏହା କରିବାରେ ଇସ୍ରୋ ସଫଳ ହୋଇଥିଲା ।
ଲାଗ୍ରାଞ୍ଜ ପଏଣ୍ଟ ୧ ହେଉଛି ପୃଥିବୀ ଓ ସୂର୍ଯ୍ୟ ମଝିରେ ପୃଥିବୀଠାରୁ ୧.୫ ନିୟୁତ କିମି ଦୂରରେ ଅବସ୍ଥିତ ଏକ ସନ୍ତୁଳିତ ମାଧ୍ୟକର୍ଷଣ କ୍ଷେତ୍ର । ଇସ୍ରୋ ଗତ ସେପ୍ଟେମ୍ବର ୨ ତାରିଖରେ ଆଦିତ୍ୟ ଏଲ-୧ ମିଶନ ଉତକ୍ଷେପଣ କରିଥିଲା । ଏହା ଭାରତର ପ୍ରଥମ ସୂର୍ଯ୍ୟ ମିଶନ ।
ଏହା ସୂର୍ଯ୍ୟର କୋରୋନା ଉତ୍ତାପ ଓ ସୌର ପବନର ବେଗ ବୃଦ୍ଧିକୁ ଅଧ୍ୟୟନ କରିବ । କୋରୋନାଲ ମାସ୍ ଇଞ୍ଜେକ୍ସନ , ଅଗ୍ନିଶିଖା ଓ ପୃଥିବର ନିକଟସ୍ଥ ମହାକାଶ ପାଣିପାଗ ବିଷୟରେ ତଥ୍ୟ ସଂଗ୍ରହ କରିବ।