ଧାନବାଦ ADJ ଉତ୍ତମ ଆନନ୍ଦ ମୃତ୍ୟୁ ମାମଲା: ଆସନ୍ତା ୩ ସୁଦ୍ଧା ରିପୋର୍ଟ ଦେବାକୁ ଝାଡଖଣ୍ଡ ହାଇାକୋର୍ଟଙ୍କ ନିର୍ଦ୍ଦେଶ

ଝାଡଖଣ୍ଡ: ଧାନବାଦ ADJ ଉତ୍ତମ ଆନନ୍ଦ ମୃତ୍ୟୁ ମାମଲାରେ ତଦନ୍ତକୁ ଜୋରଦାର କରିବାକୁ ଝାଡଖଣ୍ଡ ହାଇାକୋର୍ଟଙ୍କ ନିର୍ଦ୍ଦେଶ । ତଦନ୍ତ ନେଇ ଆସନ୍ତା ୩ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ କୋର୍ଟ ଏସଆଟିକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଜାନୁଆରୀ ୨୦୨୦ ପରେ ରାଜ୍ୟରେ ଘଟିଥିବା ଅପରାଧ ତାଲିକା ଦେବାକୁ ଡିଜିପିଙ୍କୁ କୁହାଯାଇଛି । ଝାଡଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡ. ରବି ରଞ୍ଜନ ଓ ଜଷ୍ଟିସ ସୁଜିତ ନାରାୟଣଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଘଟଣାକୁ ନେଇ ନିଜ ତରଫରୁ ମାମଲାକୁ ଗ୍ରହଣ କରିଥିଲେ ଝାଡ଼ଖଣ୍ଡ ହାଇକୋର୍ଟ ।

ବୁଧବାର ସକାଳେ ADJ ଉତ୍ତମ ଆନନ୍ଦ ରାସ୍ତାରେ ମର୍ଣ୍ଣିଂ ୱାକ୍‌ କରୁଥିବା ବେଳେ ଅଚାନକ ଏକ ଅଟୋ ତାଙ୍କୁ ଧକ୍କା ଦେବାକୁ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ପ୍ରଥମେ ଏହାକୁ ଦୁର୍ଘଟଣା ଭାବେ ଗ୍ରହଣ କରିଥିଲା। କିନ୍ତୁ ସିସିଟିଭି ଫୁଟେଜ୍‌ ଆସିବା ପରେ ହତ୍ୟା ମାମଲା ରୁଜୁ ହେଲା। ବିଭିନ୍ନ ଦିଗକୁ ନେଇ ଚାଲିଛି ତଦନ୍ତ। ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି । ବିିଚାରପତି ଉତ୍ତମ ଆନନ୍ଦ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରୁଥିଲେ। ଝରିଆ ବିଧାୟକ ସଞ୍ଜୀବ ସିଂଙ୍କ ସହଯୋଗୀ ରଞ୍ଜୟ ସିଂ ହତ୍ୟା ମାମଲାର ଶୁଣାଣି କରୁଥିଲେ । କିଛି ଦିନ ତଳେ ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟାର ଅମନ ସିଂ ଗ୍ୟାଙ୍ଗର ୨ଜଣ ସଦସ୍ୟଙ୍କ ଜାମିନ ଆବେଦନ ଖାରଜ କରିଥିଲେ ଉତ୍ତମ ଆନନ୍ଦ ।

Leave A Reply

Your email address will not be published.