କ୍ଲାସ୍‌ରୁମ ପ୍ରୋଜେକ୍ଟରରେ ହଠାତ୍‌ ଚାଲିଲା ଆଡଲ୍ଟ ଭିଡିଓ! ହାତରୁ ଚାଲିଗଲା ଜଣେ ଭଲ ଶିକ୍ଷକଙ୍କ ଚାକିରି; ଭୋଗିବେ ବର୍ଷେ ଜେଲଦଣ୍ଡ

ଜଣେ ହାଇସ୍କୁଲ ଶିକ୍ଷକ ଭୁଲ୍‌ବଶତଃ କ୍ଲାସ୍‌ ଚାଲିଥିବା ସମୟରେ ପ୍ରୋଜେକ୍ଟରରେ ଆଡଲ୍ଟ ଭିଡିଓ ଚଲାଇ ଦେଇଥିଲେ। ମାମଲା ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରି ଦିଆଯାଇଛି। ଏ ନେଇ ମାମଲା ମଧ୍ୟ ରୁଜୁ କରାଯାଇଛି, ଯେଉଁଥିରେ ଅଭିଯୁକ୍ତ ଶିକ୍ଷକଙ୍କୁ ୧ ବର୍ଷ ଜେଲ୍‌ ଦଣ୍ଡ ବି ଭୋଗିବାକୁ ପଡ଼ିପାରେ। ଏହି ଘଟଣା ଘଟିଛି ଆମେରିକାର ଟେକ୍ସାସ୍‌ ଅଞ୍ଚଳରେ।

ରିପୋର୍ଟ ମୁତାବକ, ଏଠାରେ ଜଣେ ଶିକ୍ଷକ କେଭିନ୍‌ େଓ୍ଵଲଚେଲ ନିଜ ଲାପ୍‌ଟପରେ ଆଡଲ୍ଟ ଭିଡିଓ ଦେଖୁଥିଲେ। ଏହି ସମୟରେ ଭୁଲ୍‌ରେ ସେହି ଭିଡିଓ କ୍ଲାସ୍‌ରୁମ ପ୍ରୋଜେକ୍ଟରରେ ଚାଲିବାକୁ ଲାଗିଥିଲା। ଜିଲ୍ଲା ପ୍ରଶାସନର ପ୍ରବକ୍ତା ଷ୍ଟିନ୍‌ ଆଲ୍‌ବର୍ଟେ କହିଛନ୍ତି ଯେ ଶିକ୍ଷକଙ୍କୁ ତୁରନ୍ତ ଚାକିରିରୁ ବାହାର କରି ଦିଆଯାଇଛି। ପ୍ରଶାସନ ଏମିତି ବ୍ୟବହାରକୁ ଆଦୌ ବରଦାସ୍ତ କରିବ ନାହିଁ।

ସେ ଆହୁରି କହିଥିଲେ କି, ଚାକିରିରୁ ବାହାର କରାଯିବା ବ୍ୟତୀତ ଛାତ୍ରଛାତ୍ରୀଙ୍କୁ ହାନିକାରକ ଜିନିଷ ଦେଖାଇବାକୁ ନେଇ କେଭିନ୍‌ଙ୍କ ଉପରେ କ୍ରିମିନାଲ୍‌ ଚାର୍ଜ ବି ଲଗାଯାଇଛି, ଯେଉଁଥିରେ ୧ ବର୍ଷ ଜେଲଦଣ୍ଡ ସହ ୩ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଛି।

ଅନ୍ୟପଟେ ଏହି ମାମଲାରେ ଅଭିଭାବକମାନଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ଜଣେ ମା’ କହିଛନ୍ତି, ଏହା ବହୁତ ଅନୁଚିତ୍‌ ଏବଂ ଅନ୍‌ପ୍ରଫେସନାଲ୍‌। କିଛି ଅଭିଭାବକ ଶିକ୍ଷକ ରୂପେ କେଭିନ୍‌ଙ୍କୁ ବହୁତ ପସନ୍ଦ କରୁଥିଲେ। ଏବେ ତାଙ୍କ ଚାକିରି ଚାଲିଯିବା ପରେ ସେମାନେ ଦୁଃଖ ପ୍ରକାଶ କରିଛନ୍ତି। ଜଣେ ଅଭିଭାବକଙ୍କ କହିବା ହେଲା, ସେ ବହୁତ ଭଲ ଶିକ୍ଷକ ଥିଲେ ଏବଂ ଆମ ପିଲାମାନେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରୁଥିଲେ। ଏହା ବହୁତ ଦୁଃଖର କଥା ଯେ ତାଙ୍କ ସହିତ ଏମିତି ଘଟିଲା। ସେପଟେ ଏହି ମାମଲାରେ କେଭିନ୍‌ଙ୍କର କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.