ବଦଳିଲା ଟ୍ରେନ ଟିକେଟ ବୁକିଂ ନିୟମ, ଏବେ ୧୨୦ ଦିନ ନୁହେଁ ୬୦ ଦିନ ପୂର୍ବରୁ କରିବାକୁ ହେବ ବୁକିଂ

ଭାରତୀୟ ରେଳବାଇ ପକ୍ଷରୁ ଟିକଟେ୍ ବୁକିଂର ନିୟମ ପରିର୍ବତ୍ତନ କରାଯାଇଛି । ବର୍ତ୍ତମାନ ୧୨୦ ଦିନ ପରିବର୍ତ୍ତେ ଲୋକେ ୬୦ ଦିନ ପୂର୍ବରୁ ଟିକେଟ ବୁକିଂ କରିପାରିବେ । ଏହି ନିୟମ ନଭେମ୍ବର ୧ ତାରିଖରୁ ଲାଗୁ ହେବ । ୩୧ ଅକ୍ଟୋବର ପର୍ଯ୍ୟନ୍ତ ହେବାକୁ ଥିବା ବୁକିଂରେ ଏହା ଲାଗୁ ହେବ ନାହିଁ । ଏନେଇ ଆଜି ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏଣିକି ଜଣେ ବ୍ୟକ୍ତି ଚାହିଁଲେ ମଧ୍ୟ ୪ ମାସ ପୂର୍ବରୁ କନଫର୍ମ ଟିକେଟ ବୁକିଂ କରିପାରିବେ ନାହିଁ ।

ରେଳବାଇ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ୨୦୨୪ ମସିହା ନଭେମ୍ବର ୧ ତାରିଖରୁ ଟ୍ରେନରେ ଆଗୁଆ ସଂରକ୍ଷଣ ପାଇଁ ୪ ମାସ ଆଗରୁ ଟିକେଟ ବୁକିଂ ହେବ ନାହିଁ । ଜଣେ ବ୍ୟକ୍ତି କେବଳ ମାସ ପୂର୍ବରୁ ଟିକେଟ ବୁକ୍ କରିବେ । କିନ୍ତୁ ଅକ୍ଟୋବର ୩୧ ତାରିଖ ର୍ପଯ୍ୟନ୍ତ ୧୨୦ ଦିନ ARP( Advance Reservation Period) ଅଧୀନରେ କରାଯାଇଥିବା ସମସ୍ତ ବୁକିଂରେ ଏହା ଲାଗୁ ହେବ ନାହିଁ। ଏହି ନୂଆ ନିୟମ ନଭେମ୍ବର ପହିଲାରୁ କାର୍ଯ୍ୟକାରୀ ହେବ ।

ବର୍ତ୍ତମାନ ର୍ପଯ୍ୟନ୍ତ ଲୋକମାନେ ୧୨୦ ଦିନ ପୂର୍ବରୁ ଟିକେଟ ବୁକ୍ କରିବାର ସୁଯୋଗ ପାଇଥିଲେ । ଏହାଦ୍ବାରା ଟିକଟେ ବୁକିଂ ସମୟରେ କୌଣସି ସମସ୍ୟା ଦେଖାଯାଉ ନଥିଲା । ଆଗୁଆ ଟିକଟେ କରି ଶାନ୍ତିରେ ରହୁଥିଲେ ଯାତ୍ରୀ । କିନ୍ତୁ ୬୦ ଦିନ ସମୟ ସୀମା ହେତୁ ହଠାତ୍ ବୁକିଂ ପାଇଁ ତତ୍ପରତା ଦେଖାଦେଇପାରେ । ୱେଟିଂ ଟିକେଟ ପାଇଁ କନଫର୍ମ ହେବାର ସମ୍ଭାବନା ମଧ୍ୟ କମ୍ ରହିବ ।

You might also like