ପରକୀୟା ପ୍ରୀତି: ଚେୟାରରେ ବାନ୍ଧି ଶାରୀରିକ ସମ୍ପର୍କ ରଖିବା ପଡ଼ିଲା ମହଙ୍ଗା, ଶ୍ୱାସରୁଦ୍ଧ ହୋଇ ଯୁବକଙ୍କ ମୃତ୍ୟୁ

ସେକ୍ସ ଯୋଗୁ ଗଲା ଜୀବନ। ସାଥୀଙ୍କ ସହ ମଉଜ କରିବାକୁ ଆସିଥିବା ଜଣେ ଯୁବକଙ୍କ ପାଇଁ ଶାରୀରିକ ସମ୍ପର୍କ ହିଁ କାଳ ସାଜିଲା। ତଣ୍ଟିରେ ଦଉଡ଼ି ବାନ୍ଧି ହୋଇଯିବାରୁ ଶ୍ୱାସ ରୁଦ୍ଧ ହୋଇ ଜଣେ ୩୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ଦିନ ନାଗପୁରର ଏକ ଲଜ୍‌ରେ ଏଭଳି ଘଟଣା ଘଟିଛି।

ପୋଲିସ ସୂଚନା ମୁତାବକ, ଯୁବକ ଜଣକ ଜଣେ ବିବାହିତା ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ସମ୍ପୃକ୍ତ ମହିଳା ବିବାହିତ ଓ ତାଙ୍କର ଏକ ପିଲା ବି ରହିଛି। ଗୁରୁବାର ରାତିରେ ସେମାନେ ପରସ୍ପର ସହ କିଛି ସମୟ ବିତାଇବାକୁ ଲଜ୍‌କୁ ଆସିଥିଲେ। ସେଠାରେ ମହିଳା ଜଣକ ଶାରୀରିକ ସମ୍ପର୍କ ରଖିବା ବେଳେ ଟିକେ ଏକ୍ସାଇଟ୍‌ମେଣ୍ଟ ପାଇଁ ଯୁବକଙ୍କ ହାତ, ଗୋଡ଼ ଓ ବେକକୁ ଚେୟାରରେ ବାନ୍ଧି ଦେଇଥିଲେ। ପରେ ସେ ବାଥ୍‌ରୁମ୍‌ ଯାଇଥିଲେ।

ଦୁର୍ଭାଗ୍ୟବଶତଃ ଏହି ସମୟରେ ଚେୟାରଟି ଖସିଯାଇଥିଲା ଓ ଯୁବକ ତଳକୁ ଖସିଆସିଥିଲେ। ଫଳରେ ଦଉଡ଼ିରେ ତାଙ୍କ ତଣ୍ଟି ଚିପି ହୋଇଯାଇଥିଲା। ହାତ ଗୋଡ଼ ବନ୍ଧା ଥିବାରୁ ସେ ନିଜକୁ ମୁକୁଳାଇ ପାରିନଥିଲେ ଓ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା।

ମହିଳା ଜଣକ ବାଥ୍‌ରୁମ୍‌ରୁ ବାହାରିବା ପରେ ଯୁବକଙ୍କୁ ନିସ୍ତେଜ ଥିବା ଦେଖିବାକୁ ପାଇଥିଲେ। ସେ ତାଙ୍କୁ ଡାକିଥିଲେ ମଧ୍ୟ ଯୁବକ ଶୁଣିନଥିଲେ। ଏଣୁ ମହିଳା ଲଜ୍‌ କର୍ମଚାରୀଙ୍କ ସାହାଯ୍ୟ ଲୋଡ଼ିଥିଲେ। ମାତ୍ର ସେତେବେଳକୁ ଯୁବକଙ୍କ ମୃତ୍ୟୁ ହୋଇସାରିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

ମହିଳା ଜଣକ ପୋଲିସ ସାମ୍ନାରେ ସ୍ୱୀକାର କରିଛନ୍ତି ଯେ ସେ ଉକ୍ତ ଯୁବକଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ। ପୋଲିସ ତାଙ୍କ ବୟାନ ରେକର୍ଡ କରିବା ସହ ଉଭୟଙ୍କ ମୋବାଇଲ ଜବତ କରିଛି। ତେବେ ଏହି ଘଟଣାର ତଦନ୍ତ ଦୁର୍ଘଟଣାଜନିତ ମୃତ୍ୟୁ ଆଧାରରେ କରୁଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.