ଗତ ସପ୍ତାହେ ଧରି ବ୍ରିଟେନର ଅନେକ ଅଞ୍ଚଳରେ ହିଂସାକାଣ୍ଡ ଘଟି ଚାଲିଛି । ସାଉଥପୋର୍ଟରେ ଏକ ଡ୍ୟାନ୍ସ କ୍ଲାସ୍ରେ ଛୁରାମାଡ଼ ଘଟଣା ପରେ ଦଙ୍ଗା ଥମୁନାହିଁ । ଛୁରାମାଡ଼ ଘଟଣାରେ ୩ ଜଣ ଝିଅଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ । ପୋଲିସ ଏହି ଘଟଣାରେ ୧୦୦ ଜଣଙ୍କୁ ଗିରଫ କରିଛି । ଏହାରି ମଧ୍ୟରେ ଭାରତ ସତର୍କତା ଅବଲମ୍ବନ କରି ନିଜ ନାଗରିକମାନଙ୍କ ପାଇଁ ଟ୍ରାଭେଲ ଆଡ୍ଭାଇଜରୀ ଜାରି କରିଛି ।
ଲଣ୍ଡନରେ ଥିବା ଭାରତୀୟ ଉଚ୍ଚ ଆୟୋଗ କହିଛନ୍ତି ଯେ ଲଣ୍ଡନରେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଭାରତରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ବ୍ରିଟେନ ଯାତ୍ରା କରିବା ସମୟରେ ସତର୍କ ରହିବାକୁ ଏବଂ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ସ୍ଥାନୀୟ ସୁରକ୍ଷା ଏଜେନ୍ସି ଦ୍ୱାରା ଜାରି ପରାମର୍ଶକୁ ଅନୁସରଣ କରିବାକୁ ଏବଂ ବିରୋଧ ଚାଲିଥିବା ସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।