ୟୁକ୍ରେନ ସ୍ଥିତ ଭାରତୀୟ ଦୂତାବାସର ଆଡଭାଇଜରି; ଆଜି ସୁଦ୍ଧା ୟୁକ୍ରେନ୍ ରାଜଧାନୀ କିଭ୍ ଛାଡିବାକୁ ଭାରତୀୟଙ୍କୁ ପରାମର୍ଶ

ନୂଆଦିଲ୍ଲୀ : ଆଜି ସୁଦ୍ଧା ୟୁକ୍ରେନ ରାଜଧାନୀ କିଭ୍ ଛାଡିବାକୁ ଭାରତୀୟଙ୍କୁ ପରାମର୍ଶ। ତୁରନ୍ତ କିଭ୍ ଛାଡିବାକୁ କହିଛନ୍ତି ୟୁକ୍ରେନରେ ଥିବା ଭାରତୀୟ ରାଷ୍ଟ୍ରଦୂତ ପାର୍ଥ ଶତପଥୀ । ଏପଟେ ଫସିଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ଜୋର ଧରିଛି ଅପରେସନ ଗଙ୍ଗା । ଅପରେସନ ଗଙ୍ଗାରେ ସାମିଲ ହେବ ଭାରତୀୟ ବାୟୁସେନା। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାୟୁସେନାକୁ ନିର୍ଦ୍ଦେଶ ଦେଇଛନ୍ତି । କମ ସମୟରେ କିପରି ଅଧିକ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯିବ ସେନେଇ ବାୟୁସେନାକୁ ସାମିଲ କରାଯାଇଛି। ବାୟୁସେନା ପକ୍ଷରୁ C-17 ଏୟାରକ୍ରାଫ୍ଟକୁ ଏହି ଅପରେସନ ସାମିଲ କରାଯାଇଛି।
ଏହା ଭିତରେ ରୋମାନିଆ ଓ ହଙ୍ଗେରୀରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ନେଇ ୨ଟି ବିମାନ ଆସି ଦିଲ୍ଲୀରେ ପହଞ୍ଚିଛି । ଦିଲ୍ଲୀରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ ସେମାନଙ୍କୁ ସ୍ୱାଗତ କରିଥିଲେ । କେନ୍ଦ୍ରମନ୍ତ୍ରୀ ମାଣ୍ଡଭ୍ୟ କହିଛନ୍ତି, ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ସମସ୍ତଙ୍କୁ ଉଦ୍ଧାର ଯାଏ ଏହି ଅଭିଯାନ ଚାଲିବ ।