ଆଫଗାନୀ ମହିଳା ଅଧିକାର କର୍ମୀ ଫ୍ରେସ୍ତା କୋହିସ୍ତାନୀ ଓ ତାଙ୍କ ଭାଇଙ୍କୁ ଗୁଳି କରି ହତ୍ଯା

ନୂଆଦିଲ୍ଲୀ: ଆଫଗାନୀ ମହିଳା ଅଧିକାରକର୍ମୀ ଫ୍ରେସ୍ତା କୋହିସ୍ତାନୀ ଓ ତାଙ୍କ ଭାଇଙ୍କୁ କାପିସା ପ୍ରଦେଶ ଅନ୍ତର୍ଗତ କୋହିସ୍ତାନ ଜିଲ୍ଲାର ହେସ୍‌-ଏ-ଅଓ୍ଵଲ୍‌ ଅଞ୍ଚଳର ଦାହନୋ ଗାଁରେ ଅଜ୍ଞାତ ବନ୍ଧୁକଧାରୀ ବାଇକ୍‌ ଆରୋହୀ ମାନେ ଗୁଳିମାରି ହତ୍ୟା କରିଛନ୍ତି।

ସୂଚନା ଥାଉକି, ଗତ ବୁଧବାର ଦିନ  ଏକ ସ୍ୱାଧୀନ ନିର୍ବାଚନ ପର୍ଯ୍ୟବେକ୍ଷଣ ସଂସ୍ଥା ଚଳାଉଥିବା ମହମଦ ୟୁସୁଫ୍‌ ରଶୀଦଙ୍କୁ ବୁଧବାର ଦିନ ଅତର୍କିତ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିଲା। ତେବେ ଫ୍ରେସ୍ତାଙ୍କୁ ହତ୍ୟା କରିଥିବା କଥା କୌଣସି ସଙ୍ଗଠନ ଏପର୍ଯ୍ୟନ୍ତ ଦାବି କରିନାହାନ୍ତି।

ଅନ୍ଯପଟେ ବର୍ଷିୟାନ୍‌ ନେତା ଅବ୍ଦୁଲ୍ଲା ଅବ୍ଦୁଲ୍ଲା କହିଛନ୍ତି ଯେ ଆତଙ୍କବାଦୀ ଆକ୍ରମଣରେ କୋହିସ୍ତାନୀଙ୍କୁ ହତ୍ୟା କରାଯାଇଛି। ଫେସ୍‌ବୁକ୍‌ ପୋଷ୍ଟ୍‍ରେ ସେ କୋହିସ୍ତାନୀଙ୍କୁ ଜଣେ ସାହସିନୀ ଓ ନିର୍ଭୟା କର୍ମୀ ବୋଲି କହିଛନ୍ତି। ଘଟଣାଟି ଗୁରୁବାର ଦିନର। ଧମକ ପାଉଥିବାରୁ ସରକାରୀ କର୍ତ୍ତୃପକ୍ଷଙ୍କୁ ସୁରକ୍ଷା ମାଗିଥିବା କଥା ମୃତ୍ୟୁର କିଛି ଦିନ ପୂର୍ବରୁ କୋହିସ୍ତାନୀ ଫେସ୍‌ବୁକ୍‌ରେ ଲେଖିଥିଲେ।

Leave A Reply

Your email address will not be published.