ଫେରିଲେ ଅଭିନନ୍ଦନ, ହସି ହସି ପୁଣି ପାକିସ୍ତାନର କଟା ଘା’ରେ ପୁଣି ଚୂନ ମାରିଲେ ଆଫଗାନୀ ଭାଇଜାନ୍

ଜନ୍ମମାଟିକୁ ଫେରିଲେ ବୀର ପୁତ୍ର । ଭାରତ-ପାକ୍‌ ସୀମାନ୍ତ ଅଟାରୀ ଓ୍ଵାଘା ବର୍ଡରରେ ପହଞ୍ଚିଛନ୍ତି ଯୋଦ୍ଧା ଅଭିନନ୍ଦନ ବର୍ଦ୍ଧମାନ । ଭାରତୀୟ ବାୟୁସେନା ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ସ୍ୱାଗତ କରିଛି ପୂରା ଦେଶ । ତେବେ ହସି ହସି ପୁଣି ପାକିସ୍ତାନକୁ କମେଂଟ୍ କରିଛନ୍ତି ଆଫଗାନ୍ ଭାଇଜାନ୍ । ପୁଣି ଥରେ ଏକ ଭିଡିଓ ଅପଲୋଡ୍ କରିଛନ୍ତି ଏହି ଆଫଗାନ୍ ଭାଇଜାନ୍ । ଆଉ ଏଥର ସେ ପାକିସ୍ତାନକୁ ଖୁବ୍ କାମର ପରାମର୍ଶ ଦେଇଛନ୍ତି ।

ଭିଡିଓରେ ଦେଖିବାକୁ ମିଳିଛି ଅଭିନନ୍ଦନଙ୍କୁ ସାଲ୍ୟୁଟ୍ କରିଛନ୍ତି ଆଫଗାନ୍ ଭାଇଜାନ୍ । ଆଉ କହିଛନ୍ତି, ଯିଏ ନିଜ ମୁଣ୍ଡ ନିଜ ହାତରେ ଧରି ପାକିସ୍ତାନ ଚାଲିଗଲା, ଏଭଳି ମଣିଷଙ୍କୁ ମୁଁ ମୋ ଜୀବନରେ ଦେଖିନି । କୋଉ ମାଟିରେ ତିଆରି ଏପରି ବ୍ୟକ୍ତି । ମୋ ଦେଶରେ ଏହି ବୀର ଜନ୍ମ ହୋଇଥାନ୍ତେ କି । ତାଙ୍କର ଆଖିରେ ନା ଭୟ ଅଛି, ନା ଅଛି କୌଣସି ଚିନ୍ତା । ଶତ୍ରୁ ଦେଶରେ ଏମିତି କଥା ହେଉଛନ୍ତି ଯେମିତି ଏହା ତାଙ୍କ ନିଜ ଘର । ଆପଣଙ୍କୁ ମୁଁ ହୃଦୟରୁ ସାଲ୍ୟୁଟ୍ କରୁଛି ଆଉ ସାଲ୍ୟୁଟ୍ କରୁଛି ସେହି ସାହସୀ ମା’କୁ ଯିଏ ଏଭଳି ବୀର ପୁତ୍ରକୁ ଜନ୍ମ କରିଛି ।

ଏହା ସହ ପଢନ୍ତୁ ପାକ୍ ପ୍ରଧାନମନ୍ତ୍ରୀଙ୍କ ଇଜ୍ଜତକୁ ମାଟିରେ ମିଶାଇଦେଲେ ଆଫଗାନୀ ଭାଇଜାନ୍, ଭିଡିଓ ଦେଖି ଖୁସି ହୋଇଯିବ ଆପଣଙ୍କ ମନ

ଏହା ସହ ଅନ୍ୟ ଦେଶରୁ ଭିକ ମାଗି ଆତଙ୍କବାଦୀ ତିଆରି କରିବାରେ ଖର୍ଚ୍ଚ ନକରିବା ପାଇଁ ପାକିସ୍ତାନକୁ ପରାମର୍ଶ ଦେଇଛନ୍ତି ଆଫଗାନୀ ଭାଇଜାନ୍ ।

ଦେଖନ୍ତୁ ଭିଡିଓ :