ଭୟ ଭିତରେ ଜୀବନ ବଞ୍ଚାଇବାକୁ ଶେଷ ଉଦ୍ୟମ…ଆଫଗାନିସ୍ତାନରୁ ଉଡ଼ାଣ ଭରିଥିବା ବିମାନ ଭିତରର ଫଟୋ ଭାଇରାଲ

ଆଫଗାନିସ୍ତାନର ସ୍ଥିତି ସମୟ ସହ ଆହୁରି ଅଧିକ ବିଗିଡ଼ିବାରେ ଲାଗିଛି। ଦେଶକୁ ଏବେ ସମ୍ପୂର୍ଣ୍ଣ ଭାବେ କବ୍‌ଜା କରିନେଇଛି ତାଲିବାନ୍‌। ଏଥିସହ ଏବେ ଆମେରିକା ବି ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତିକୁ ସଠିକ୍‌ ବୋଲି କହିଛି। ଏଣୁ ଆଫଗାନିସ୍ତାନର ସାଧାରଣ ଜନତା ଏବେ ଜୀବନ ବଞ୍ଚାଇବାକୁ ରାସ୍ତା ଖୋଜୁଛନ୍ତି।

ଇତିମଧ୍ୟରେ ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ଆଫଗାନିସ୍ତାନରେ ରହୁଥିବା କିଛି ଲୋକ ଜୀବନ ବଞ୍ଚାଇବାକୁ ବାହାରକୁ ଦୌଡ଼ୁଥିବା ଦେଖାଯାଇଛି। ତେବେ କେବଳ ଏହି ଗୋଟିଏ ଫଟୋ ନୁହେଁ, ଏବେ ସୋସିଆଲ ମିଡିଆରେ ଆଫଗାନିସ୍ତାନର ଏମିତି ଅନେକ ଫଟୋ ଭାଇରାଲ ହେଉଛି ଯାହା ଦେଖିଲେ ଛାତି ଥରି ଉଠିବ।

ସାମ୍ବାଦିନ ଇୟାନ ବ୍ରିମର ନିଜ ଟ୍ଵିଟର ଆକାଉଣ୍ଟରେ ଆମେରିକା ଏୟାରକ୍ରାଫ୍ଟର ଭିତରର ଫଟୋ ସେୟାର କରିଛନ୍ତି। ଏହି ଏୟାରକ୍ରାଫ୍ଟରେ ଶତାଧିକ ଲୋକ ବସିଛନ୍ତି। ସେମାନେ ଆଫଗାନିସ୍ତାନରୁ ବାହାରି କୌଣସି ସୁରକ୍ଷିତ ସ୍ଥାନକୁ ଯିବାକୁ ଚାହିଁଛନ୍ତି। ଏରୋପ୍ଲେନ୍‌ ଭିତରେ ଏତେ ଲୋକ ବସିଛନ୍ତି ଯେ କେହି କହିବେନି ଯେ ଏହା ଏକ ବିମାନ ବୋଲି।

ଏରୋପ୍ଲେନ୍‌ ଭିତରେ ବସିଥିବା ପ୍ରତିଟି ବ୍ୟକ୍ତିର ଚେହେରାରେ ଭୟ ଓ ଡର ଭରି ରହିଛି। ସେମାନେ କୌଣସି ମତେ ଆଫଗାନିସ୍ତାନରୁ ଜୀବନ ଧରି ଫେରିବାକୁ ଚାହିଁଛନ୍ତି। ଏଣୁ ଯେତେ କଷ୍ଟ ହେଉ ପଛେ ସେମାନେ ସେଠାରୁ ପଳାଇ ଆସିବା ସୁଯୋଗ ହାତ ଛଡ଼ା କରିନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.