ଆଫଗାନିସ୍ତାନରେ ଭାରତୀୟ ଫଟୋ ଜର୍ଣ୍ଣାଲିଷ୍ଟ ଦାନିଶ ସିଦ୍ଦିକିଙ୍କୁ ହତ୍ୟା, ତାଲିବାନ୍ ଯୁଦ୍ଧର କରୁଥିଲେ ରିପୋର୍ଟିଂ
ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କୁ ହତ୍ୟା। ଦାନିଶ ସେଠାରେ ନ୍ୟୁଜ୍ ଏଜେନ୍ସି ରାଇଟର୍ସ ଭାବେ କାମ କରୁଥିଲେ। କୁହାଯାଉଛି ଯେ ଦିଲ୍ଲୀର ବାସିନ୍ଦା ଦାନିଶ ସିଦ୍ଦିକି ଆଫଗାନିସ୍ତାନରେ ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଖବର ପ୍ରସାରଣ ପାଇଁ ଯାଇଥିଲେ। ତେବେ ତାଙ୍କୁ ସେଠାରେ କିଏ ଓ କାହିଁକି ହତ୍ୟା କରିଛି ସେ ନେଇ ସଠିକ୍ ତଥ୍ୟ ମିଳିପାରିନାହିଁ।
ଦାନିଶ ସିଦ୍ଦିକିଙ୍କୁ କନ୍ଦାର ପ୍ରାନ୍ତର ସ୍ପିନ୍ ବୋଲ୍ଡକ ଅଞ୍ଚଳରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। କୁହଯାଉଛି, ଆଫଗାନିସ୍ତାନରୁ ଆମେରିକା ସୈନିକ ଫେରିବା ପରେ ସେଠାରେ ଭୀଷଣ ହିଂସାକାଣ୍ଡ ଜାରି ରହିଛି। ହତ୍ୟା ସମୟରେ ବି ଦାନିଶ ତାଲିବାନ୍ ଯୁଦ୍ଧର କଭର କରୁଥିଲେ।
ଦାନିଶ ସିଦ୍ଦିକି ଜଣେ ଟିଭି ରିପୋର୍ଟର ଭାବେ ନିଜ ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ। ପରେ ସେ ଫଟୋ ଜର୍ଣ୍ଣାଲିଷ୍ଟ ହୋଇଥିଲେ। ୨୦୧୮ ମସିହାରେ ତାଙ୍କୁ ସହଯୋଗୀ ଅଦନାନ ଆବିଦୀଙ୍କ ସହ ପୁଲିଜର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଦାନିଶଙ୍କୁ ରୋହିତ୍ୟାଂ ଶରଣାର୍ଥୀଙ୍କ ସ୍ପେଶାଲ କଭର ପାଇଁ ପୁରସ୍କୃତ କରାଯାଇଥିଲା।