ତାଲିବାନ କବଜାରୁ ନିଜକୁ ମୁକୁଳାଇ ଭାରତ ପହଞ୍ଚିଲେ ଆଫଗାନିସ୍ତାନ ସାଂସଦ ନରେନ୍ଦ୍ର ସିଂ ଖାଲସା, ଦେଲେ ଭାବୁକ ଭରା ମନ୍ତବ୍ୟ

ଆଫଗାନିସ୍ତାନରେ ତାଲିବାନର କବଜା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଦେଶ ଛାଡି ବିଦେଶରେ ଏବେ ନିଜ ପାଇଁ ଆଶ୍ରୟସ୍ଥଳ ଖୋଜୁଛନ୍ତି ଆଫଗାନିସ୍ତାନ ଜନବାସୀ । ଏଭଳି ଦୁର୍ଦ୍ଦଶା ଓ ଅସହାୟ ପରିସ୍ଥିତି ଦେଖି ସମସ୍ତେ ଏବେ ସ୍ତବ୍ଧ । ଆଫଗାନ ସରକାର ମଧ୍ୟ ତାଲିବାନକୁ ଡରି ଶାସନ ଗାଦିକୁ ଛାଡ଼ି ପଳାଉଛନ୍ତି ।

ସେଠାକାର ରାଷ୍ଟ୍ରପତି ଦେଶ ଛାଡ଼ି ପଳାଇଥିବା ବେଳେ ଏବେ ସାଂସଦ ମାନେ ମଧ୍ୟ ଦେଶ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି । ୨୦ ବର୍ଷ ମଧ୍ୟରେ ଯାହା କିଛି ହୋଇଥିଲା ଏବେ ସେସବୁର କିଛି ଅର୍ଥ ରହିନାହିଁ ।ଏହାକୁ ନେଇ ସବୁଠି ଏବେ ଚର୍ଚ୍ଚା । ଏବେ ଆଫଗାନର ସାଂସନ ନରେନ୍ଦ୍ର ସିଂ ଖାଲସା ଏହାକୁ ନେଇ ନିଜ ମନ୍ତବ୍ୟ ଦେଇଛନ୍ତି ।

ତାଲିବାନ କବଜାରୁୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଆଫଗାନର ସାଂସଦ ଖାଲସା ଭାରତକୁ ଆସିଛନ୍ତି । ଏଠାକୁ ଆସିବା ପରେ ଏବେ ମିଡ଼ିଆ ଆଗରେ ନିଜର ମନ୍ତବ୍ୟ ରଖିଛନ୍ତି । ଏହି ସମୟରେ ସେ ଭାବୁକ ହୋଇଥିବାର ଦେଖିବାକୁ ମିଳିଛି । ଭାରତକୁ ଆସୁଥିବା ପ୍ଲେନରେ ସେ ୧୬୮ ଯାତ୍ରୀ ମାନଙ୍କ ମଧ୍ୟରୁ ଜଣେ ଥିଲେ । ଏମାନଙ୍କୁ ଏୟାରଫୋର୍ସର ଗ୍ଲୋବମାଷ୍ଟର ବିମାନ କାବୁଲରୁ ଗାଜିଆବାଦକୁ ଅଣାଯାଇଥିଲା । ଏହା ଆଜି ରବିବାର ସକାଳ ସମୟରେ ହିଣ୍ଡନ ଏୟାରବେସରେ ଲ୍ୟାଣ୍ଡ ହୋଇଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.