ପଞ୍ଜଶୀର ଯବାନଙ୍କ ହମଲାରେ ୩୦୦ ତାଲିବାନୀ ମୃତ, ଅନେକ ହୋଇଛନ୍ତି ବନ୍ଦୀ

ଆଫଗାନିସ୍ତାନରେ ତାଲିବାନ ଆତଙ୍କର ଭୟାବହ ସମସ୍ତଙ୍କୁ ଡରାଇ ରଖିଛି । ଲୋକମାନେ ଭୟରେ ଦେଶ ଛାଡ଼ି ଯାଉଛନ୍ତି। ତେବେ ଆଫଗାନର ପ୍ରାୟ ସମସ୍ତ ସ୍ଥାନକୁ ତାଲିବାନ ନିଜ କବଜାକୁ ଆଣିଛି । କିନ୍ତୁ ଏବେ ବି ଏମିତି ଏକ ସ୍ଥାନ ରହିଛି ଯେଉଁଠି ତାଲିବାନ ନିଜ କାୟା ବିସ୍ତାର କରିବାରେ ସଫଳ ହୋଇନାହିଁ। ସେହି ସ୍ଥାନର ନାମ ହେଉଛି ପଞ୍ଜଶୀର। ଏବେ ପଞ୍ଜଶୀରର ଯବାନ ତାଲିବାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି। ତାଲିବାନକୁ କଡ଼ା ଜବାବ ଦେଉଛନ୍ତି ଏଠାକାର ଯବାନ।

ସୂଚନା ଅନୁଯାୟୀ, ପୂର୍ବରୁ ତାଲିବାନ ଏହି ସ୍ଥାନକୁ ଅକ୍ତିଆର କରିବା ପାଇଁ ଅନେକ ଯୋଜନା କଲେ ମଧ୍ୟ ସଫଳ ହେଉନଥିଲେ। ଏହି ସ୍ଥାନକୁ ପ୍ରବେଶ କରିବା ମଧ୍ୟ ତାଲିବାନଙ୍କ ପାଇଁ ବଡ଼ କଷ୍ଟକର ହୋଇଥାଏ। ଏଥର ମଧ୍ୟ ସେଭଳି କିଛି ଖବର ସାମ୍ନାକୁ ଆସିଛି। ଗୋଟେ ପକ୍ଷରେ ଉଭୟଙ୍କ ମଧ୍ୟରେ ମୁକାବିଲା ଚାଲୁଥିବା ସମୟରେ ଅନ୍ୟ ପକ୍ଷରେ ବଗଲାନ ପ୍ରାନ୍ତରେ ତାଲିବାନକୁ ଲାଗିଛି ଏକ ବଡ଼ ଝଟକା। ଖବର ଅନୁଯାୟୀ , ହୋଇଥିବା ଆକ୍ରମଣରେ ୩୦୦ ତାଲିବାନୀ ମୃତ୍ୟୁ ବରଣ କରିଥିବା ବେଳେ ଅନେକଙ୍କୁ ବନ୍ଦି କରାଯାଇଛି।

taliban
pc:aajtak

BBC ପତ୍ରକାର ୟାଲଦା ହକିମଙ୍କ ରିପୋର୍ଟ ଅନୁଯାୟୀ, ପଞ୍ଜଶୀର ଯବାନ ବଗଲାନର ଅନ୍ଦ୍ରାବରେ ଲୁଚି ତାଲିବାନଙ୍କ ଆଖିରେ ଧୂଳି ଦେଇ ତାଙ୍କ ଉପରେ ବଡ଼ ଆକ୍ରମଣ କରିଛି। ଏହି ଆକ୍ରମଣରେ ତାଲିବାନର ଅନେକ କ୍ଷତି ହୋଇଛି। ଯବାନଙ୍କ ପକ୍ଷରୁ ସୂଚନା ମିଳିଛି ଯେ ଏହି ଆକ୍ରମଣରେ ୩୦୦ ତାଲିବାନ ମୃତ୍ୟୁ ବରଣ କରିଥିବା ବେଳେ ଅନେକଙ୍କୁ ବନ୍ଦୀ କରାଯାଇଛି।

ଆପଣଙ୍କୁ କହିଦେବାକୁ ଚାହୁଁ ଯେ, ତାଲିବାନ ଏବେ ସେଠାରେ ନିଜ ସରକାର ବନେଇବାରେ ବ୍ୟସ୍ତ। ନିଜ ମନ୍ତ୍ରୀମଣ୍ଡଳକୁ ଶକ୍ତ କରିବା ପାଇଁ ତାଲିବାନର ଅନେକ ମନ୍ତ୍ରୀ ଆଫଗାନ ନେତାଙ୍କ ସହ ସାକ୍ଷାତ କରି ଅନେକ ଥର ବୈଠକ କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.