ଆଫତାବର ଡ୍ରଗ୍ସ ଲିଙ୍କ! ଦିଲ୍ଲୀ ଫରେନସିକ୍ ଲାବରେ ଆଜିବି ଚାଲିଛି ପଲିଗ୍ରାଫ ଟେଷ୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ଲିଭ୍ ଇନ୍ ପାର୍ଟନର ଶ୍ରଦ୍ଧା ହତ୍ୟା ମାମଲାରେ ତଥ୍ୟ ପ୍ରମାଣ ଯୋଗାଡ କରୁଛି ଦିଲ୍ଲୀ ପୋଲିସ । ଆଜି ପୁଣି ଆଫତାବର ପଲିଗ୍ରାଫ ଟେଷ୍ଟ କରାଯାଉଛି । ଏଥିପାଇଁ ତାକୁ କଡ଼ା ସୁରକ୍ଷା ଭିତରେ ଫରେନସିକ୍ ଲାବକୁ ଅଣାଯାଇଥିଲା । ଗତକାଲି ଫରେନ୍ସିକ ଲାବ୍ ଅଫିସ ବାହାରେ ଆଫତାବକୁ ଆକ୍ରମଣ ଉଦ୍ୟମ ପରେ ତିହାର ଜେଲ୍ ପକ୍ଷରୁ ତାର ସୁରକ୍ଷାକୁ ବଢ଼ାଯାଇଛି । ପଲିଗ୍ରାଫ ଟେଷ୍ଟ ସରିବା ପରେ ଆଫତାବର ନାର୍କୋ ଟେଷ୍ଟ ହେବ । ୪ଟି ପର୍ଯ୍ୟାୟରେ ଆଫତାବ୍ର ପଲିଗ୍ରାଫ ଟେଷ୍ଟ ସରିଲାଣି ।
ପୋଲିସକୁ ବୟାନ ବଦଳାଇ ଭୁଆଁ ବୁଲାଉଛି ଆଫତାବ । ମିଛ ଧରିବା ପାଇଁ ତାର ଖୁବଶୀଘ୍ର ନାର୍କୋ ଟେଷ୍ଚ କରାଯିବ । ସେପଟେ ଡ୍ରଗ୍ସ ଲିଙ୍କର ବି ଖୋଳତାଡ ଆରମ୍ଭ ହୋଇଛି । ଗୁଜରାଟରୁ ଗିରଫ ଜଣେ ଡ୍ରଗ୍ସ ପେଡେଲର ଫୈଜଲ ମୋମିନ୍ ଆଫତାବକୁ ଡ୍ରଗ୍ସ ଯୋଗାଇଥିବା କହିଛି । ଆଫତାବ ତାର ଭଲ ସାଙ୍ଗ ବୋଲି ଜେରା ବେଳେ କହିଛି ଫୈଜଲ । ଖୁବଶୀଘ୍ର ଦିଲ୍ଲୀ ପୋଲିସ ଫୈଜଲକୁ ଜେରା କରିବ ।