ଦିଲ୍ଲୀ ହତ୍ୟା ମାମଲାରେ ବଡ ଖୁଲାସା: ଶ୍ରଦ୍ଧାଙ୍କୁ ସିଗାରେଟ ଚେଙ୍କ ଦେଉଥିଲା ଜହ୍ଲାଦ ପ୍ରେମିକ ଆଫ୍‌ତାବ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ଲିଭ୍‌ ଇନ୍‌ ପାର୍ଟନର ଶ୍ରଦ୍ଧା ହତ୍ୟା ମାମଲାରେ ବଡ ଖୁଲାସା । ଶ୍ରଦ୍ଧାଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେଇଆସୁଥିଲା ଜହ୍ଲାଦ ପ୍ରେମିକ । ଅଭିଯୁକ୍ତ ଆଫ୍‌ତାବ୍‌ ଶ୍ରଦ୍ଧାଙ୍କୁ ସିଗାରେଟ ଚେଙ୍କ ଦେଉଥିବା ଜଣାପଡିଛି । ୨୦୨୧ରେ ଶ୍ରଦ୍ଧା ତାଙ୍କ ବନ୍ଧୁଙ୍କୁ ଏ ନେଇ ଏକ ଫଟୋ ସେୟାର କରିଥିଲେ । ଏଥିରେ ଅଫତାଫ ତାଙ୍କୁ ସିଗାରେଟରେ ଚେଙ୍କ ଦେଉଥିବା ଉଲ୍ଲେଖ କରିଛନ୍ତି ।

ଏ ନେଇ ଶ୍ରଦ୍ଧାଙ୍କ ବନ୍ଧୁ ରଜତ ଶୁକ୍ଳା ଦାବି କରିଛନ୍ତି । ସିଗାରେଟ ଚେଙ୍କ ଦେବା ପରେ ବି ନୀରବ ରହିଥିଲେ ଶ୍ରଦ୍ଧା । ପୋଲିସକୁ ଜଣାଇନଇଥିଲେ । ଆଫ୍‌ତାବ୍‌ଙ୍କୁ ଭଲ ମଣିଷ ହେବାକୁ ସୁଯୋଗ ପରେ ସୁଯୋଗ ଦେଇ ଚାଲିଥିଲେ ଶ୍ରଦ୍ଧା । ଏପଟେ ଆଫ୍‌ତାବ୍‌ର ପଲିଗ୍ରାଫ ଟେଷ୍ଟ ସରିଛି ।

ରିପୋର୍ଟ କହିବ ଶ୍ରଦ୍ଧାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲା କି ନାହିଁ ଆଫତାବ । ନାର୍କୋ ଟେଷ୍ଟ ବି କରାଯିବ । ଶ୍ରଦ୍ଧାଙ୍କୁ ୩୫ ଖଣ୍ଡ କରିବାକୁ ଆଫତାବ ୫ଟା ଛୁରୀ ବ୍ୟବହାର କରିଥିବା ପୋଲିସ କହିଛି। ସେପଟେ ଥାନେ ଭୟାନ୍ଦର ସମୁଦ୍ର ଉପକୂଳରେ ପ୍ରମାଣ ପାଇଁ ସର୍ଚ୍ଚ ଅପରେସନ୍‌ କରିଛି ଦିଲ୍ଲୀ ପୋଲିସର ଏକ ଟିମ୍‌ । ଦ୍ୱିତୀୟ ପର୍ଯ୍ୟାୟରେ ଆଫତାବକୁ ଆଉ ୪ ଦିନ ରିମାଣ୍ଡରେ ଆଣି ପ୍ରମାଣ ଗୋଟାଉଛି ତଦନ୍ତକାରୀ ଟିମ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.