ରାସନ ପାଇଁ ୧୧ ଘଣ୍ଟା ଧାଡ଼ିରେ ଠିଆ ହୋଇଥିଲେ ମହିଳା, କିନ୍ତୁ ଖାଦ୍ୟ ବଦଳରେ ମିଳିଲା ପୋଲିସଠୁ ମାଡ଼; ଦେଖନ୍ତୁ ଭିଡିଓ

ଲକ୍‌ଡାଉନ୍‌ ମଧ୍ୟରେ ଲୋକମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଦୋକାନ ବଜାର ବନ୍ଦ ଥିବାରୁ ଖାଦ୍ୟ ପାଇଁ ସବୁଠାରୁ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପ୍ରବାସୀ ଶ୍ରମିକ। ଏଣୁ ସମସ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ସରକାର ରାସନ କାର୍ଡକୁ ଦେଶର ସବୁସ୍ଥାନରେ ବ୍ୟବହାର କରି ଖାଦ୍ୟ ନେଇ ପାରିବେ ବୋଲି ଘୋଷଣା କରିଛନ୍ତି। ତେବେ ରାସନ ନେବା ବେଳେ ଦିଲ୍ଲୀର ଗୌତମବୁଦ୍ଧ ଜିଲ୍ଲାର ନୋଏଡାର ଏକ ଅଞ୍ଚଳରେ ଅଘଟଣ ଘଟିଛି। ଏଠାରେ ରାସନ ନେବାକୁ ଧାଡ଼ିରେ ଠିଆ ହୋଇଥିବା ମହିଳାଙ୍କ ଉପରେ ପୋଲିସ ଲାଠି ଚାର୍ଜ କରିଥିବା ଜଣାଯାଇଛି। ଯାହାର ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି।

ରିପୋର୍ଟ ମୁତାବକ, ଶୁକ୍ରବାର ଦ୍ୱିପ୍ରହରରେ ରାସନ ଦୋକାନ ସାମ୍ନାରେ ମହିଳାମାନେ ଦୀର୍ଘ ୧୧ ଘଣ୍ଟା ଧରି ଧାଡ଼ିରେ ଠିଆ ହୋଇଥିଲେ। ଏହି ସମୟରେ ପୋଲିସ କର୍ମୀ ସୌରଭ କୁମାର ନିଜ ଟିମ୍‌ ସହ ସେଠାକୁ ପ୍ୟାଟ୍ରୋଲିଂ ପାଇଁ ଆସିଥିଲେ। ସାମାଜିକ ଦୂରତ୍ୱ ପାଳନ ହେଉନଥିବା ଦେଖି ସେ କିଛି ମହିଳାଙ୍କୁ ଲାଠିରେ ପିଟିଥିଲେ। ଏହି ଘଟଣାକୁ ସେଠାରେ ଉପସ୍ଥିତ ଲୋକ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ।

ଭିଡିଓ ଭାଇରାଲ ହେବା ପରେ ପୋଲିସ ବିଭାଗର ଉଚ୍ଚ ପଦସ୍ଥ ଅଫିସର ମାମଲାର ଯାଞ୍ଚ କରି ସୌରଭଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାଯାଇଛି। ତେବେ ଲୋକମାନେ ପୋଲିସର ଏହି କାଣ୍ଡକୁ ନିନ୍ଦା କରିବା ସହ କରୋନା ସ୍ଥିତିରେ ଏଭଳି ବ୍ୟବହାରକୁ ନାପସନ୍ଦ କରିଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.