ବିବାହର ୨୦ ଦିନ ପରେ ସ୍ତ୍ରୀକୁ ଛାଡ଼ି ଫେରାର ହେଲା ସ୍ୱାମୀ, ଥାନାରେ ପହଞ୍ଚିଲେ ମହିଳା
ବିବାହର ୨୦ ଦିନ ବିତି ଯାଇଥିଲା । ସ୍ୱାମୀ ସ୍ତ୍ରୀ ବହୁତ ଖୁସି ଥିଲେ । କିନ୍ତୁ ହଠାତ ଦିନେ ସବୁକିଛି ଓଲଟ ପାଲଟ ହୋଇଗଲା । ସକାଳୁ ସକାଳୁ ଅଫିସ୍ କାମ କହି ଘରୁ ବାହାରିଥିଲେ ସ୍ୱାମୀ କିନ୍ତୁ ରାତି ହୋଇଯାଇଥିଲେ ମଧ୍ୟ ଘରକୁ ଫେରିନଥିଲେ ।
ଦୀର୍ଘ ଅଢ଼େଇ ବର୍ଷର ପ୍ରେମ ସମ୍ପର୍କ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ପ୍ରେମୀ ଯୁଗଳ । କିନ୍ତୁ ଯୁବତୀ କେବେ ବି ଭାବି ନଥିଲେ ଯେ ଯାହାକୁ ମନ ପ୍ରାଣ ଦେଇ ଭଲ ପାଉଛନ୍ତି ସେ ତାଙ୍କୁ ଧୋକା ଦେଉଛି । ବିବାହର ୨୦ ଦିନ ବିତି ଯାଇଥିଲା । ସ୍ୱାମୀ ସ୍ତ୍ରୀ ବହୁତ ଖୁସି ଥିଲେ । କିନ୍ତୁ ହଠାତ ଦିନେ ସବୁକିଛି ଓଲଟ ପାଲଟ ହୋଇଗଲା । ସକାଳୁ ସକାଳୁ ଅଫିସ୍ କାମ କହି ଘରୁ ବାହାରିଥିଲେ ସ୍ୱାମୀ କିନ୍ତୁ ରାତି ହୋଇଯାଇଥିଲେ ମଧ୍ୟ ଘରକୁ ଫେରିନଥିଲେ । ସନ୍ଦେହ ହେବାରୁ ଘରର ଆଲମିରା ଖୋଲିଥିଲେ ସ୍ତ୍ରୀ ତାପରେ ଯାହା ଦେଖିଥିଲେ, ନିଜ ଆଖିକୁ ବିଶ୍ୱାସ କରିପାରି ନଥିଲେ । କାରଣ ଆଲମିରାରେ ଥିବା ସମସ୍ତ ବିବାହ ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ଗାୟବ ଥିଲା । ତେଣୁ ସେ ନିଶ୍ଚିତ ହୋଇଯାଇଥିଲେ ଯେ ତାଙ୍କ ସ୍ୱାମୀ ତାଙ୍କୁ ଛାଡ଼ି ଫେରାର ହୋଇଯାଇଛି । ତେବେ ଏହି ମାମଲା ବିହାରର ମୁଜାଫରନଗର ସିକନ୍ଦରପୁର ପୋଲିସ ଷ୍ଟେସନ ଅଞ୍ଚଳର ବୋଲି ଜଣାପଡ଼ିଛି ।
ପିଡିତାଙ୍କ କହିବା ଅନୁସାରେ ୨ ବର୍ଷ ପୂର୍ବେ ସେ ଆଦିତ୍ୟ ନାମକ ଜଣେ ଯୁବକଙ୍କୁ ଭେଟିଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ହୋଇଥିଲା ଏବଂ ପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସୂଚନା ଥାଉ କି ବିବାହ ପୂର୍ବରୁ ପିଡ଼ିତାଙ୍କର ଗର୍ଭପାତ କରାଇଥିଲେ ଆଦିତ୍ୟ । ଯେତେବେଳେ ପିଡ଼ିତା ଯୁବକଙ୍କୁ ବିବାହ ପାଇଁ ବାରମ୍ବାର କହିଥିଲେ ସେତେବେଳେ ବାଧ୍ୟ ହୋଇ ଆଦିତ୍ୟ ନିଜ ପ୍ରେମିକାକୁ ନିକଟରେ ଥିବା ରାନୀ ସତୀ ମନ୍ଦିରରେ ବିବାହ କରିଥିଲେ । ହିନ୍ଦୁ ରୀତିନୀତି ଅନୁଯାୟୀ ଉଭୟ ବିବାହ କରିଥିଲେ । ବିବାହ ପରେ ମହିଳା ନିଜ ସ୍ୱାମୀଙ୍କ ସହ ଶାଶୁ ଘରେ ପହଞ୍ଚିଥିଲେ । ପରେ ରେଜିଷ୍ଟ୍ରର ଅଫିସରେ ବିବାହ ପ୍ରମାଣପତ୍ର ପାଇଁ ଆବେଦନ ମଧ୍ୟ କରିଥିଲେ।
ଯେତେବେଳେ ସେ ତାଙ୍କ ଶାଶୁ ଘରେ ପହଞ୍ଚିଥିଲେ, ତାଙ୍କ ଶାଶୁ ଓ ନଣନ୍ଦ ତାଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିବା ଆରମ୍ଭ କଲେ । ଏହି କାରଣରୁ ସ୍ୱାମୀ ସ୍ତ୍ରୀ ଏକ ଭଡା ଘର ନେଇ ରହିବାକୁ ଲାଗିଲେ। କିଛି ଦିନ ପରେ ଆଦିତ୍ୟ ଅଫିସକୁ ଯାଉଛନ୍ତି ବୋଲି କହି ଚାଲିଗଲେ କିନ୍ତୁ ବିଳମ୍ବିତ ରାତି ଯାଏଁ ଘରକୁ ଫେରି ନଥିଲେ। ପିଡ଼ିତା ଆଦିତ୍ୟଙ୍କୁ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ ତାଙ୍କ ଫୋନ୍ ସ୍ୱିଚ୍ ଅଫ୍ ଆସିଥିଲା । ଶେଷରେ ନିରାସ ହୋଇ ଥାନାରେ ପହଞ୍ଚିଥିଲେ ପିଡ଼ିତା । ନବ ବିବାହିତା ତାଙ୍କ ସ୍ୱାମୀ, ଶାଶୁ ଏବଂ ନଣନ୍ଦ ବିରୋଧରେ ମହିଳା ପୋଲିସ ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଆଦିତ୍ୟ ନିଖୋଜ ହେବା ପରେ ତାଙ୍କ ମା ମଧ୍ୟ ଅହିୟାପୁର ଥାନାରେ ପିଡ଼ିତା ମହିଳାଙ୍କ ବିରୋଧରେ ପୁଅ ଅପହରଣକୁ ନେଇ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ବର୍ତ୍ତମାନ ତଦନ୍ତ ଆରମ୍ଭ କରିଛି ।