ଦେଶ ବିଭାଜନ ବେଳେ ହୋଇଥିଲେ ଅଲଗା, ଏବେ ପରିବାରକୁ ଭେଟିବାକୁ ପାକିସ୍ତାନ ଯିବେ ସିକା ଖାନ୍

ନୂଆଦିଲ୍ଲୀ : କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏକ ଫଟୋ ବହୁତ ଭାଇରାଲ ହୋଇଥିଲା । ସେହି ଫଟୋ କାରତାପୁର କରିଡରରୁ ନିଆଯାଇଥିଲା । ଫଟୋରେ ଦେଖିବାକୁ ମିଳିଥିଲା ଭାରତ-ପାକିସ୍ଥାନ ବିଭାଜନ ସମୟରେ ଅଲଗା ହୋଇଥିବା ଦୁଇ ଭାଇ ପରସ୍ପରକୁ ଆଲିଙ୍ଗନ କରୁଥିଲେ। ଜଣେ ଭାଇ ପାକିସ୍ତାନରେ ରହୁଥିଲେ ଏବଂ ଅନ୍ୟଜଣେ ଭାରତର ପଞ୍ଜାବରେ ଥିଲେ।

ବାସ୍ତବରେ, ପାକିସ୍ତାନରେ ରହୁଥିବା ମହମ୍ମଦ ସିଦ୍ଦିକି ୧୯୪୭ ମସିହାରେ ତାଙ୍କ ଭାଇ ହବିବ ସିଦ୍ଦିକି ଠାରୁ ଅଲଗା ହୋଇଥିଲେ। ସେ ଫୈସଲାବାଦରେ ଜୀବନ ବିତାଇବାକୁ ଲାଗିଲେ, କିନ୍ତୁ ତାଙ୍କ ଭାଇ ହବିବ ପଞ୍ଜାବର ବାଥୀଣ୍ଡା ଜିଲ୍ଲାରେ ରହୁଥିଲେ। ଉଭୟ ନିଜ ପରିବାର ଭିତରେ ନିଜକୁ ବ୍ୟସ୍ତ ରଖୁଥିଲେ । କିନ୍ତୁ ଦୀର୍ଘ ୭୪ ବର୍ଷ ପରେ କରତାରପୁର କରିଡରରେ ଦୁହେଁ ପରସ୍ପର ସହ ମୁହାଁମୁହିଁ ହୋଇ ଭାବପ୍ରବଣ ହୋଇ ଆଲିଙ୍ଗନ କରିଥିଲେ ।

୧୯୪୭ ମସିହାରେ ଭାରତର ବିଭାଜନ ବେଳେ ଅଲଗା ହୋଇଥିବା ଦୁଇ ଭାଇଙ୍କର ୧୦ ଜାନୁଆରୀରେ ପାକିସ୍ତାନ ସ୍ଥିତ ଗୁରୁଦ୍ୱାରା ଶ୍ରୀ କରତାରପୁର ସାହିବରେ ହୋଇଥିଲା ଭେଟ । ଏବେ ଭାରତରେ ରହୁଥିବା ସିକା ଖାନ ତାଙ୍କ ଭାଇ ମହମ୍ମଦ ସିଦ୍ଦିକଙ୍କୁ ଭେଟିବାକୁ ପାକିସ୍ତାନ ଯିବେ, ପାକିସ୍ତାନ ହାଇ କମିଶନ ତାଙ୍କୁ ଭିସା ଦେଇଛନ୍ତି। ଭାରତରେ ପାକିସ୍ତାନ ହାଇ କମିଶନ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।

ଭିସା ପାଇବା ପରେ ସିକା ଖାନ ତାଙ୍କ ଭାଇ ମହମ୍ମଦ ସିଦ୍ଦିକ ଏବଂ ପରିବାର ସଦସ୍ୟଙ୍କୁ ଭେଟିବାକୁ ଆଗ୍ରହୀ ଅଛନ୍ତି । ସିକା ଖାନ ପଞ୍ଜାବର ଫୁଲେୱାଲା ଗାଁର ବାଥୀଣ୍ଡାରେ ରୁହନ୍ତି। ସେ ବିବାହ କରିନାହାଁନ୍ତି। ଏଥି ସହିତ, ୮୦ ବର୍ଷିୟ ସିଦ୍ଦିକ ପାକିସ୍ତାନର ଫୈସଲାବାଦରେ ରୁହନ୍ତି। ସିଦ୍ଦିକ୍ ତାଙ୍କ ଭାଇଙ୍କୁ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଭେଟିବାକୁ ଅନୁରୋଧ କରିଥିଲେ, ଯାହା ପରେ ଉଭୟ ପରିବାର ଯୋଗାଯୋଗ କରି ସାକ୍ଷାତ କରିଥିଲେ।

ଭାରତର ପାକିସ୍ତାନ ହାଇ କମିଶନ ଟ୍ୱିଟରରେ ଲେଖିଛନ୍ତି ଯେ ଦୁଇ ଭାଇଙ୍କ କାହାଣୀ ହେଉଛି ନଭେମ୍ବର ୨୦୧୯ ରେ ପାକିସ୍ତାନ ଦ୍ୱାରା ଐତିହାସିକ କାରତାପୁର କରିଡରରୁ ଉଦ୍ଘାଟିତ ହୋଇଥିଲା ଏବଂ ଲୋକମାନଙ୍କୁ ପରସ୍ପରର ନିକଟତର କରାଇବାର ଏହା ଏକ ଦୃଢ ଉଦାହରଣ। ସିକା ଖାନ କହିଛନ୍ତି ଯେ ଦେଶ ବିଭାଜନ ପରେ ଦଙ୍ଗା ସମୟରେ ବଡ ଭାଇ ମହମ୍ମଦ ସିଦ୍ଦିକଙ୍କୁ ବହୁତ ଖୋଜାଖୋଜି କରାଯାଇଥିଲା କିନ୍ତୁ କୌଣସି ପତ୍ତା ମିଳି ନଥିଲା। ସେ ବଞ୍ଚିବାର ଆଶା ଛାଡି ଦେଇଥିଲେ। ସେ ଜୀବିତ ଥିବା ଜାଣିବା ପରେ ଆମେ ଅତ୍ୟଧିକ ଆନନ୍ଦିତ ହୋଇଥିଲୁ।

ସିକା ଖାନ୍‌ ନିଜର ଭାଇ ସଦିକ୍‌ ଖାନ୍‌ଙ୍କୁ ଭେଟିବା ପରେ କହିଥିଲେ କି ଦୁହେଁ ଦୁହିଁଙ୍କୁ ପାଇ ପୁଣି ଥରେ ଅଲଗା ହୋଇଯିବାର ଦୁଃଖ ପୂର୍ବାପେକ୍ଷା ଅଧିକ ଦୁଃଖିତ କରୁଛି । ସେ କହିଥିଲେ କି ସେ ଖୁବ୍‌ ଶୀଘ୍ର ନିଜର ଭାଇ ଓ ପରିବାରକୁ ଭେଟିବାକୁ ପାକିସ୍ତାନ ଯିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.