‘୨୦୧୨ ଡିସେମ୍ବର ୧୬’ ରୁ ‘୨୦୨୦ ମାର୍ଚ୍ଚ ୨୦’: ଜାଣନ୍ତୁ ନିର୍ଭୟା ଗଣଦୁଷ୍କର୍ମ ମାମଲାର ପ୍ରତିଟି ଘଟଣା ସମ୍ପର୍କରେ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୀର୍ଘ ୭ ବର୍ଷ ୩ମାସ ୩ଦିନ ପରେ ଅନ୍ତ ଘଟିଛି । ଶେଷରେ ନିର୍ଭୟାଙ୍କୁ ମିଳିଛି ନ୍ୟାୟ । ସେଦିନର ସେହି କଳା ରାତି ଆଜିବି ସମସ୍ତଙ୍କ ଛାତି ଥରାଇ ଦେଉଛି । ୨୦୧୨ ଡିସେମ୍ବର ୧୬ରେ ରାଜଧାନୀ ଦିଲ୍ଲୀରେ ହୋଇଥିବା ଏହି ଲୋମହର୍ଷକ ଘଟଣା । ଯାହା ପୁରା ଦେଶକୁ ଦୋହଲାଇ ଦେଇଥିଲା । ଚଳନ୍ତା ବସ୍‌ରେ ରାକ୍ଷାସ ପାଲଟି ଯାଇଥିଲେ ୬ଜଣ ନର ରାକ୍ଷାସ । ୨୩ ବର୍ଷିୟା ପାରମେଡିକାଲ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ସହ ଶାରୀରିକ ନିର୍ଯାତନା ଦେଇଥିଲେ ।

accusedଦୁଷ୍କର୍ମ ପରେ ଯୁବତୀଙ୍କ ସମ୍ବେଦନଶୀଳ ଅଙ୍ଗରେ ଲୁହାରଡ ଭର୍ତ୍ତି କରିଦେଇଥିଲେ । ଘଟଣାର ୧୩ ଦିନ ପରେ ଆଖି ବୁଜିଥିଲେ ପୀଡ଼ିତା । ଏହାପରେ ଜଳିଥିଲା ସାରା ଦେଶ । ଗିରଫ ହୋଇଥିଲେ ୬ଜଣ ପିଶାଚ । ୨୦୧୩ରେ ତିହାର ଜେଲର ଫାଶୀ ଲଗାଇଥିଲା ଦୋଷୀ ରାମ ସିଂ। ଜଣେ ନାବାଳକ ଅଭିଯୁକ୍ତକୁ ସୁଧାର ଗୃହରେ ରଖାଯିବା ପରେ ଛାଡି ଦିଆଯାଇଥିଲା ।

ଆସନ୍ତୁ ଜାଣିବା ୭ବର୍ଷ ୩ମାସ ୩ଦିନର ସେହି ପ୍ରତିଟି ଘଟଣା ସମ୍ବନ୍ଧରେ :

. ୨୦୧୩, ଜାନୁଆରୀ ୩ । ଫାଷ୍ଟଟ୍ରାକ୍‌ କୋର୍ଟରେ ହତ୍ୟା, ଗଣଦୁଷ୍କର୍ମ, ଅପହରଣ, ଡକାୟତି ମାମଲାରେ ୫ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କଲା ଦିଲ୍ଲୀ ପୋଲିସ ।

. ୨୦୧୩ ଜାନୁଆରୀ ୫ରୁ ୨୮ । ଫାଷ୍ଟଟ୍ରାକ କୋର୍ଟରେ ଚାଲିଲା ନିର୍ଭୟା ମାମଲାର ଶୁଣାଣି । ଷଷ୍ଠ ଅଭିଯୁକ୍ତ ନାବାଳକ ବୋଲି ଘୋଷଣା କଲେ କୋର୍ଟ ।

. ଫେବ୍ରୁଆରୀ ୨-୨୮ ତାରିଖ । ୫ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ସମେତ ୧୩ଟି ମାମଲା ରୁଜୁ । ନାବାଳକ ବି ଜ ସାବ୍ୟସ୍ତ ।

. ମାର୍ଚ୍ଚ ୧୧ ତାରଖ । ତିହାର ଜେଲରେ ଆତ୍ମହତ୍ୟା କଲା ବସ୍‌ ଡ୍ରାଇଭର ରାମ ସିଂ ।

rapist. ୨୦୧୩, ମାର୍ଚ୍ଚ ୨୧ । ଦେଶରେ ଦୁଷ୍କର୍ମ ଆଇନରେ ସଂଶୋଧନ ।

. ଅଗଷ୍ଟ ୨୨-୩୧ । ଫାଷ୍ଟଟ୍ରାକ୍‌ କୋର୍ଟରେ ଅନ୍ତିମ ଶୁଶାଣି ଆରମ୍ଭ । ଜୁଭେନାଇଲ୍‌ ଜଷ୍ଟିସ ବୋର୍ଡ ନାବାଳକ ଦୋଷୀକୁ ତିନି ବର୍ଷ ଦଣ୍ଡାଦେଶ ଶୁଣାଇଲେ ।

. ୨୦୧୩, ସେପ୍ଟେମ୍ବର ୧୦ । ସେସନ୍ସ କୋର୍ଟ ବିନୟ, ଅକ୍ଷୟ, ମୁକେଶ, ପଓ୍ଵନ ବିଭିନ୍ନ ମାମଲାରେ ଦୋଷୀ ସାବ୍ୟସ୍ତ ।

. ସେପ୍ଟେମ୍ବର ୧୩ । ଚାରି ଦୋଷୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ ଫାଷ୍ଟ ଟ୍ରାକ୍‌ କୋର୍ଟ । ଦିଲ୍ଲୀ ହାଇକୋର୍ଟକୁ ମାମଲା ସ୍ଥାନାନ୍ତର ହୋଇଥିଲା । ନିୟମିତ ଚାଲିଲା ମାମଲାର ଶୁଣାଣି ।

. ୨୦୧୪, ମାର୍ଚ୍ଚ ୧୩ । ଚାରି ଦୋଷୀଙ୍କ ମୃତ୍ୟୁ ଦଣ୍ଡାଦେଶକୁ କାଏମ ରଖିଲେ ଦିଲ୍ଲୀ ହାଇକୋର୍ଟ । ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ନିର୍ଭୟାଙ୍କ ଦୋଷୀ ।

nirbhaya-case. ୨୦୧୬, ଏପ୍ରିଲ ୩ । ସୁପ୍ରିମକୋର୍ଟରେ ନିର୍ଭୟା ମାମଲାର ଶୁଣାଣି ।

. ୨୦୧୭, ମାର୍ଚ୍ଚ ୨୭ । ପ୍ରାୟ ବର୍ଷ ଧରି ଶୁଣାଣି ଚାଲିବା ପରେ ଫାଶୀ ଦଣ୍ଡାଦେଶକୁ କାଏମ ରଖିଲେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ । ଏହାପରେ ରିଭ୍ୟୁ ପିଟିସନ୍‌ ଦାଖଲ କଲେ ଦୋଷୀ ।

. ୨୦୧୮, ଜୁଲାଇ ୯ । ପଓ୍ଵନ, ମୁକେଶ ଓ ବିନୟର ରିଭ୍ୟୁ ପିଟିସନ୍‌ ଖାରଜ କରିଥିଲେ ସୁପ୍ରିମକୋର୍ଟ ।

. ୨୦୧୮, ଡିସେମ୍ବର ୧୩ । ଦୋଷୀଙ୍କ ମୃତ୍ୟୁ ଦଣ୍ଡାଦେଶକୁ ତ୍ୱରାନ୍ଵିତ କରିବା ପାଇଁ ପଟିଆଲା ହାଉସ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ନିର୍ଭୟାଙ୍କ ମାଆ ।

. ୨୦୧୯, ଅକ୍ଟୋବର ୨୯ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମସ୍ତ ଦୋଷୀଙ୍କୁ ରାଜକ୍ଷମା ଆବେଦନ ପାଇଁ ସାତ ଦିନ ସମୟ ଦେଲେ ତିହାର ଜେଲ କର୍ତ୍ତୃପକ୍ଷ ।

nirbhaya. ନଭେମ୍ବର ୮ । ରାଜକ୍ଷମା ଆବେଦନ କରିଥିଲା ଦୋଷୀ ବିନୟ ଶର୍ମା । ଡିସେମ୍ବର ୧୦ରେ ରାଜକ୍ଷମା ଆବେଦନ କରିଥିଲା ଅକ୍ଷୟ ।

. ଡିସେମ୍ବର ୧୮, ୨୦୧୯ । ଅକ୍ଷୟର ରିଭ୍ୟୁ ପିଟିସନ୍‌ ଖାରଜ କରିଥିଲେ ସୁପ୍ରିମକୋର୍ଟ ।

. ୨୦୨୦, ଜାନୁଆରୀ ୮ । ୨୨ ଜାନୁଆରୀ ସକାଳ ୭ଟାରେ ଫାଶୀ ଦେବାକୁ ଡେଥ୍‌ ଓ୍ଵାରେଣ୍ଟ ଜାରି କରିଥିଲେ ପଟିଆଲା ହାଉସ କୋର୍ଟ ।

. ପରେ ସମସ୍ତ ଦୋଷୀ ରିଭ୍ୟୁ, କ୍ୟୁରେଟିଭ୍‌ ଓ ରାଜକ୍ଷମା ଆବେଦନ କରିଥିଲେ । ଫାଶୀ ଟଳିଥିଲା ।

. ୨୦୨୦, ଫେବ୍ରୁଆରୀ ୧୭ । ଜାରି ହୋଇଥିଲା ନୂଆ ଡେଥ୍‌ ଓ୍ଵାରେଣ୍ଟ । ମାର୍ଚ୍ଚ ୩ ତାରିଖରେ ଫାଶୀ ଦେବାକୁ ଧାର୍ଯ୍ୟ ହୋଇଥିଲା ଦିନ ।

. ୨୦୨୦, ମାର୍ଚ୍ଚ ୨ ତାରିଖରେ ପଓ୍ଵନର କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ ହୋଇଥିଲା । ପରେ ମାର୍ଚ୍ଚ ୫ ତାରିଖରେ ପଓ୍ଵନର ରାଜକ୍ଷମା ଆବେଦନ ଖାରଜ କରିଥିଲେ ରାଷ୍ଟ୍ରପତି ।

nirbhaya . ଦୋଷୀଙ୍କ ସମସ୍ତ ଆଇନଗତ ବିକଳ୍ପ ଶେଷ ହେବା ପରେ ଜାରି ହୋଇଥିଲା ତୃତୀୟ ଡେଥ୍‌ ଓ୍ଵାରେଣ୍ଟ । ମାର୍ଚ୍ଚ ୨୦ ସକାଳ ସାଢ଼େ ୫ଟାରେ ଫାଶୀ ଦେବାକୁ ଧାର୍ଯ୍ୟ ହୋଇଥିଲା ଦିନ ଓ ସମୟ ।

. ମାର୍ଚ୍ଚ ୧୦-୧୮ । ନିର୍ଭୟାଙ୍କ ଚାରି ଦୋଷୀ ଇଣ୍ଟରନ୍ୟାସନାଲ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମୁକେଶ ଓ ପଓ୍ଵନ ପୁଣି ଥରେ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟ । ଶେଷ ଚାଲ୍‌ ବି ବିଫଳ ହେଲା ।

.ମାର୍ଚ୍ଚ ୨୦। ନିର୍ଭୟାଙ୍କୁ ମିଳିଲା ନ୍ୟାୟ । ଚାରି ଦୋଷୀଙ୍କୁ ମିଳିଲା ଫାଶୀ । ବିଫଳ ହେଲା ସବୁ ଚାଲ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.