ଆନ୍ଧ୍ର ପରେ ପଶ୍ଚିମବଙ୍ଗ, ବିନା ଅନୁମତିରେ ପଶ୍ଚିମବଙ୍ଗକୁ ପଶି ପାରିବନି ସିବିଆଇ

ପଶ୍ଚିମବଙ୍ଗ(କେନ୍ଯୁଜ୍) : ଆନ୍ଧ୍ର ପରେ ପଶ୍ଚିମବଙ୍ଗକୁ ସିବିଆଇକୁ ମନା । ରାଜ୍ୟରେ ସିବିଆଇର ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି ମମତା ବାନାର୍ଜୀଙ୍କ ସରକାର । ଏଣିକି କୌଣସି ସରକାରୀ କାମରେ ସିବିଆଇ ଅଧିକାରୀ ଯଦି ପଶ୍ଚିମବଙ୍ଗ ସୀମାରେ ପ୍ରବେଶ କରନ୍ତି ତେବେ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡିବ । ସିବିଆଇ ପ୍ରବେଶ ନେଇଥିବା ସହମତି ପ୍ରଦାନକୁ ପ୍ରତ୍ୟାହାର କରି ନେଇଛନ୍ତି ରାଜ୍ୟରେ ତୃଣମୂଳ କଂଗ୍ରେସ ସରକାର ।

12cପୂର୍ବରୁ ଆନ୍ଧ୍ର ସରକାର ସିବିଆଇ ପ୍ରବେଶକୁ ନେଇ ଥିବା ଅନୁମତିକୁ ପ୍ରତ୍ୟାହାର କରିଥିଲେ । ଏଣିକି କୌଣସି ସରକାରୀ କାମରେ ସିବିଆଇ ଅଧିକାରୀ ଯଦି ଆନ୍ଧ୍ର ସୀମାରେ ପ୍ରବେଶ କରନ୍ତି ତେବେ ଆନ୍ଧ୍ର ସରକାରଙ୍କ ଅନୁମତି ନେବାକୁ ପଡିବ । ସିବିଆଇ ପ୍ରବେଶ ନେଇଥିବା ଅନୁମତିକୁ ପ୍ରତ୍ୟାହାର ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଯଦି କୌଣସି ରେଡ୍‌ କିମ୍ବା ତଦନ୍ତ ପାଇଁ ସିବିଆଇ ଅଧିକାରୀ ଆନ୍ଧ୍ର ଯିବେ ତେବେ ସରକାରଙ୍କ ଅନୁମତି ନେବା ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like