ବଜାଜ୍‌ ପରେ Parle-G ବି କଲା ବଡ଼ ଘୋଷଣା, ଏବେ କୌଣସି ଟକ୍ସିକ୍‌ ନ୍ୟୁଜ୍‌ ଚ୍ୟାନେଲକୁ ଦେବନି ବିଜ୍ଞାପନ

ଟିଆରପି ଘୋଟାଲା ସାମ୍ନାକୁ ଆସିବା ପରେ କେତେକ ବଡ଼ କମ୍ପାନୀ ଏଭଳି ଚ୍ୟାନେଲରେ ବିଜ୍ଞାପନ ଦେବାକୁ ନେଇ ସତର୍କ ହୋଇଛନ୍ତି। ବଡ଼ ଆଡଭଟାଇଜର୍ସ ଓ ମିଡିଆ ଏଜେନ୍ସି ଏ ନେଇ ବିଜ୍ଞପ୍ତି ଜାରି କରି ଏଭଳି ଚ୍ୟାନେଲରେ ବିଜ୍ଞାପନ ଦେବାକୁ ମନା କରି ଦେଇଛନ୍ତି। ସେମାନେ କହିଛନ୍ତି ଯେଉଁ ଚ୍ୟାନେଲ ଦେଶରେ ଘୃଣା ବଢ଼ାଉଛି ସେଭଳି ଚ୍ୟାନେଲକୁ ଆଉ ବିଜ୍ଞାପନ ଦିଆଯିବ ନାହିଁ।

କିଛି ଦିନ ପୂର୍ବରୁ ବଜାଜ୍‌ ଅଟୋର ଏମ୍‌ଡି ରାଜୀବ ବଜାଜ ୩ଟି ଚ୍ୟାନେଲକୁ ବ୍ଲାକ ଲିଷ୍ଟେଡ୍‌ କରିବା ନେଇ କହିଥିଲେ। ଏବେ ଏହି ଧାରାରେ ପାର୍ଲେଜି ବି ସାମିଲ ହୋଇଛି। ପାର୍ଲେଜି ମଧ୍ୟ ଏବେ କେତେକ ଚ୍ୟାନେଲରେ ବିଜ୍ଞାପନ ଖର୍ଚ୍ଚ କମ୍‌ କରିବାକୁ ଯୋଜନା କରୁଛି। ପାର୍ଲେଜିର ଏହି ପଦକ୍ଷେପ ପାଇଁ ଲୋକମାନେ ଏବେ କମ୍ପାନୀକୁ ସୋସିଆଲ ମିଡିଆରେ ବେଶ୍‌ ପ୍ରଶଂସା କରୁଥିବା ଦେଖାଯାଇଛି।

ଏନେଇ ପାର୍ଲେଜିର ସିନିଅର କାଟାଗୋରୀ ହେଡ୍‌ କୃଷ୍ଣାରାଓ ବୁଦ୍ଧ କହିଛନ୍ତି ଯେଉଁ ଚ୍ୟାନେଲ ବିଷାକ୍ତ କଣ୍ଟେଣ୍ଟ ପ୍ରସାରିତ କରୁଛନ୍ତି ସେମାନଙ୍କୁ ଆଉ କମ୍ପାନୀ ବିଜ୍ଞାପନ ଦେବ ନାହିଁ। ଏହା ଦ୍ୱାରା ନ୍ୟୁଜ୍‌ ଚ୍ୟାନେଲମାନେ ସତର୍କ ହେବେ ଓ ସଠିକ୍‌ ଖବର ପରିବେଷଣ କରିବେ। ସେ କହିଛନ୍ତି ଆକ୍ରାମକ ତଥା ବିଷାକ୍ତ ଖବର ବାଣ୍ଟୁଥିବା ଚ୍ୟାନେଲ ଉପରେ କୌଣସି ଟଙ୍କା ଖର୍ଚ୍ଚ କରାଯିବ ନାହିଁ।

ଟ୍ଵିଟରରେ ପାର୍ଲେଜିକୁ ଏମିତି ପ୍ରଶଂସା କରୁଛନ୍ତି ଲୋକେ…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.