ପିଲାଙ୍କୁ ଭ୍ୟାକ୍ସିନ ଦିଆ ସରିଲେ ହିଁ ଖୋଲିବ ସ୍କୁଲ, ସେପ୍ଟେମ୍ବରରେ ଆରମ୍ଭ ହେବ ଟିକାକରଣ: ଏମ୍ସ ନିର୍ଦ୍ଦେଶକ

କରୋନା ଟିକା ନେବା ପରେ ସ୍କୁଲ ଆସିବେ ଛାତ୍ରଛାତ୍ରୀ। ସମସ୍ତ ପିଲା ଟିକା ନେଇ ସାରିବା ପରେ ସ୍କୁଲ ଖୋଲି ହେବ। ଏଭଳି କହିଛନ୍ତି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ, ଦିଲ୍ଲୀ(Aiims)ର ପ୍ରମୁଖ ଡାକ୍ତର ରଣଦୀପ ଗୁଲେରିୟା।

ସେ କହିଛନ୍ତି, ୨ରୁ ୧୮ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ଉପରେ କୋଭାକ୍ସିନର ଦ୍ଵିତୀୟ ଓ ତୃତୀୟ ଷ୍ଟେଜ ଟ୍ରାଏଲ କରାଯାଉଛି। ଏହାର ଫଳାଫଳ ସେପ୍ଟେମ୍ବର ମାସ ବେଳକୁ ଆସିଯାଇଥିବ। ସେ କହିଛନ୍ତି ଯଦି ସେ ଭିତରେ ଫାଇଜର ଟିକାକୁ ମଞ୍ଜୁରୀ ମିଳିଯାଇଥିବ, ତେବେ ତାହା ମଧ୍ୟ ଏକ ବିକଳ୍ପ ହୋଇପାରିବ।

ଗୁଲେରିୟା କହିଛନ୍ତି, ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ପିଲାଙ୍କୁ ଟିକା ଦେବା ଆରମ୍ଭ ହେବ। ଅନ୍ୟପଟେ ଆଉ ଜଣେ ସରକାରୀ ଅଧିକାରୀ କହିଛନ୍ତି ଜାଇଡସ କ୍ୟାଡିଲା ମଧ୍ୟ ଆଉ ଏକ ଟିକା ପ୍ରସ୍ତୁତ କରୁଛି। ଯଦି ଏହି ଟିକାର ପରୀକ୍ଷଣ ସଫଳ ହୁଏ ତେବେ ଏହାକୁ ଉଭୟ ଯୁବପିଢ଼ି ଓ ପିଲାଙ୍କୁ ଦିଆଯାଇପାରିବ।

Leave A Reply

Your email address will not be published.