କରୋନା ପରେ ଏବେ ଆମେରିକାରେ ଭୟଙ୍କର ରୂପ ନେଉଛି ଆଉ ଏକ ସଂକ୍ରମଣ, ଚିନ୍ତା ବଢାଉଛି ପିଆଜ

କରୋନା ମହାମାରୀ ମଧ୍ୟରେ ଆମେରିକାରେ ଆଉ ଏକ ଭୟଙ୍କର ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏଠାରେ ପ୍ରାୟ ୪୦୦ ଲୋକ ସାଲମୋନେଲା ବ୍ୟାକ୍ଟେରିଆ ଶିକାର ହୋଇଛନ୍ତି । କାନାଡାରେ ମଧ୍ୟ ଏପରି କିଛି ମାମଲା ସାମ୍ନାକୁ ଆସିଛି । ଦେଶର ୩୧ ଟି ରାଜ୍ୟରେ ଏହି ସଂକ୍ରମଣ ବ୍ୟାପିଥିବା ବେଳେ ଏପର୍ଯ୍ୟନ୍ତ ୪୦୦ରୁ ଅଧିକ ଲୋକେ ଆକ୍ରାନ୍ତ ହେଲେଣି।

ଏହାପଛରେ ଥମସନ୍ ଇଣ୍ଟରନ୍ୟାଶନାଲ କମ୍ପାନୀ ଯୋଗାଉଥିବା ପିଆଜକୁ ଦାୟୀ କରାଯାଇଛି । ତେବେ ବ୍ୟାପୁଥିବା ସଂକ୍ରମଣର ସମ୍ପର୍କ ନାଲି ପିଆଜ ସହ ଥିବା ବେଳେ କାଲିଫର୍ଣ୍ଣିଆର ଏକ କମ୍ପାନୀକୁ ଏହାର ଉତ୍ସ ବୋଲି ସଂଘୀୟ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି। ନାଲି ରଙ୍ଗର ପିଆଜ ଖାଇବା ପରେ ଲୋକମାନେ ସଂକ୍ରମିତ ହୋଇଥିଲେ । ଏହାପରେ କମ୍ପାନୀ ସମସ୍ତ ପିଆଜକୁ ଦୋକାନରୁ ଫେରାଇ ନେଇଛି । ତେବେ ଏହି ରୋଗ ଗତ ଜୁଲାଇ ୧୦ ତାରିଖରୁ ବ୍ୟାପିବାରେ ଲାଗିଛି।

virus

ସାଲମୋନେଲାର ଶିକାର ହୋଇଥିବା ବ୍ୟକ୍ତି ସାଧାରଣତଃ ଡାଇରିଆ, ପେଟ କାଟିବା ଓ ଜ୍ୱର ଇତ୍ୟାଦି ଲଣକ୍ଷ ଦେଖାଯାଇଥାଏ। ସଂକ୍ରମିତ ହେବାର ୬ ଘଣ୍ଟାରୁ ୬ ଦିନ ପର୍ଯ୍ୟନ୍ତ ଏହାର ଲକ୍ଷଣ ଦେଖିବାକୁ ମିଳିଥାଏ । ୪ରୁ ୭ଦିନ ଯାଏ ସଂକ୍ରମିତ ବ୍ୟକ୍ତି ଅସୁସ୍ଥତା ଅନୁଭବ କରିଥାନ୍ତି । ୫ ବର୍ଷରୁ କମ୍ ଓ ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ସଂକ୍ରମଣ ଭୟ ଅଧିକ ରହିଛି । କିଛି ମାମଲାରେ ଏହି ବ୍ୟାକ୍ଟେରିଆ ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ ବ୍ୟାପିଥାଏ । ଫଳରେ ଆକ୍ରାନ୍ତମାନେ ହସ୍ପିଟାଲରେ ମଧ୍ୟ ଭର୍ତ୍ତି ହୋଇଥାନ୍ତି ।

44

ବେଳେ ବେଳେ ଏହି ବ୍ୟାକ୍ଟେରିଆ ଅନ୍ତନଳୀକୁ ସଂକ୍ରମଣ କରିବା ପରେ ଅନ୍ୟ ଅଙ୍ଗକୁ ବ୍ୟାପିଥାଏ। କିନ୍ତୁ ଆମେରିକାରେ ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ ଏହି ସଂକ୍ରମଣ ପିଆଜ କିମ୍ବା ଅନ୍ୟ କୌଣସି ଯୋଗୁଁ ବ୍ୟାପୁଛି କି ନାହିଁ ପତ୍ତା ଲଗାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.