ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ପରେ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବ୍ୟାନ୍ କଲା ସରକାର

ନୂଆଦିଲ୍ଲୀ : ଶ୍ରୀଲଙ୍କାରେ ଦିନକୁ ଦିନ ପରିସ୍ଥିତି ଜଟିଳ ହେବାରେ ଲାଗିଛି । କର୍ଫ୍ୟୁ ଲାଗୁ କରିବା ପରେ ବର୍ତ୍ତମାନ ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ରବିବାର ଠାରୁ ଫେସବୁକ୍ , ଟ୍ୱିଟର, ହ୍ଵାଟ୍ସଆପ୍‌ ଏବଂ ଇନଷ୍ଟାଗ୍ରାମ ସମେତ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ସେବା ଶ୍ରୀଲଙ୍କାରେ ବନ୍ଦ କରିଦିଆଯାଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଶନିବାର ବିଳମ୍ବିତ ରାତିରୁ କଲମ୍ବୋ ସମେତ ଅନେକ ସହରରେ କାମ କରିବା ବନ୍ଦ କରିଦେଇଛି । ସାରା ଦେଶରେ ଚାଲିଥିବା ଏଭଳି ପରିସ୍ଥିତିକୁ ରୋକିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି ବୋଲି ବିଶ୍ୱାସ କରାଯାଉଛି।

ଏଥିସହିତ ଶ୍ରୀଲଙ୍କାରେ ଲାଗୁ ହୋଇଥିବା କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଲୋକଙ୍କୁ ପରିଚୟ ପତ୍ର ମାଧ୍ୟମରେ ଯିବାକୁ ଅନୁମତି ଦିଆଯାଇଛି। ଏହା ବ୍ୟତୀତ କୂଟନୈତିକ ମିଶନର ସମସ୍ତ କର୍ମଚାରୀ ID ଦେଖାଇ ଯାତ୍ରା କରିପାରିବେ। ଏହାପୂର୍ବରୁ ଶନିବାର ଦିନ ଶ୍ରୀଲଙ୍କାରେ କର୍ଫ୍ୟୁ ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିଲା। ତେବେ ପରିସ୍ଥିତି ଜଟିଳ ହେଉଥିବା ବେଳେ ଶନିବାର ଦିନ ସନ୍ଧ୍ୟା ୬ ଟାରୁ ସୋମବାର ସକାଳ ୬ ଟା ପର୍ଯ୍ୟନ୍ତ ଏଠାରେ ଜନ ଆନ୍ଦୋଳନ ନିଷେଧ କରାଯାଇଛି| କର୍ଫ୍ୟୁ ସମୟରେ ଲୋକଙ୍କୁ ରାସ୍ତା, ପାର୍କ, ରେଳବାଇ, ସମୁଦ୍ର କୂଳ ସମେତ ସମସ୍ତ ଜନସାଧାରଣ ସ୍ଥାନକୁ ଯିବାକୁ ବାରଣ କରାଯାଇଛ।

ସୂଚନା ଅନୁଯାୟୀ କଲମ୍ବୋରେ ୧୩ -୧୩ ଘଣ୍ଟା ବିଦ୍ୟୁତ କାଟରେ ପୀଡିତ ଲୋକମାନେ ରାସ୍ତାକୁ ଓହ୍ଲାଇ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଲୋକଙ୍କ ପାଖରେ ଖାଦ୍ୟ ଓ ପାନୀୟ ନାହିଁ। ଲୋକମାନେ ହିଂସାତ୍ମକ ବିରୋଧ କରୁଛନ୍ତି। ପରିସ୍ଥିତି ଏତେ ବିଗିଡି ଯାଇଛି ଯେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସା ୧ ଏପ୍ରିଲରୁ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲଗାଇଛନ୍ତି। ଶ୍ରୀଲଙ୍କାର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ ଦେଶରେ ଆଇନ ଶୃଙ୍ଖଳା ରକ୍ଷା କରିବା, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଜାରି ରଖିବା ପାଇଁ ଏହା କରିବା ଜରୁରୀ ହୋଇପଡିଛି।

ସୂଚନା ମୁତାବକ, ଦେଶ ଭିତରେ ଆର୍ଥିକ ସଙ୍କଟ ଘନଉଥିବାବେଳେ ଏବେ ସରକାରଙ୍କ ପାଖରେ ବିଦେଶୀ ପୁଂଜିର ଘୋର ଅଭାବ । ଫଳରେ କୌଣସି ଦେଶ ଠାରୁ ଅତ୍ୟାବଶ୍ୟକ ଜିନିଷ ଆମଦାନୀ ମଧ୍ୟ କରିପାରୁନାହିଁ ଶ୍ରୀଲଙ୍କା । ଏହାସହ ଚୀନଠାରୁ ଆର୍ଥିକ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ ବି ଚୀନ କୌଣସି ସହାୟତା ଯୋଗାଇନାହିଁ । କାରଣ ପୂର୍ବରୁ ଚୀନ ଯୋଗୁଁ ଶ୍ରୀଲଙ୍କା ଋଣଗ୍ରସ୍ତ ହୋଇସାରିଛି । ଏପରି ସ୍ଥିତିରେ ଶ୍ରୀଲଙ୍କାରେ ଏବେ ହାହାକାର ପରିସ୍ଥିତି । ଏଠାରେ ଶିକ୍ଷା, ସ୍ୱାସ୍ଥ୍ୟ ସବୁକିଛି ବିପର୍ଯ୍ୟସ୍ତ ହୋଇପଡିଛି । ଫଳରେ ଶ୍ରୀଲଙ୍କାବାସୀ ଅନ୍ୟଦେଶ ମୁହାଁ ହେଉଥିବା ଖବର ଆସୁଛି।

Leave A Reply

Your email address will not be published.