ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିକୁ ଆଉ ଏକ ଝଟ୍‌କା, ପଦ୍ମ ଧରିଲେ ମୁଲାୟମଙ୍କ ବୋହୁ ଓ ଶଡୁ

ଲକ୍ଷ୍ମୌ : ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିକୁ ଲାଗିଛି ଏକ ବଡ଼ ଝଟ୍କା । ଗତକାଲି କାଲି ପଦ୍ମ ଧରିଥିଲେ ମୁଲାୟମଙ୍କ ବୋହୁ । ଆଜି ପଦ୍ମ ଧରିଛନ୍ତି ମୁଲାୟମଙ୍କ ଶଡ଼ୁ । ପୂର୍ବତନ ସପା ବିଧାୟକ ତଥା ମୁଲାୟମ ସିଂ ଯାଦବଙ୍କ ଶଡ଼ୁ ପ୍ରମୋଦ ଗୁପ୍ତା ବିଜେପିରେ ସାମିଲ ହୋଇଛନ୍ତି ।

ବିଜେପିରେ ଯୋଗ ଦେବା ପରେ ପ୍ରମୋଦ କହିଛନ୍ତି, ମାଫିଆ ଓ ଅପରାଧୀମାନଙ୍କୁ ଆଶ୍ରୟ ଦେଉଛି ସମାଜବାଦୀ ପାର୍ଟି । ଏଭଳି ପାର୍ଟିରେ ରହିବାର କୌଣସି ଯଥାର୍ଥତା ନାହିଁ । ମୁଲୟମ ସିଂ ଯାଦବ ଓ ଶିବପାଲ ଯାଦବ ଅଖିଲେଶଙ୍କ ଦ୍ୱାରା ଅତ୍ୟାଚାରିତ ବୋଲି କହିଛନ୍ତି ପ୍ରମୋଦ । ଅନ୍ୟପଟେ ପରିବାରର ଚାପ କମାଇଥିବାରୁ ବିଜେପିକୁ ଧନ୍ୟବାଦ ଦେଇଛନ୍ତି ଅଖିଲେଶ । ସେପଟେ ଉତ୍ତର ପ୍ରଦେଶରେ ପ୍ରିୟଙ୍କା ଗାନ୍ଧୀଙ୍କ ପୋଷ୍ଟର ଗାର୍ଲ ପ୍ରିୟଙ୍କା ମୌର୍ଯ୍ୟ ବିଜେପିରେ ସାମିଲ ହୋଇଛନ୍ତି ।

କଂଗ୍ରେସର ‘ଲକ୍କୀ ହୁଁ ଲଢ଼ ସକ୍ତି ହୁଁ ’ ଅଭିଯାନର ପୋଷ୍ଟର ଗାର୍ଲ ଥିଲେ ପ୍ରିୟଙ୍କା ମୌର୍ଯ୍ୟ । ଉତ୍ତର ପ୍ରଦେଶରେ ୪୦ ପ୍ରତିଶତ ମହିଳାଙ୍କୁ କଂଗ୍ରେସ ଟିକେଟ୍ ଦେଇଥିବା ବେଳେ ପ୍ରିୟଙ୍କା ମୌର୍ଯ୍ୟଙ୍କୁ ଟିକେଟ୍ ମିଳିନଥିଲା । ପ୍ରତିକ୍ରିୟାରେ ପଦ୍ମ ଧରିଛନ୍ତି ପ୍ରିୟଙ୍କା ମୌର୍ଯ୍ୟ । କଂଗ୍ରେସର ଏହି ଅଭିଯାନ, ଅଭିଯାନ ହୋଇ ରହିଯିବ ବୋଲି ପ୍ରିୟଙ୍କା ମୌର୍ଯ୍ୟ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.