‘ନାଗିନ୍ ଡ୍ୟାନ୍ସ’ କରିବା ମହଙ୍ଗା ପଡିଲା, ଚାଲିଗଲା ଯୁବକଙ୍କ ଜୀବନ
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ସୋଇନି ଜିଲ୍ଲାରେ ଏପରି ଏକ ଦୁର୍ଘଟଣା ଘଟିଛି, ଯାହା ଜାଣିଲେ ଆପଣ ଚକିତ ହୋଇପଡିବେ। ସ୍ଥାନୀୟ ଗଣେଶ ବିସର୍ଜନ ବେଳେ ଏଭଳି ଏକ ଅଘଟଣ ଘଟିଛି। ଗଣେଶ ବିସର୍ଜନ ପରେ ପୂଜା ମଣ୍ଡପରେ ଜଣେ ଯୁବକ ‘ନାଗିନ ଡ୍ୟାନ୍ସ’ କରୁଥିବା ସମୟରେ ଯୁବକଙ୍କ ମୃତ୍ୟୁ ଘଟିଛି।
ଘଟଣା ମୁତାବକ, କଟିୟା ଗାଁରେ ଭଗବାନ ଶୀ ଗଣେଶଙ୍କ ମୂର୍ତ୍ତି ବିସର୍ଜନ ସମୟରେ ପିଲାମାନେ ନାଚ ଗୀତରେ ମସଗୁଲ ରହିଥିଲେ। ସମସ୍ତେ ନାଗିନ୍ ଗୀତରେ ନାଚିବେ ବୋଲି ଡିଜେକୁ କହିଥିଲେ। ହଠାତ୍ ଜଣେ ଯୁବକ ଶାଢୀ ପିନ୍ଧି ଷ୍ଟେଜରେ ଏହି ଗୀତରେ ନାଚିବାକୁ ଆରମ୍ଭ କରିଥିଲେ। ଏହି ନାଚ ଦେଖି ଅନ୍ୟ ଜଣେ ଯୁବକ ଗୁରୁଚରଣ ଠାକୁର ରୁମାଲରେ ବିନ କରି ନାଚିବାକୁ ଲାଗିଲେ। ଏଭଳି ନାଚୁ ନାଚୁ ଗୁରୁଚରଣ ପଡିଯିବାରୁ ତାଙ୍କ ମୁଣ୍ଡ ତଳେ ମାଡ ହୋଇଯାଇଥିଲା। କେହି କିଛି ବୁଝିବା ଆଗରୁ ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଗୁରୁଚରଣଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଥିଲା।
ପୂଜା ସମୟରେ ଭିଡିଓ ରେକଡିଂ କରାଯାଉଥିବାରୁ ପ୍ରକୃତ ସତ୍ୟ ପରେ ଜଣାପଡିଥିଲା। ଭିଡିଓରେ ଦେଖିବାକୁ ମିଳିଛି ଯେ ଯୁବକଙ୍କୁ ହାର୍ଟଆଟାକ ଆସିଥିବାରୁ ସେ ତଳେ ପଡିଯାଇଥିଲେ। ସେଥିରୁ ତାଙ୍କର ମୃତ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି। ପୂର୍ବରୁ ତାଙ୍କର ଏକ ସଡକ ଦୁର୍ଘଟଣାରେ ମୁଣ୍ଡ ମାଡ ହୋଇଥିଲା ବୋଲି ମୃତକଙ୍କ ବାପା କହିଥିଲେ। ଏସବୁ ଘଟଣା ପରେ ପୋଲିସ ଗୁରୁଚରଣଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ହସପିଟାଲକୁ ପଠାଇଦେଇଛି। ପୋଲିସ ଘଟଣାର ତଦନ୍ତ କରୁଛି।
मध्य प्रदेश के सिवनी में गणेश विसर्जन के बाद पंडाल में नागिन डांस करते हुए युवक की मौत #GaneshVisarjan pic.twitter.com/bWzxBBBbGO
— Manish Jha (@manishjha11) September 14, 2019