୬୨ ଦିନ ଧରି କୋମାରେ ଥିଲେ ଯୁବକ, ମନ ପସନ୍ଦର ଖାଦ୍ଯ ନାଁ ଶୁଣି ଆସିଗଲା ହୋସ୍

ବିଭିନ୍ନ ପ୍ରକାର ଚଟାପଟ୍ ଖାଦ୍ଯ ନାମ ଶୁଣିଲେ ସମସ୍ତଙ୍କ ପାଟିରେ ଲାଳ ଆସିଯାଏ। ଆଉ ମନ ପସନ୍ଦର ଖାଦ୍ଯ ନାମ ଶୁଣିଲେ ତ ଆଉ ଅଲଗା ପ୍ରକାରର ଭାବନା ଆସିଯାଏ। ଏମିତି କିଛି ଲୋକ ଅଛନ୍ତି, ଯିଏକି ଏମିତି କିଛି ଖାଦ୍ଯ ନାମ ଶୁଣିଲେ ନିଜକୁ ସମ୍ଭାଳିପାରନ୍ତି ନାହିଁ। ଏମିତି ଏଖ ଘଟଣା ଉତ୍ତର-ପଶ୍ଚିମ ତାଇୱାନରେ ଘଟିଛି, ଯାହା ବିଷୟରେ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ଯ ହୋଇଯିବେ।

ଉତ୍ତର-ପଶ୍ଚିମ ତାଇୱାନରେ ଜଣେ ଯୁବକ ବିଗତ ୬୨ ଦିନ ଧରି କୋମାରେ ରହିଥିଲେ। ଏକ ଘରୋଇ ହସପିଟାଲରେ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା। କିନ୍ତୁ ସେହି ଯୁବକ ଜଣକ ଏତେ ଚିକିତ୍ସା ପରେ ମଧ୍ୟ ଠିକ୍ ହେଉନଥିଲେ। ଯେତେବେଳେ ତାଙ୍କ ସାମ୍ନାରେ ନିଜ ମନ ପସନ୍ଦର ଖାଦ୍ଯ ନାଁ କୁହାଯାଇଥିଲା ସେ କୋମାରୁ ଉଠିପଡିଥିଲେ। ଏହା ଦେଖି ଡାକ୍ତରଙ୍କ ସମେତ ଏବଂ ପରିବାର ଲୋକ ମଧ୍ୟ ଚକିତ ହୋଇପଡିଥିଲେ।

chicken

ଏହି ୧୮ ବର୍ଷୀୟ ଯୁବକ ଚିୟୁ ସ୍କୁଟରରେ ଯିବା ସମୟରେ ଗୁରୁତର ଦୁର୍ଘଟଣା ହୋଇଥିଲା। ତା’ ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେ କେତେ ଦିନ ଜୀବିତ ରହିବେ, ଡାକ୍ତରଙ୍କୁ ମଧ୍ୟ ଜଣାନଥିଲା। ଏହି ଦୁଘର୍ଟଣାରେ ଚିୟୁଙ୍କର କିଡନୀ, ଲିଭର ଗଭୀର ଭାବେ ଆଘାତ ଲାଗିଥିଲା। ମଲ୍ଟିପଲ ଫ୍ଯାକ୍ଚର ଯୋଗୁଁ ଶରୀରରୁ ବହୁତ ରକ୍ତ ବୋହି ଯାଇଥିଲା। ଚିୟୁଙ୍କର ୬ଟି ସର୍ଜରୀ କରାଯାଇଥିଲା, ଯାହା ପରେ ତାଙ୍କ ଜୀବନ ତ ବଞ୍ଚିଯାଇଥିଲା କିନ୍ତୁ ସେ କୋମାକୁ ଚାଲିଯାଇଥିଲେ।

କୋମାରୁ ବାହାରିବା ପାଇଁ ବିଭିନ୍ନ ପ୍ରକାର ଚେଷ୍ଟା କରାଯାଇଥିଲା କିନ୍ତୁ ଡାକ୍ତର ଅସଫଳ ରହିଥିଲେ। ଚିୟୁଙ୍କୁ ଚିକେନ ଖାଇବା ବେଶ ପସନ୍ଦ ଥିଲା, ତେଣୁ ଚିକେନ ନାମ ଶୁଣିବା ପରେ ତାଙ୍କ ଶରୀରରେ କିଛି ହଲଚଲ ଦେଖିବାକୁ ମିଳିଥିଲା। ଭାଇ ପାଟିରୁ ଚିକେନ ଡିସର ନାମ ଶୁଣିବା ପରେ କୋମାରେ ଥିବା ଚିୟୁର ପଲସ ରେଟ୍ ବଢିବାକୁ ଲାଗିଥିଲା। ଯାହା ପରେ ସେ କୋମାରୁ ବାହାରି ଆସିଥିଲେ। ଏବେ ଚିୟୁ ସଂପୂର୍ଣ୍ଣ ସୁସ୍ଥ ରହିଛନ୍ତି ବୋଲି ଡାକ୍ତର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.