ଦେଶ ବିଦେଶ

ଚୀନ୍‌ ଉପରେ ଡବଲ୍‌ ଡିଜିଟାଲ୍‌ ଷ୍ଟ୍ରାଇକ୍‌ ! ଭାରତ ପରେ ଆମେରିକାରେ ବ୍ୟାନ୍‌ ହୋଇପାରେ ଚାଇନା ଏପ୍ସ

ଓ୍ଵାଶିଂଟନ୍‌ : ଭାରତ ଟିକ୍‌ଟକ୍‌ ସହ ୫୯ଟି ଚାଇନା ଏପ୍ସ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏବେ ଆମେରିକା ମଧ୍ୟ ଚାଇନା ଏପ୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚିନ୍ତା କରୁଛି । ଏଥି ନେଇ ଆମେରିକାର ସାଂସଦମାନେ ସରକାରଙ୍କୁ ଏ ଉପରେ ବିଚାର କରିବାକୁ କହିଛନ୍ତି ।

ଏହି ଛୋଟ ଭିଡିଓ ଏପ୍‌ଗୁଡିକ ଦେଶର ସୂରକ୍ଷା ପ୍ରତି ବିପଦ ହୋଇପାରେ ବୋଲି ଆମେରିକାର ସାଂସଦମାନେ ପ୍ରକାଶ କରିଛନ୍ତି । ସୋମବାର ଭାରତ ଚାଇନା ଏପ୍ସକୁ ବ୍ୟାନ୍‌ ଘୋଷଣା କରିବା ପରେ ଆମେରିକାରେ ଏହି ଦାବି ଜୋର ଧରିଛି ।

ଏ ସମ୍ପର୍କରେ ଆମେରିକା କଂଗ୍ରେସର ଦୁଇଟି ବିଲ୍‌ ସ୍ଥଗିତ ମଧ୍ୟ ରହିଛି । ଯେଉଁଥିରେ ଆମେରିକାରେ ବ୍ୟବହୃତ ହେଉଥିବା ଟିକ୍‌ଟକ୍‌ ବିଲ୍‌ ଅନ୍ୟତମ । ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଟ୍ରେଡ୍‌ ଆଣ୍ଡ୍‌ ମାନୁଫାକ୍‌ଚରିଙ୍ଗ୍‌ ପଲିସି ସହାୟକ ପିଟର ନାଭାରୋ ତାଙ୍କ ଟ୍ଵିଟ୍‌ରେ ତୁଲ୍‌ସା ର‍୍ୟାଲି ପାଇଁ ଟିକ୍‌ଟକ୍‌ ତ ଦାୟୀ ନୁହେଁ ବୋଲି ଆଶଙ୍କା କରିଛନ୍ତି ।

ସେହିପରି ନ୍ୟୁଜ୍‌ ଆଙ୍କର ଲଉରା ଇନ୍‌ଗ୍ରାହାମ୍‌ ତାଙ୍କ ଟ୍ଵିଟ୍‌ରେ ଆମେରିକା ସମାନ କାମ କରିବା କଥା ଯାହା ଭାରତ କରିଛି ବୋଲି ମଧ୍ୟ ଦର୍ଶାଇଛନ୍ତି । ଅଥର ଗର୍ଡନ ଚାଙ୍ଗ୍‌ ମଧ୍ୟ, ଭାରତ ଯଦି ୫୯ ଟି ଚାଇନା ଏପ୍ସ କୁ ବ୍ୟାନ୍‌ କରିପାରିଲା ଆମେରିକା କାହିଁକି ନୁହେଁ ବୋଲି କହିଛନ୍ତି । ଆମେରିକା ଜାତୀୟ ସୁରକ୍ଷା ପରିଷଦର ଉପଦେଷ୍ଟା ରବର୍ଟ ଓ ବ୍ରିନ୍‌ ମଧ୍ୟ ଅନୁରୂପ ମତ ଦେଇଛନ୍ତି ।

ଆମେରିକା ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ର ଏହି ସପ୍ତାହରେ ଚାଇପା ଏପ୍ସ ବ୍ୟାନ୍‌ ନେଇ ଡିବେଟ୍‌ ହେବ ବୋଲି ଜଣାପଡ଼ିଛି । ଆମେରିକାର ସୂରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ସିନେଟର୍‌ ହଲି ପ୍ରକାଶ କରିଛନ୍ତି । ୟୁଜରଙ୍କ ଡାଟା ଚୀନ୍‌ ପଠାଉଥିବା ଟିକ୍‌ଟକ୍‌ ମଧ୍ୟ ମାନିଛି ।

ତେଣୁ ଦେଶର ସୁରକ୍ଷା ଦୃଷ୍ଟିରୁ ଚାଇନା ଏପ୍ସକୁ ବନ୍ଦ କରିବା ପାଇଁ ସିନେଟର ହଲି ମତ ଦେଇଛନ୍ତି । ଆମେରିକାରେ ଚୀନ୍‌ ଏପ୍ସ ବ୍ୟାନ୍‌ ଦାବି ଜୋର ଧରିଥିବାରୁ ଏହା ମଧ୍ୟ ଆମେରିକା ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ରେ ପାସ୍‌ ହୋଇପାରେ ।

ତେଣୁ ଖୁବ୍‌ ଶୀଘ୍ର ଚୀନ୍‌ ଆମେରିକା ଠାରୁ ମଧ୍ୟ ଡିଜିଟାଲ୍‌ ମାଡ଼ ଖାଇପାରେ । ପ୍ରକାଶ ଯୋଗ୍ୟ ଯେ ଆମେରିକାରେ ୪୦ ମିଲିୟନ ବା ୪ କୋଟି ଲୋକ ଟିକ୍‌ଟକ୍‌ ଏପ୍ସ ବ୍ୟବହାର କରୁଥିବା ବେଳେ ଭାରତରେ ପ୍ରାୟ ୨୦ କୋଟି ଲୋକ ଟିକ୍‌ଟକ୍‌ ଏପ୍ସ ବ୍ୟବହାର କରୁଛନ୍ତି ।

Niharanjan

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

1 hour ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

2 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

2 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

2 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

2 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

2 hours ago