ଭାରତ ପରେ ଅଷ୍ଟ୍ରେଲିଆ ଓ ଆମେରିକାରେ ବ୍ୟାନ୍‌ ହେବ ଟିକ୍‌ଟକ୍‌ ଆପ୍‌

ସିଡ୍‌ନୀ : ଭାରତ ପରେ ଏବେ ଅଷ୍ଟ୍ରେଲିଆରେ ଚାଇନା ଆପ୍‌ ଟିକ୍‌ଟକ୍‌ କୁ ବ୍ୟାନ୍‌ କରାଯାଉଛି । ଦେଶର ସୂରକ୍ଷା ଦୃଷ୍ଟିରୁ ଅଷ୍ଟ୍ରେଲିଆରେ ଏହି ଆପ୍‌କୁ ବ୍ୟାନ୍‌ କରାଯାଉଛି ବୋଲି ଅଷ୍ଟ୍ରେଲିଆ ସରକାର କହିଛନ୍ତି ।

ଚାଇନା ଆପ୍‌ ଟିକ୍‌ଟକ୍‌ ବ୍ୟବହାର ଦ୍ୱାରା ଦେଶର ଗୁରୁତ୍ତ୍ୱପୂର୍ଣ୍ଣ ଡାଟା ଚୋରି ହେବାର ଆଶଙ୍କା ପ୍ରକାଶ ପାଇଛି । ତେଣୁ ଏହାକୁ ବ୍ୟାନ୍‌ କରିବାକୁ କେତେଜଣ ଅଷ୍ଟ୍ରେଲିୟ ଲେଜିସ୍‌ଲେଟର ପ୍ରସ୍ତାବ ଦେଇଛନ୍ତି ।

ଏଥି ପୂର୍ବରୁ ଆମେରିକାରେ ମଧ୍ୟ ଚାଇନା ଆପ୍‌ ବ୍ୟାନ୍‌ ପାଇଁ ସରକାରୀ ସ୍ତରରେ ଆଲୋଚନା ଚାଲିଛି । ଯଦିଓ ଟିକ୍‌ଟକ୍‌ର ସମସ୍ତ ଡାଟା ଆମେରିକା ଓ ସିଙ୍ଗାପୁର ସର୍ଭରରେ ଷ୍ଟୋର ହେଉଛି ବୋଲି ଟିକ୍‌ଟକ୍‌ କମ୍ପାନୀ ପକ୍ଷରୁ ସଫେଇ ଦିଆଯାଇଛି ।

ତେବେ ଏହାକୁ ଯେ ଚୀନ୍‌ ସରକାର ନ ନେଇ ପାରିବେ କହିହେବ ନାହିଁ । ସେହି ଦୃଷ୍ଟିରୁ ଚୀନ୍‌ର ଆପ୍‌ଗୁଡ଼ିକୁ ଏବେ ଅଧିକାଂଶ ଦେଶ ବ୍ୟାନ୍‌ କରିବାକୁ ନିଷ୍ପତ୍ତି ନେଉଥିବା ଜଣାଯାଇଛି ।

ସୂଚନାଯୋଗ୍ୟ ଯେ ଭାରତରେ ଚୀନ୍‌ର ୫୯ ଟି ଆପ୍‌କୁ ବ୍ୟାନ୍‌ କରାଯିବା ପରେ ଏବେ ଅଷ୍ଟ୍ରେଲିଆ ଓ ଆମେରିକାରେ ଚାଇନା ଆପ୍‌ ବନ୍ଦ ନେଇ ଦାବି ଜୋର୍‌ ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.