କରତାରପୁର କରିଡର ପରେ ଶ୍ରୀ କଟାସ୍‌ରାଜ ମନ୍ଦିର ଯିବାର ସମସ୍ତ ରାସ୍ତା ଫିଟିଲା, ପାକିସ୍ତାନ ୨୦୦ ତୀର୍ଥଯାତ୍ରୀଙ୍କୁ ଦେଲା ଭିସା

ପାକିସ୍ତାନସ୍ଥିତ ଶ୍ରୀ କଟାସ୍‌ରାଜ ମନ୍ଦିର ଯିବାର ଏବେ ସମସ୍ତ ରାସ୍ତା ଫିଟିଯାଇଛି। ସର୍ଜିକାଲ ଷ୍ଟ୍ରାଇଲ୍‌ ପରେ ପାକିସ୍ତାନ ଏହି ଧାର୍ମିକ ଯାତ୍ରା ଉପରେ ରୋକ୍‌ ଲଗାଇ ଦେଇଥିଲା। ୬ ବର୍ଷରେ ପାକିସ୍ତାନ ତୃତୀୟ ଥର ଶ୍ରୀ କଟାସ୍‌ରାଜ ମନ୍ଦିର ଯିବାରେ ଅନୁମତି ଦେଇଛି। ୧୯୭୪ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ବୁଝାମଣାରେ ପ୍ରତ୍ୟେକ ବର୍ଷ ୨୦୦ ହିନ୍ଦୁ ତୀର୍ଥଯାତ୍ରୀଙ୍କୁ ଏହି ଯାତ୍ରା ପାଇଁ ଅନୁମତି ଅଛି। ସେଠି ଯାତ୍ରାର ଆୟୋଜନ ବର୍ଷକୁ ଦୁଇଥର କରାଯାଇପାରିବ।

ସର୍ଜିକାଲ ଷ୍ଟ୍ରାଇଲ୍‌ ପରେ ପାକିସ୍ତାନ କଟାସ୍‌ରାଜ ଯାତ୍ରା ଉପରେ ଅନୁମତି ଦେଇ ନ ଥିଲା। କେନ୍ଦ୍ରୀୟ ସନାତନ ଧର୍ମସଭା ତରଫରୁ ଲଗାତାର ଭାରତ ଏବଂ ପାକିସ୍ତାନ ସରକାରଙ୍କୁ ସୁସଙ୍ଗତ ଭାବେ ଯାତ୍ରା ଆରମ୍ଭ କରିବା ପାଇଁ ବାଧ୍ୟ କରାଯାଇଥିଲା। କରତାରପୁର କରିଡର୍‌ ଖୋଲିବା ପରେ ପାକିସ୍ତାନ ଭିସା ଜାରି କରିଛି। ଏଥର ଯାତ୍ରାରେ ହରିୟାଣା, ପଞ୍ଜାବ, ଦିଲ୍ଲୀ, ବିହାର, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୁଜରାଟ, ଛତିଶଗଡ଼, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, କର୍ନାଟକ, ପଶ୍ଚିମବଙ୍ଗ ଆଦି ଅଞ୍ଚଳରୁ ତୀର୍ଥଯାତ୍ରୀମାନେ ସାମିଲ ହେଉଛନ୍ତି। ଏହାସହ ଯମୁନାନଗରରୁ ୨୦ ଲୋକ ସାମିଲ ଅଛନ୍ତି।

ଯାତ୍ରାର ମୁଖ୍ୟ ସଂଯୋଜକ ଏବଂ କେନ୍ଦ୍ରୀୟ ସନାତନ ଧର୍ମସଭା ଉତ୍ତର ଭାରତର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶିବପ୍ରତାପ ବଜାଜ କହିଛନ୍ତି, ଭାରତ-ପାକିସ୍ତାନ ମଧ୍ୟରେ ଘଟିଥିବା ରାଜନୈତିକ ଘଟଣା ଏବଂ ପାକିସ୍ତାନର ଆଭ୍ୟନ୍ତରୀଣ ସ୍ଥିତିକୁ ଦେଖି ଯାତ୍ରା ଆରମ୍ଭ କରାଯିବା ପୂର୍ବରୁ ବିଚାର ବିମର୍ଶ କରାଯାଇଥିଲା। ପାକିସ୍ତାନ ଓ୍ଵାକ୍‌ଫବୋର୍ଡ ଯାତ୍ରୀମାନଙ୍କୁ ସବୁ ପ୍ରକାର ସୁବିଧା ଏବଂ ସୁରକ୍ଷା ଦେବା ପାଇଁ ଆଶ୍ୱସନା ଦେଇଥିଲା। ଏହାପରେ ଯାତ୍ରାରେ ଯିବାର କାଯ୍ୟର୍କ୍ରମ କରାଯାଇଥିଲା।

Roshni

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

15 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

17 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

58 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago