କେରଳ ପରେ ପୁଣି ମଣିଷ କଲା ଏମିତି ଘୃଣ୍ୟ କାମ, ଏବେ ମୃତ୍ୟୁମୁଖରେ ଗର୍ଭିଣୀ ଗାଈ

କେରଳର ମଲ୍ଲାପୁରମ୍‌ଠାରେ ଏକ ଗର୍ଭବତୀ ହାତୀର ଅମାନୁଷିକ ହତ୍ୟାକାଣ୍ଡ ମନରୁ ନ ଲିଭୁଣୁ ଦେଶରେ ପୁଣି ଆଉ ଏକ ନିରୀହ ଜୀବକୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଛି । ଏହି ଘଟଣାକୁ ସାରା ଦେଶ କ୍ରୋଧରେ ଜର୍ଜରିତ ହେଉଥିବାବେଳେ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କିନ୍ତୁ ମଣିଷ ତା’ର ଏହି ଅମାନବୀୟ କାର୍ଯ୍ୟରୁ ନିଜକୁ ମୁକ୍ତ କରିପାରୁନାହିଁ । ନିରୀହ ପ୍ରାଣୀମାନଙ୍କ ପ୍ରତି ଅମାନୁଷିକ ଅତ୍ୟାଚାର କରି ଚାଲିଛି । କେରଳ ଗର୍ଭବତୀ ହାତୀକୁ ଅତ୍ୟନ୍ତ ଅମାନୁଷିକ ଭାବେ ବାଣଭର୍ତ୍ତି ସପୁରୀ ଖୁଆଇ ହତ୍ୟା କରିବା ପରେ ଏବେ ହିମାଚଳ ପ୍ରଦେଶରେ ଏକ ଗର୍ଭବତୀ ଗାଈକୁ ବିସ୍ଫୋରକ ପଦାର୍ଥ ଖୁଆଇଥିବାର ଖବର ମିଳିଛି ।

himachal

ମିଳିଥିବା ସୂଚନା ଅନୁସାରେ ହିମାଚଳ ପ୍ରଦେଶ ଜିଲ୍ଲା ବିଳାସପୁରର ଝଣ୍ଡୁତା ଅଞ୍ଚଳରେ ଏକ ଗର୍ଭିଣୀ ଗାଈକୁ କେହି ଜଣେ ବିସ୍ଫୋରକ ପଦାର୍ଥ ଖୁଆଇ ଥିବାବେଳେ ଗାଈଟି ଗୁରୁତର ହୋଇପଡିଛି । ଗାଈର ମାଲିକ ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ସେୟାର କରିବା ସହିତ ପୋଲିସର ଏନେଇ ମାମଲା ରୁଜୁ କରିଛନ୍ତି। ପୋଲିସ୍‌ ଏହି ଘଟଣାର ଛାନ୍‌ ଭିନ୍‌ କରିବା ଆରମ୍ଭ କରିଛନ୍ତି ।

ଦେଶର କରୋନା ସଂକଟ ସମୟରେ ମଣିଷ ନିଜର ମାନବିକତାକୁ ଭୁଲି ନିରୀହ ପଶୁପକ୍ଷୀଙ୍କ ଉପରେ ଅତ୍ୟାଚାର କରୁଥିବାର ଘଟଣା ସତରେ କଡା ନିନ୍ଦନୀୟ । ପୃଥିବୀର ଶ୍ରେଷ୍ଠ ଜୀବ ମଣିଷ ହୋଇ ମଧ୍ୟ ତା’ର ଏପରି ବର୍ବେରାଚିତ କାଣ୍ଡକୁ ନେଇ ସାରା ଭାରତରେ ଉଦ୍‌ବେଗ ପ୍ରକାଶ ପାଉଛି । ପଶୁ ପକ୍ଷୀଙ୍କୁ ଏପରି ଦଣ୍ଡ ଦେଉଥିବା ବ୍ୟକ୍ତିଙ୍କ ପ୍ରତି କଡା ତଥା ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହେବା ନେଇ ଦାବି ହେଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.