ଦେଶ ବିଦେଶ

କଂଗ୍ରେସ ଅଧ୍ୟକ୍ଷଙ୍କ ‘ବିଷାକ୍ତ ସାପ’ ଟିପ୍ପଣୀ ପରେ ବିଜେପି ବିଧାୟକଙ୍କ ପ୍ରତିଆକ୍ଷେପକୁ ନେଇ ହଙ୍ଗାମା, ସୋନିଆ ଗାନ୍ଧୀଙ୍କୁ କହିଲେ ‘ବିଷକନ୍ୟା’

କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ ଏବେ ରାଜନୀତି ବ୍ୟକ୍ତିଗତ ଆକ୍ଷେପ ପ୍ରତି ଆକ୍ଷେପରେ ପହଞ୍ଚିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଦେଇଥିବା ବିବାଦୀୟ ଟିପ୍ପଣୀ ମାମଲା ଶାନ୍ତ ପଡ଼ି ନ ଥିବାବେଳେ ଏବେ ଏହାର ଜବାବରେ କର୍ଣ୍ଣାଟକର ବିଜେପି ବିଧାୟକ ବାସନାଗୌଡ଼ା ୟତନାଲ ସୋନିଆ ଗାନ୍ଧୀଙ୍କୁ ‘ବିଷକନ୍ୟା’ ବୋଲି କହି ହଙ୍ଗାମା ସୃଷ୍ଟି କରିଛନ୍ତି।

ନିର୍ବାଚନ ପ୍ରଚାର ବେଳେ ବିଜେପି ବିଧାୟକ ୟତନାଲ କହିଛନ୍ତି ଯେ ‘ସମଗ୍ର ବିଶ୍ୱ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମାନିଛି। ଆମେରିକା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରେଡ୍‌ କାର୍ପେଟ୍‌ରେ ସ୍ୱାଗତ କରିଥିଲା, କିନ୍ତୁ କଂଗ୍ରେସ ଦଳ ତାଙ୍କୁ କୋବ୍ରା ସହିତ ତୁଳନା କରି କହିଛି ଯେ ସେ ବିଷାକ୍ତ ସାପ। ଆପଣଙ୍କ ଦଳର ନେତା ଯାହାର ଆଦେଶରେ ନାଚନ୍ତି, କ’ଣ ସୋନିଆ ଗାନ୍ଧୀ ‘ବିଷକନ୍ୟା’? ସେ ଚୀନ୍ ଏବଂ ପାକିସ୍ତାନର ଜଣେ ଏଜେଣ୍ଟ’।

ସୋନିଆ ଗାନ୍ଧୀଙ୍କ ଉପରେ ଏହି ବୟାନକୁ ନେଇ କଂଗ୍ରେସ ମଧ୍ୟ ବିଳମ୍ବ ନ କରି ବିଜେପି ଉପରେ ପ୍ରତି ଆକ୍ରମଣ କରିଛି। ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଛନ୍ତି ଯେ ‘କଂଗ୍ରେସ ଅଧ୍ୟକ୍ଷ ଦେଇଥିବା ବିବୃତ୍ତିକୁ ବିଜେପି ପୂରା ଦେଶରେ ବିରୋଧ କରିଛି। ତଥାପି କଂଗ୍ରେସ ଅଧ୍ୟକ୍ଷ ମହାନତା ଦେଖାଇ ନିଜ କଥାକୁ ଫେରାଇ ନେଇଛନ୍ତି। ଆଜି ସେମାନଙ୍କ ଦଳର ବିଧାୟକ ସୋନିଆ ଗାନ୍ଧୀଙ୍କୁ ବିଷକନ୍ୟା ବୋଲି କହିଛନ୍ତି। ଏ ବିଷୟରେ ପିଏମ ମୋଦି ଓ ଅମିତ ଶାହ କ’ଣ କହୁଛନ୍ତି, ତାହା ଦେଶର ଜନତା ଜାଣିବାକୁ ଚାହାଁନ୍ତି’।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

2 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

3 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

3 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

4 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

4 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

5 hours ago