ବିବାହର ତିନି ବର୍ଷ ପରେ ପ୍ରେମିକା ସହ ସ୍ୱାମୀଙ୍କ ବିବାହ କରାଇଦେଲେ ପତ୍ନୀ କିନ୍ତୁ ସ୍ୱାମୀ ଚାଁହୁଥିଲେ ଦୁହିଁଙ୍କ ସହ ସମ୍ବନ୍ଧ, ଆଉ ତାପରେ..

ନିକଟରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ପତ୍ନୀ ତିନି ବର୍ଷର ବିବାହ ପରେ ତାଙ୍କ ସ୍ୱାମୀଙ୍କୁ ତାଙ୍କ ପ୍ରେମିକାଙ୍କ ସହ ବିବାହ କରାଇ ଦେଇଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଯେ ସ୍ୱାମୀ ଉଭୟ ପତ୍ନୀ ଏବଂ ଗର୍ଲଫ୍ରେଣ୍ଡଙ୍କ ସହ ସମ୍ବନ୍ଧ ରଖିବାକୁ ଚାହୁଁଥିଲେ, କିନ୍ତୁ ଭାରତୀୟ ଆଇନରେ ଏହା ଅନୁମତିପ୍ରାପ୍ତ ନୁହେଁ । ଏହା ପରେ ମହିଳା ଏକ ବଡ ପଦକ୍ଷେପ ନେଇଥିଲେ ଏବଂ ତାଙ୍କ ସ୍ୱାମୀଙ୍କୁ ତାଙ୍କ ପ୍ରେମିକା ସହିତ ବିବାହ କରିଥିଲେ ।


ମହିଳାଙ୍କ ଓକିଲ କହିଛନ୍ତି ଯେ ସ୍ୱାମୀ ଉଭୟ ମହିଳାଙ୍କ ସହ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛନ୍ତି । ଯାହା ଆଇନଗତ ଭାବରେ ସମ୍ଭବ ନୁହେଁ । ତାଙ୍କ ପତ୍ନୀ ସ୍ମାର୍ଟ ଥିଲେ ତେଣୁ ସେ ସ୍ୱାମୀଙ୍କୁ ଛାଡପତ୍ର ଦେଇଥିଲେ ଏବଂ ତାଙ୍କୁ ପ୍ରମିକାଙ୍କୁ ବିବାହ କରିବାରେ ସାହାଯ୍ୟ କରିଥିଲେ ।

ଠିକ ଏହିପରି ଗତ ବର୍ଷ ଭୋପାଳରେ ମଧ୍ୟ ଏକ ଅଜବ ମାମଲା ସାମ୍ନାକୁ ଆସିଥିଲା । 2019 ମସିହାରେ ଏହି ମାମଲା ମଧ୍ୟ ପ୍ରକାଶ ପାଇଥିଲା। ଯେଉଁଠାରେ ଜଣେ ମହିଳା ସାତ ବର୍ଷ ପରେ ନିଜ ସ୍ୱାମୀଙ୍କୁ ଛାଡପତ୍ର ଦେଇଥିଲେ । ଯାହାଫଳରେ ସେ ନିଜ ପ୍ରେମିକା ସହିତ ଏକ ନୂତନ ଜୀବନ ଆରମ୍ଭ କରିପାରନ୍ତି । ମଧ୍ୟପ୍ରଦେଶରେ ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳିଥାଏ ।

 

 

 

 

Leave A Reply

Your email address will not be published.