୨୦୦ କୋଟି ମନି ଲଣ୍ଡ୍ରିଂ ମାମଲା, ନୋରାଙ୍କ ପରେ ଆଜି ଜ୍ଯାକଲିନଙ୍କୁ ପଚରାଉଚରା କରିବ ଇଡି

ବଲିଉଡ ଅଭିନେତ୍ରୀ ନୋରା ଫତେହୀଙ୍କ ପରେ ଏବେ ଜ୍ଯାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପଚରାଉଚରା କରିବ ଇଡି। ଏହି ଦୁଇ ଅଭିନେତ୍ରୀଙ୍କୁ ମନି ଲଣ୍ଡ୍ରିଂ କେସରେ ଇଡି ସମନ ଜାରି କରିଥିଲା। ପୂର୍ବରୁ ଦୁହିଁଙ୍କୁ ପଚରାଉଚରା କରିସାରିଛି ଇଡି। ଗତକାଲି ନୋରା ଇଡିର ସାମ୍ନା କରିଥିବା ବେଳେ ଆଜି ଜ୍ଯାକଲିନଙ୍କୁ ପଚରାଉଚରା କରିବ। ନୋରାଙ୍କୁ ଗତକାଲି ୭ ଘଣ୍ଟା ପଚରାଉଚରା କରିଥିଲା ଇଡି।

ଗତ ମାସରେ ଏହି ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ସମନ ପଠାଯାଇଥିଲା। ଏହା ପୂର୍ବରୁ ୨୦୦ କୋଟି ଟଙ୍କାରୁ ଅଧିକ କାରବାର ମାମଲାରେ ସୁକେଶ ଚନ୍ଦ୍ରଶେଖରଙ୍କ ସହିତ ଜଡିତ କେସରେ ଦିଲ୍ଲୀ ୪ଘଣ୍ଟା ଯାଏଁ ଜ୍ୟାକଲିନଙ୍କୁ ପଚରାଉଚରା କରାଯାଇଥିଲା। ତାଙ୍କ ବୟାନକୁ ସାକ୍ଷୀ ହିସାବରେ ଦାଖଲ କରାଯାଇଥିଲା। ଜ୍ଯାକଲିନ ଫର୍ଣ୍ଣାଣ୍ଡିଜ ଠକେଇର ଶିକାର ହେବା ପରେ ପ୍ରମାଣ ଭାବେ ତାଙ୍କୁ ୫ଘଣ୍ଟା ପଚରାଉଚରା କରିଥିଲା ଇଡି।

ଇଡି ମୁତାବକ, ଜ୍ଯାକଲିନ ଏବଂ ନୋରାଙ୍କୁ ପଚରାଉଚରା ପରେ ସମ୍ଭବତଃ ଆଗାମୀ ଦିନରେ ସୁକେଶ ମାମଲାରେ ସାକ୍ଷୀ ଭାବେ ଗ୍ରହଣ କରାଯିବ। ଏହି ଦୁହିଁଙ୍କ ବୟାନକୁ ଆଧାର କରି ଏହି ବାବତରେ ଅନ୍ତିମ ଫଇସଲା ନିଆଯିବ।

ସୂଚନାଯୋଗ୍ୟ, ବହୁ କୋଟି ଠକେଇ ମାମଲାରେ ସୁକେଶ ଚନ୍ଦ୍ରଶେଖରଙ୍କୁ ପୋଲିସ ୨୦୨୧ରେ ଗିରଫ କରିଥିଲା। ଯେଉଁଠି ସୁକେଶ ଜେଲ ଭିତରେ ରହି ୨୦୦ କୋଟି ଟଙ୍କାର ମନି ଲଣ୍ଡ୍ରି ଭଳି ରାକେଟ୍ ଚଳାଉଥିଲେ। ସୁକେଶ ଜେଲ ମଧ୍ୟରେ ଜଣେ ନାମୀ ବିଜନେସମ୍ୟାନଙ୍କ ପତ୍ନୀଙ୍କ ଠାରୁ ୫୦ କୋଟି ଟଙ୍କାର ମାଗିଥିଲେ।ପୋଲିସ ଏହି କେସରେ ଛାନଭିନ କରି ଜେଲରେ ଚଢଉ କରି ସୁକେଶଙ୍କ ସେଲରୁ ୨ଟି ମୋବାଇଲ ଜବତ କରିଥିଲା। କେବଳ ସୁକେଶ ନୁହେଁ ତାଙ୍କ ପତ୍ନୀ ମଧ୍ୟ ଏହି ମାମଲାରେ ଜେଲରେ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.