ପ୍ରଥମେ ଏନଆରସି, ପରେ ସିଏଏ ଏବେ ଏନପିଆର୍ ; ମୋହର ମାରିଛି କ୍ୟାବିନେଟ୍‌

ନୂଆଦିଲ୍ଲୀ : ସିଏଏକୁ ନେଇ ସାରାଦେଶରେ ନିଆଁ ଜଳୁଥିବା ବେଳେ କେନ୍ଦ୍ର ସରକାରଙ୍କ ଆଉ ଏକ ବଡ଼ ନିଷ୍ପତ୍ତି । ଜାତୀୟ ଜନସଂଖ୍ୟା ପଞ୍ଜୀକରଣ ବା ଏନ୍ପିଆରକୁ ଅପଡେଟ କରିବା ପ୍ରସ୍ତାବରେ ମୋହର ମାରିଛି କ୍ୟାବିନେଟ୍‌ । ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏନ୍‌ପିଆର ଅପଡେଟ୍ ପାଇଁ ୩୯୪୧କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ୨୦୨୦ ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ ଆସାମକୁ ଛାଡ଼ି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଜାତୀୟ ଜନସଂଖ୍ୟା ପଞ୍ଜୀକରଣ କରାଯିବ ।
ପ୍ରଥମେ ଏନଆରସି, ପରେ ସିଏଏ ଏବେ ଏନପିଆର୍ । ଏନଆରସି ପୂର୍ବରୁ ଏନପିଆର ମାଧ୍ୟମରେ କେନ୍ଦ୍ର ସରକାର ପ୍ରଥମ ପାହାଚ ଚଢ଼ିବାକୁ ଯାଉଛନ୍ତି ।

ନ୍ୟାସନାଲ ପପୁଲେସନ ରେଜିଷ୍ଟର ଆଧାରରେ ଏପ୍ରିଲ ୧, ୨୦୨୦ରୁ ସେପ୍ଟେମ୍ବର ୩୦, ୨୦୨୦ ପର୍ଯ୍ୟନ୍ତ ନାଗରିକଙ୍କ ଏକ ଡାଟା ବେସ୍ ପ୍ରସ୍ତୁତ କରାଯିବ । ଏଥିପାଇଁ ଘର ଘର ବୁଲି ଜନଗଣନା ହେବ । ଏହି ଡାଟାରେ ଲୋକମାନଙ୍କ ବାୟୋମେଟ୍ରିକ୍ ତଥ୍ୟ ରହିବ । ଏଥିରେ ବ୍ୟକ୍ତି, ନାମ, ଠିକଣା, ଶିକ୍ଷା, ପେସା ଭଳି ୧୫ଟି ତଥ୍ୟ ସମ୍ପର୍କରେ ସୂଚନା ରହିବ । ଏନପିଆରର ତଥ୍ୟ ଲୋକମାନଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଆଧାରରେ ରହିବ । ଏହା ନାଗରିକତା ପ୍ରମାଣପତ୍ର ହେବ ନାହିଁ ।
୨୦୧୦ରେ ମନମୋହନ ସିଂହଙ୍କ ସରକାର ସମୟରେ ଏନପିଆର ପ୍ରସଙ୍ଗ ଉଠା ଯାଇଥିଲା । ୨୦୧୧ରେ ଏହା ଉପରେ କାମ ଆରମ୍ଭ ହୋଇଥିଲା । ତେବେ ୨୦୧୫ରେ ଏହି ଜନସଂଖ୍ୟାକୁ ଅପଡେଟ୍ କରାଯାଇଥିଲା । ଏହାକୁ ଡିଜିଟାଲ କରାଯିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ୨୦୨୧ରେ ଜନଗଣନା ହେବାକୁ ଯାଉଛି । ଏହି ସମୟରେ ଆସାମକୁ ଛାଡି ଅନ୍ୟ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଡାଟାକୁ ପୁଣି ଅପଡେଟ୍ କରାଯିବ । ତେବେ କ୍ୟାବିନେଟ ମୋହର ପରେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି ।

ଏନ୍‌ପିଆରରେ କଣ ହେବ

୧-ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର ଜରିଆରେ ସରକାର ଦେଶର ପ୍ରତ୍ୟେକ ନାଗରିକଙ୍କ ଡାଟା ରଖିପାରିବେ
୨-ଭାରତୀୟ ନାଗରିକଙ୍କ ବାୟୋମେଟ୍ରିକ ରଖାଯିବ
୩-ଏନପିଆର ୩ଟି ପର୍ଯ୍ୟାୟରେ କରାଯିବ
୪-ଏପ୍ରିଲ ପହିଲାରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ରାଜ୍ୟ ଓ କେନ୍ଦ୍ର ସରକାରୀ କର୍ମଚାରୀ ଘର ଘର ଯାଇ ଡାଟା ସଂଗ୍ରହ କରିବେ ।
୫-ଏଥିପାଇଁ ଆସିବ ଏକ ଆପ୍ । ଘରେ ବସି ଏଥିରେ ପଞ୍ଜୀକରଣ କରାଯାଇ ପାରିବ ।

ଏନପିଆର ଓ ଏନଆରସି ଭିତରେ ପ୍ରଭେଦ

ଏନପିଆର ଓ ଏନଆରସି ମଧ୍ୟରେ ଅନେକ କିଛି ପ୍ରଭେଦ ରହିଛି । ଏନଆରସିରେ ଅବୈଧ ନାଗରିକଙ୍କୁ ଚିହ୍ନଟ କରିବା ମୁଖ୍ୟ ଉଦ୍ଦେଶ୍ୟ । ଦେଶରେ ୬ ମାସ କିମ୍ବା ତାଠାରୁ ଅଧିକ ସମୟ ରହିଥିବା ନିବାସୀଙ୍କୁ ଏନପିଆରରେ ପଞ୍ଜୀକରଣ କରିବାକୁ ପଡିବ । ଏନପିଆର ଜରିଆରେ ଲୋକମାନଙ୍କ ବାୟୋମେଟ୍ରିକ ଡାଟା ପ୍ରସ୍ତୁତ କରି ସରକାର ଯୋଜନାଗୁଡିକୁ ଅସଲି ହିତାଧିକାରୀଙ୍କ ନିକଟରେ ପହଁଚାଇବା ଲକ୍ଷ୍ୟ ରହିଛି ।

KNews Bureau

Recent Posts

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

9 mins ago

ବାରବାଟୀରେ ଖେଳାଯିବ ଓ୍ଵାନ-ଡେ ମ୍ୟାଚ୍‌, ଫେବ୍ରୁଆରୀ ୯ରେ ହେବ ଖେଳ

କେନ୍ୟୁଜ(ବ୍ୟୁରୋ) : ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଓ୍ଵାନ ଡେ ମ୍ୟାଚ୍‌ । ୨୦୨୫ ଫେବ୍ରୁଆରୀ ୯ ତାରିଖ ରବିବାରରେ ଖେଳାଯିବ…

10 mins ago

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

24 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

25 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

1 hour ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

1 hour ago