ୟୁରୋପରେ ଚିହ୍ନଟ ହେଲା କୋଭିଡ-୧୯ ର ନୂଆ ଷ୍ଟ୍ରେନ ଡେଲ୍ଟାକ୍ରୋନ ଭାଇରସ

ଦିନକୁ ଦିନ ବଢିଚାଲିଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ଏମିତିକି କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନ ଆସିବା ପରେ ଏହା ବର୍ତ୍ତମାନ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । କାରଣ ଏହା ଏଧିକ ମାତ୍ରାରେ ସଂକ୍ରମଣ ବଢାଉଛି । ଦେଶରେ କୋଭିଡ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ପୁଣି ଆଜି ଓଡିଶାରୁ ଚିହ୍ନଟ ହୋଇଛନ୍ତି ୭୦୭୧ ଜଣ କରୋନା ରୋଗୀ ।

WEAR MASK
Picture Credit – MSN

କୋଭିଡ ଭାଇରସ ଦିନକୁ ଦିନ ଅଧିକ ମାତ୍ରାରେ ନିଜର ରୂପ ବଦଳାଇ ନିଜକୁ ଅଧିକ ଶକ୍ତିଶାଳୀ କରୁଛି । ଏମିତିକି ଏହା ବର୍ତ୍ତମାନ ମ୍ୟୁଟେଟ ହୋଇ ହୋଇ ଯାଉଛି । ଓମିକ୍ରନକୁ ନେଇ ଆଉ ଏକ ଚିନ୍ତା ଜନକ ରିପୋର୍ଟ ସାମ୍ନାକୁ ଆସିଛି । ବୈଜ୍ଞାନିକମାନେ ଆଉ ଏକ କୋଭିଡ –୧୯ ଭାରିଏଣ୍ଟ ଦେଖିବାକୁ ପାଇଛନ୍ତି, ଯାହାର ନାମ ହେଉଛି ଡେଲ୍ଟାକ୍ରୋନ । ୟୁରୋପର ସାଇସରସ ସିଟିରେ ୨୫ ଜଣ କୋଭିଡ ରୋଗୀଙ୍କ ମଧ୍ୟରେ ଏହି ନୂଆ ଷ୍ଟ୍ରେନ ଦେଖିବାକୁ ମିଳିଛି । ତେବେ କୋଭିଡର ଏହି ଷ୍ଟ୍ରେନ ଆସିବା ପରେ ସାଇପ୍‌ରସ ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ଏହି ଷ୍ଟ୍ରେନ ଏତେ ମଧ୍ୟ ମାରାତ୍ମକ ନୁହେଁ ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କିନ୍ତୁ ସମସ୍ତଙ୍କୁ କୋଭିଡର ଗାଇଡଲାଇନ ମାନିବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.