ଅପରେସନ ସିନ୍ଦୂର : ଏୟାରଷ୍ଟ୍ରାଇକ୍ ପରେ ବନ୍ଦ ହେଲା ସ୍କୁଲ, ଅନ୍ୟାନ୍ୟ ସେବା ଉପରେ ପଡିପାରେ ପ୍ରଭାବ

ଭାରତ ପାକିସ୍ତାନର ୯ଟି ଶିବିର ଉପରେ ଆକ୍ରମଣ କରି ଧ୍ବଂସ ବିଧ୍ବଂସ କରିଦେଇଛି । ଆକ୍ରମଣ ମଙ୍ଗଳବାର ମଧ୍ୟରାତ୍ର ୧.୪୪ ମିନିଟରେ ପାକିସ୍ତାନ ଉପରେ ଆକ୍ରମଣ କରିଥିଲା । ଯେଉଁଥିରେ ପ୍ରାୟ ୯୦ରୁ ଉର୍ଦ୍ଧ୍ବ ଆତଙ୍କବାଦୀ ନିହତ ହୋଇଥିଲେ । ଭାରତୀୟ ବାୟୁସେନାଙ୍କ ଦ୍ବାରା ହୋଇଥିବା ଆକ୍ରମଣ ପରେ ସ୍କୁଲ, ବ୍ୟାଙ୍କ୍ ଏବଂ ଏଟିଏମ୍ ବ୍ୟବସ୍ଥା ଉପରେ କ’ଣ ପ୍ରଭାବ ପଡିବ ସେ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି ।
ଅନ୍ୟପଟେ ଭାରତର ସ୍ଥିତି ବର୍ତ୍ତମାନ ସ୍ଥିର ରହିଛି । ଭାରତର ସୁରକ୍ଷା ଏଜେନ୍ସିଗୁଡିକ ହାଇ ଆଲର୍ଟରେ ରହିଛି । ଏହି ସମୟରେ ବର୍ତ୍ତମାନ ଜମ୍ମୁ-କାଶ୍ମୀର ସ୍କୁଲ ବନ୍ଦ ରହିଛି । ପିଲାମାନଙ୍କୁ ଅନ୍ୟ ରାଜ୍ୟର ସ୍କୁଲ ପଠାଯାଇପାରିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏହା ବ୍ୟତୀତ ଶିକ୍ଷାନୁଷ୍ଠାନ ବାବଦରେ ଜାଣିବାକୁ ହେଲେ ବାପା ମା’ମାନେ ପ୍ରଥମେ ସେମାନେ ସେମାନଙ୍କର ପ୍ରଶାସନର ମେସେଜ କିମ୍ବା ମେଲ ଚେକ୍ କରିବା ଉଚିତ୍ ।
ଅନ୍ୟପଟେ ବ୍ୟାଙ୍କ୍ ଏବଂ ସେୟାର ମାର୍କେଟ ବନ୍ଦ ହେବା ନେଇ କୌଣସି ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ । ଭାରତରେ ଏବେ ସ୍ବାଭାବିକ ପରିସ୍ଥିତି ଥିବାରୁ ଆପଣ ବ୍ୟାଙ୍କ୍ ସେବା ପାଇପାରିବେ । ଏହି ଅପରେସନ ପରେ କ୍ୟାସ ଡ୍ର କରିବା ପାଇଁ ଏଟିଏମରେ ସାମ୍ନାରେ ଭିଡ ଜମା ହୋଇଛି । ଏପରି ବ୍ୟସ୍ତବିବ୍ରତ ନହୋଇ ଶାନ୍ତ ରହିବା ଆବଶ୍ୟକ । ଗୁଜବ ଖବରକୁ ଧ୍ୟାନ ଦିଅନ୍ତୁ ନାହିଁ । ଏବେ ସାମାନ୍ୟ ପରିସ୍ଥିତି ଥିବାରୁ ଜରୁରୀ ସାମଗ୍ରୀ ତରବର ହୋଇ କିଣିବାର କୌଣସି ଆବଶ୍ୟକ ନାହିଁ । ଏହା ବ୍ୟତୀତ ଏୟାର ଷ୍ଟ୍ରାଇକ୍ ପରେ ରେଳ ସେବା ମଧ୍ୟ ଉପଲବ୍ଧ ରହିଛି । ଏପର୍ଯ୍ୟନ୍ତ ରେଳ ଅଧିକାରୀ ମଧ୍ୟ କୌଣସି ପଦକ୍ଷେପ ଜାରି କରିନାହାଁନ୍ତି । ତେଣୁ ରେଳ ସେବା ନିର୍ଦ୍ବନ୍ଦର ସହିତ ଗ୍ରହଣ କରିପାରିବେ ।
Also Read : ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ ପରେ ଭାରତର ପ୍ରମୁଖ ବିମାନବନ୍ଦର ବନ୍ଦ, ଆଗାମୀ ନିର୍ଦ୍ଦେଶ ଯାଏଁ ବିମାନ ବାତିଲ