କୃତ୍ରିମ ପ୍ରତ୍ୟାରୋପଣ ପରେ ପୁଣି କାର୍ଯ୍ୟକ୍ଷମ ହେଲା ଅକାମି ହୃତପିଣ୍ଡ, ଏହା କୌଣସି ଚମତ୍କାରଠାରୁ କମ୍ ନୁହେଁ, ପଢ଼ନ୍ତୁ ପୂରା ଘଟଣା

ଅକାମି ହୃତପିଣ୍ଡ ପୁଣିଥରେ ସୁସ୍ଥ ହେବା କୌଣସି ଚମତ୍କାରଠାରୁ କମ୍ ନୁହେଁ। ଦିଲ୍ଲୀର ଏକ ହସ୍ପିଟାଲରେ ଘଟିଥିବା ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଘଟଣାଟି ଏହିପରି ଯେ ଦିଲ୍ଲୀର ବିଏଲକେ ହସ୍ପିଟାଲକୁ ପ୍ରାୟ ବର୍ଷେ ତଳେ ଇରାକର ୫୨ ବର୍ଷୀୟ ବ୍ୟବସାୟୀ ହନି ଜବାଦ୍ ମହମ୍ମଦ ଚିକିତ୍ସା ପାଇଁ ଆସିଥିଲେ। ଚିକିତ୍ସା ପରେ ତାଙ୍କ ହୃତପିଣ୍ଡ ଅକାମି ହୋଇଥିବା ଜଣାପଡ଼ିଥିଲା ଏବଂ ବିଭିନ୍ନ ସମସ୍ୟା ସାମ୍ନାକୁ ଆସିଥିଲା।

ତେଣୁ ଡାକ୍ତର ତୁରନ୍ତ କ୍‌ତ୍ରିମ ହୃତପିଣ୍ଡ ପ୍ରତ୍ୟାରୋପଣ କରିବାକୁ ନିଷ୍ପତ୍ତି ନେଇଥିଲେ। ହାର୍ଟ ସର୍ଜରୀ ପରେ ପାଖାପାଖି ବର୍ଷେ ପର୍ଯ୍ୟନ୍ତ ତାଙ୍କ ଚିକିତ୍ସା ସେବା ଜାରି ରଖି ଯାଞ୍ଚ କରୁଥିଲେ। ଔଷଧ ଏବଂ ଘନ ଘନ ଯାଞ୍ଚ ପରେ ଡାକ୍ତର ହଠାତ୍ ଜାଣିବାକୁ ପାଇଲେ, ହନି ଜବାଦଙ୍କ ଅକାମି ହୃତପିଣ୍ଡ ପୁଣିଥରେ କାମ କରିବା ଆରମ୍ଭ କରିଛି। ଆଉ ଏହା ଥିଲା ଡାକ୍ତରଙ୍କ ପାଇଁ ପୂରା ବିରଳ ଘଟଣା।

dil dil

ହସ୍ପିଟାଲର ବରିଷ୍ଠ ଡାକ୍ତର ଅଜୟ କୌଲଙ୍କ କହିବାନୁଯାୟୀ, ତାଙ୍କ ଭାବନଠାରୁ ମଧ୍ୟ ଅସଲି ହୃତପିଣ୍ଡ ବହୁତ ଭଲ ଭାବେ କାମ କରିବା ଆରମ୍ଭ କରିଦେଇଥିଲା। ଫଳରେ ସେ କ୍‌ତ୍ରିମକୁ ହଟାଇ ଦେଲେ। ଏବେ ଜବାଦଙ୍କ ଅସଲି ହୃତପିଣ୍ଡ ବିନା କିଛି ସାହାରାରେ ପୁଣିଥରେ କାର୍ଯ୍ୟ କରୁଛି।

ସେ ଆହୁରି କହିଥିଲେ, ବର୍ଷ ସାରା ଯାଞ୍ଚ ପରେ ଯେତେବେଳେ ସେ ଜବାଦଙ୍କ ଅସଲି ହୃତପିଣ୍ଡ କାମ କରୁଥିବା ଅନୁଭବ କରିଥିଲେ ତାହା ତାଙ୍କୁ ଚକିତ କରିଥିଲା। କୃତ୍ରିମ ପ୍ରତ୍ୟାରୋପଣର କାର୍ଯ୍ୟକ୍ଷମତାକୁ କମ୍ କରି ମୂଳ ହୃତପିଣ୍ଡ ର କାର୍ଯ୍ୟକ୍ଷମତା ଉପରେ ଅଧିକ ଗୁରୁତ୍ବ ଦେଇଥିଲେ। ଆଉ ଏହି ପ୍ରକ୍ରିୟାକୁ ସେ ଦୁଇ ମାସରେ ୩-୪ ଥର ଦୋହରାଇଥିଲେ। ଏହାପରେ ଅନୁଭବ କଲେ ଯେ ପାଖାପାଖି ୧ ବର୍ଷ ପର୍ଯ୍ୟନ୍ତ ଜବାଦ୍ ଆରାମ ନେଲା ପରେ ତାଙ୍କର ହୃତପିଣ୍ଡ ଧୀରେ ଧୀରେ ସୁସ୍ଥ ହେବାରେ ଲାଗୁଛି।

ଏହାସହ ପଢ଼ନ୍ତୁ: ଏହି ଜାଗାକୁ କୁହନ୍ତି ‘ଏଲିଅନ୍ ଆଇଲ୍ୟାଣ୍ଡ’, ଅଲଗା ଗ୍ରହର ଭ୍ରମ ସ୍‌ଷ୍ଟି କରେ, ଜାଣନ୍ତୁ କ’ଣ ରହିଛି ଏଠାରେ

ସାଧାରଣତଃ ଏଭଳି ଘଟଣାରେ ଅକାମି ହୃତପିଣ୍ଡ ୧୦ରୁ ୧୫ ପ୍ରତିଶତ ଯାଏ ସ୍ବାଭାବିକ ଅବସ୍ଥାକୁ ଫେରିଆସିଥାଏ। କିନ୍ତୁ ଏଠାରେ ବେଶ୍ ଭଲରେ ମୂଳ ହୃତପିଣ୍ଡ କାର୍ଯ୍ୟ କରୁଥିଲା, ଯାହାକି ଏକ ଚିକିତ୍ସା ଚମତ୍କାର ଭଳି ଥିଲା।

ଅନ୍ୟପକ୍ଷରେ ହସ୍ପିଟାଲରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଜବାଦ ତାଙ୍କ ବିଷୟରେ କହିଥିଲେ ଯେ ସେ ଆତଙ୍କବାଦୀଙ୍କ କବଜାରେ ଥିଲେ ଏବଂ ସେଠାରୁ ମୁକୁଳି ଆସିବାରେ ସଫଳ ହୋଇଛନ୍ତି। ଅନେକ ଥର ଗୁଳି ଖାଇ ଆହତ ହେବା ପରେ କେତେକ ସର୍ଜରୀ କରାଇଥିଲେ। କିନ୍ତୁ ହୃତପିଣ୍ଡ ପ୍ରତ୍ୟାରୋପଣ କରିବାଠୁ ଏବେ ବର୍ତ୍ତି ଯାଇଛନ୍ତି। ଏହା ତାଙ୍କୁ ଜଣା ବି ନ ଥିଲା ଯେ ଆଗକୁ ଯାଇ ତାଙ୍କ ହୃତପିଣ୍ଡ ପୁଣିଥରେ କାର୍ଯ୍ୟକ୍ଷମ ହୋଇପାରିବ।

ସେପଟେ ଡାକ୍ତରଙ୍କ କହିବା କଥା ହେଲା ୨୦୧୮ ଜୁଲାଇରେ ଜବାଦଙ୍କ ଅପରେଶନ ହୋଇଥିଲା। ସେହି ସମୟରେ ହାର୍ଟ ଦୁର୍ବଳ ହେବା ନେଇ କୌଣସି କାରଣ ଜଣାପଡ଼ୁ ନ ଥିଲା। ଗୁଳି ଖାଇବା ପରେ ହୋଇଥିବା ସର୍ଜରୀ କାରଣରୁ ଏଭଳି ସମସ୍ୟା ଦେଖାଦେଇଥିବା ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.