ପରୀକ୍ଷା ଫଳ ଦେଖି ଇଣ୍ଟରମିଡିଏଟ ଛାତ୍ରଙ୍କର ହାର୍ଟ ଆଟାକରେ ମୃତ୍ୟୁ

ୟୁପି ବୋର୍ଡ ଇଣ୍ଟରମିଡିଏଟ ପରୀକ୍ଷାର ଫଳାଫଳ ଦେଖିବା ପରେ ମେନପୁରୀ ଜିଲ୍ଲାରେ ଜଣେ ଛାତ୍ରର ହାର୍ଟ ଆଟାକ୍ ଆସିଯାଇଛି ଯାହାଦ୍ୱାରା ତାଙ୍କର ମୃତ୍ୟୁ ଘଟିଛି । ତେବେ ଛାତ୍ର ଜଣଙ୍କର ମୃତ୍ୟୁ ପରେ ସାରା ପରିବାରରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁଯାୟୀ ଘିରୋର ସହରର ବାସିନ୍ଦା ଅଙ୍କିତ ସୋନ ରାଜେଶ 18 ବର୍ଷ ବୟସର ଦ୍ୱାଦଶ ଶ୍ରେଣୀର ଛାତ୍ର ଥିଲେ । ଶନିବାର ଅପରାହ୍ନରେ ପରୀକ୍ଷା ଫଳାଫଳ ଘୋଷଣା ହେବା ପରେ ଅଙ୍କିତ ମୋବାଇଲରେ ପରୀକ୍ଷା ଫଳାଫଳ ଦେଖୁଥିଲେ । ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ ପରୀକ୍ଷାରେ ବିଫଳ ହେବା ପରେ ଅଙ୍କିତଙ୍କର ହୃଦଘାତ ହୋଇଥିଲା । ତରବରିଆ ଭାବେ ସେମାନେ ତାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.