ନକଲି ସୂର୍ଯ୍ୟ ପରେ ଏବେ ଚୀନ୍‌ ତିଆରି କଲା ଚନ୍ଦ୍ର, ଆଉ ସହରରେ ଦରକାର ନାହିଁ ଷ୍ଟ୍ରିଟ୍‌ ଲାଇଟ୍‌

ଚୀନ ସବୁବେଳେ ନିଜକୁ ଶକ୍ତିଶାଳୀ ପ୍ରମାଣିତ କରିବା ପାଇଁ ଅନେକ ଅଜବ ଅଜବ ପନ୍ଥା ଆପଣାଇଛି । କେତେବେଳେ ମହାମାନବ ତିଆରି କରୁଛି ତ କେତେବେଳେ ତିଆରି କରୁଛି ବମ ପ୍ଲାଣ୍ଟ ।ଏବେ ପୁଣି କିଛି ଦିନ ପୂର୍ବରୁ କୃତ୍ରିମ ସୂର୍ଯ୍ୟ ତିଆରି କରିଥିଲା ଚୀନ୍ । ପୁଣି ବର୍ତ୍ତମାନ ତିଆରି କରିଛି କୃତ୍ରିମ ଚନ୍ଦ୍ର। ପୃଥିବୀର ପରିବେଶକୁ ଅନୁକରଣ କରିବା ପାଇଁ ‘କୃତ୍ରିମ ଚନ୍ଦ୍ର’ ନିର୍ମାଣ କରିଛି ଚୀନ ।

ତେବେ ୨୦୨୧ ମସିହାକୁ ବେଜିଂ ପାଇଁ ସବୁଠାରୁ ସଫଳ ବର୍ଷ ବୋଲି କୁହାଯାଉଛି। ଚାଇନାର ସ୍ପେସ୍ ପ୍ରୋଗ୍ରାମ ବର୍ତ୍ତମାନ ଆଗେଇବାରେ ଚାଲିଛି । ପୁଣି ଏଥିରେ ସେ ସଫଳ ହେବାରେ ଲାଗିଛି । ଚୀନ ବର୍ତ୍ତମାନ ଏକ କୃତ୍ରିମ ଚନ୍ଦ୍ର ତିଆରି କରିଛି ଯାହା ଯାହା ନୂଆ ଟେକ୍ନୋଲୋଜିରେ ଭବିଷ୍ୟତରେ ହେବାକୁ ଥିବା ମିଶନ ବିଷୟରେ ସୂଚନା ଦେବା । ସବୁ ତଥ୍ୟ ଦେବା ପାଇଁ ସାହାଯ୍ୟ ମଧ୍ୟ କରିବ। ପୃଥିବୀରେ ଚନ୍ଦ୍ରର ପରିବେଶକୁ ପରୀକ୍ଷା କରିବା ପାଇଁ ଚୀନ ବୈଜ୍ଞାନିକମାନେ ଏପରି ଏକ କୃତ୍ରିମ ଚନ୍ଦ୍ର ତିଆରି କରିଛନ୍ତି ।

ଚୀନ୍ର ମହାକାଶଚାରୀଙ୍କୁ ତାଲିମ ଦେବା ପାଇଁ ଏହା ଏହା ଭଲ ଉପାୟ ହେବ ବୋଲି ସୂଚନାରୁ ଜଣାପଡିଛି । ତେବେ ଚୀନ ତିଆରି କରିଥିବା ଏହି ମିନି-ଚନ୍ଦ୍ରର ବ୍ୟାସ ପ୍ରାୟ ଦୁଇ ଫୁଟ ରହୁଥିବା ବେଳେ ଏହାର ପୃଷ୍ଠ ପଥର ଏବଂ ଧୂଳିରେ ତିଆରି ହୋଇଛି ଯାହାକି ଚନ୍ଦ୍ରରେ ଥିବା ପୃଷ୍ଠ ଭୂମି ପରି ହାଲୁକା । ତେବେ ଏହି କୃତ୍ରିମ ଜହ୍ନକୁ ତିଆରି କରିବା ପାଇଁ ଚୀନର ଅନେକ ବୈଜ୍ଞାନିକ ସାମିଲ ହୋଇଥିଲେ ପୁଣି ଏହା ସହିତ ପଦାର୍ଥବିଜ୍ଞାନୀମାନେ ମଧ୍ୟ ଏହି ଚନ୍ଦ୍ରରେ ମାଟି ଦେବା ପାଇଁ ଭୂମିପୂଜନ କରିଥିଲେ । ସେହି ଭୂମିର ମାଟିକୁ ପରୀକ୍ଷଣ କରି ଚନ୍ଦ୍ର ପୃଷ୍ଠରେ ବ୍ୟବହାର କରାଯାଇଥିଲା ।

ଚୀନ୍ ଏହାର ମୁନ ମିସନର ଚତୁର୍ଥ ପର୍ଯ୍ୟାୟ ସଫଳତା ହାସଲ କରି ସାରିଛି। ଭବିଷ୍ୟତରେ ଚୀନ ମୁନ ମିସନ ପାଇଁ ଏକ ଏକ ଗବେଷଣା କେନ୍ଦ୍ର ନିର୍ମାଣ କରିବ ଏବଂ ଚନ୍ଦ୍ର ପୃଷ୍ଠରେ ନିଜର ଅନୁସନ୍ଧାନ ଜାରି ରଖିବ । ଏହା ପୁଣି ନିଜର ସ୍ପେସ୍ ଷ୍ଟେସନ ନିର୍ମାଣ କାର୍ଯ୍ୟ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.