ପ୍ରେମରେ ଧୋକା ଖାଇବା ପରେ ବୟଫ୍ରେଣ୍ଡ ଦେଇଥିବା ସମସ୍ତ ଜିନିଷକୁ ସେଲ୍‌ରେ ଲଗାଇ ଦେଲେ ଯୁବତୀ, ନେଲେ ଏଭଳି ନିଷ୍ପତ୍ତି

ପ୍ରେମରେ ଧୋକା ଖାଇବା ଆଜିକାଲି ବହୁତ ସାଧାରଣ କଥା ହୋଇଗଲାଣି। କିନ୍ତୁ ଏବେ ଏବେ ଏମିତି ଏକ ଖବର ଆସିଛି, ଯାହା ଆପଣଙ୍କୁ ଚକିତ କରିଦେବ। କଥାଟି ହେଲା, ଜଣେ ପ୍ରେମିକା ତା’ ପ୍ରେମିକଙ୍କଠାରୁ ଧୋକା ଖାଇବା ପରେ ତାଙ୍କୁ ଏକ ଲେଶନ ଶିଖାଇଛନ୍ତି, ଯେଉଁଥିରେ ଯୁବତୀ ଜଣକ ନିଜର ଧୋକାବାଜ୍ ବୟଫ୍ରେଣ୍ଡକୁ ପାନେ ଦେବା ପାଇଁ ତାଙ୍କ ସହ ଜଡ଼ିତ ସମସ୍ତ ଜିନିଷକୁ ସେଲ୍‌ରେ ବିକ୍ରି କରିଦେଇଛନ୍ତି।

ମେଲବର୍ଣ୍ଣରେ ରହୁଥିବା ହିଦି ରୁହୋନେନ୍ ନାମ୍ନୀ ଯୁବତୀ ଜଣେ ଯୁବକଙ୍କ ସହ ରିଲେଶନଶିପ୍‌ରେ ଥିଲେ। ସେହି ସମୟରେ ହିଦିଙ୍କୁ ଜଣାପଡ଼ିଥିଲା ତାଙ୍କ ବୟଫ୍ରେଣ୍ଡ ତାଙ୍କୁ ଧୋକା ଦେଉଛନ୍ତି। ଏହା ଜାଣିବା ପରେ ହିଦିଙ୍କ ହୃଦୟ ଭାଙ୍ଗିଗଲା। କିନ୍ତୁ ସେ ଅନ୍ୟ ଯୁବତୀଙ୍କ ଭଳି କାନ୍ଦି ନ ଥିଲେ, ବରଂ ନିଜ ଗ୍ୟାରେଜ୍‌ରେ ସେଲ୍ ଲଗାଇ ବୟଫ୍ରେଣ୍ଡ ସହ ଜଡ଼ିତ ସମସ୍ତ ଜିନିଷକୁ ନିଲାମ କରିଦେଇଥିଲେ।

ଏହାସହ ପଢ଼ନ୍ତୁ: ବିନା କପଡ଼ାରେ ପବ୍ ଇଭେଣ୍ଟରେ ସାମିଲ ହେବେ ଲୋକେ, ଏମିତି କରିବେ ମସ୍ତି

ହିଦିଙ୍କୁ ତାଙ୍କ ବୟଫ୍ରେଣ୍ଡ ଦେଇଥିବା କପଡ଼ା, ଶୁଜ୍‌, ଭିଡିଓ ଗେମ୍‌, ମୁଭି, ପୁସ୍ତକ ଏବଂ ସ୍ପୀକର ଭଳି ଜିନିଷକୁ ସେ ନିଲାମ ଦେଇଛନ୍ତି। ଆଉ ଏହି ନିଲାମରେ ଯେଉଁ ପିଇସା ଆସିଛି, ସେଥିରେ ହିଦି ଏକ ଲମ୍ବା ଟୁର୍‌ରେ ଯିବାକୁ ସ୍ଥିର କରିଛନ୍ତି।