ବିମାନରେ ପକ୍ଷୀ ମାଡ଼ହେବା ଘଟଣା ପରେ DGCAର ନୂଆ ଗାଇଡଲାଇନ, ସବୁ ବିମାନ ବନ୍ଦର ପାଇଁ ଆସିଲା ଜରୁରୀ ମାର୍ଗଦର୍ଶିକା

ନୂଆଦିଲ୍ଲୀ : ନିକଟରେ ଜାହାଜରେ ପକ୍ଷୀଙ୍କ ମାଡ଼ ହେବାନେଇ ଅନେକ ମାମଲା ସାମ୍ନାକୁ ଆସିଥିଲା । ଯେଉଁଥିପାଇଁ ଅନେକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି । ଯାହାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଜରୁରୀ ମାର୍ଗଦର୍ଶିକା ଜାରି କରିଛି । ଫଳରେ ଯେପରି ବିମାନରେ ପକ୍ଷୀ କିମ୍ବା ଅନ୍ୟ ଜୀବମାନେ ବିମାନରେ ପିଟି ହେବା ଘଟଣାକୁ ରୋକାଯାଇପାରିବ ।

ଡିଜିସିଏ ବିମାନବନ୍ଦର ଅପରେଟରମାନଙ୍କୁ ପ୍ରଥମେ ୱାଇଲ୍ଡ ଲାଇଫ୍ ରିସ୍କ ମ୍ୟାନେଜମେଣ୍ଟ ପ୍ରୋଗ୍ରାମର ସମୀକ୍ଷା କରିବାକୁ ଓ ତା’ପରେ ସେମାନଙ୍କର ତ୍ରୁଟିର ମୂଲ୍ୟାଙ୍କନ କରିବାକୁ ଏବଂ ଏହାର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ କହିଛି। ଏହା ସହିତ ନିୟମିତ ପାଟ୍ରୋଲିଂ କରନ୍ତୁ। ଡିଜିସିଏ କହିଛି ଯେ ଏହି ସମସ୍ତ ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରାଯିବା ଉଚିତ ଏବଂ ଏହି ଗାଇଡଲାଇନକୁ ଯେ କୌଣସି ବିମାନବନ୍ଦରରେ କିମ୍ବା ଏହାର ଆଖପାଖରେ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ପଡ଼ିବ।

ଦେଶର ବିମାନ ବନ୍ଦରରେ ପକ୍ଷୀ ଏବଂ ଅନ୍ୟ ପ୍ରାଣୀମାନଙ୍କର ବିମାନ ସହିତ ମୁହାଁମୁହିଁ ଧକ୍କା ହେବାରୁ ରୋକିବା ପାଇଁ ଡିଜିସିଏ ଶନିବାର ଦିନ ଜାରି କରାଯାଇଥିବା ଏକ ଗାଇଡଲାଇନରେ କହିଛି ଯେ ନିୟମିତ ପାଟ୍ରୋଲିଂ କରିବା ସହିତ ପାଇଲଟମାନଙ୍କୁ ବନ୍ୟଜନ୍ତୁ କାର୍ଯ୍ୟକଳାପ ସହ ଜଡିତ ସୂଚନା ମଧ୍ୟ ଦେବାକୁ ପଡିବ। ଡିଜିସିଏ ଏ ବାବଦରେ ଏକ ନିର୍ଦ୍ଦେଶ ଜାରି କରିଛି ଏବଂ ବିମାନବନ୍ଦର ଅପରେଟରମାନଙ୍କୁ ବନ୍ୟଜନ୍ତୁ ବିପଦର ଆକଳନ କରିବାକୁ ମଧ୍ୟ କହିଛି। ଏରୋଡ୍ରମ ସଞ୍ଚାଳକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ବନ୍ୟଜନ୍ତୁ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ଉପରେ କ’ଣ ପଦକ୍ଷେପ ନିଆଯାଇଛି ଏହି ସମ୍ବନ୍ଧରେ ମାସିକ ରିପୋର୍ଟ ଦେବେ । ଏହା ସହ ପ୍ରତିମାସରେ ବନ୍ୟଜୀବଙ୍କ ଆକ୍ରମଣର ସଂଖ୍ୟାର ଏକ ରିପୋର୍ଟ ମଧ୍ୟ ଦେବେ ।

ବିମାନ ସହିତ ମୁହାଁମୁହିଁ ହୋଇଥିବା ପକ୍ଷୀମାନେ ଅତ୍ୟନ୍ତ ବିପଜ୍ଜନକ ପ୍ରମାଣିତ ହୋଇପାରନ୍ତି। ଗତ କିଛି ବର୍ଷ ମଧ୍ୟରେ ଏହିପରି ଅନେକ ଘଟଣା ସାମ୍ନାକୁ ଆସିଛି। ଗତ ୪ ଅଗଷ୍ଟରେ ଗୋଫାର୍ଷ୍ଟ ଏୟାରଲାଇନର ବିମାନ ଚଣ୍ଡୀଗଡ଼କୁ ଉଡ଼ାଣ ଭରିଥିଲା କିନ୍ତୁ ବିମାନରେ ଏକ ପକ୍ଷୀ ବାଡ଼େଇ ହେବାରୁ ଅହମଦାବାଦ ବିମାନ ବନ୍ଦରକୁ ଫେରିବାକୁ ପଡ଼ିଥିଲା । ଗତ ଅଗଷ୍ଟ ୫ ତାରିଖରେ ମୁମ୍ବାଇ ପାଇଁ ଉଡ଼ାଣ ଭରିଥିବା ବିମାନରେ ମଧ୍ୟ ପକ୍ଷୀ ମାଡ଼ ହେବାରୁ ଏହାକୁ ବାରଣାସୀ ଏୟାରପୋର୍ଟରେ ଲ୍ୟାଣ୍ଡ୍ କରିବାକୁ ପଡ଼ିଥିଲା । ସେହିପରି ୧୯ ଜୁନ୍ ରେ ମଧ୍ୟ ୧୮୫ ଯାତ୍ରୀଙ୍କୁ ନେଇ ଦିଲ୍ଳୀ ଯାଉଥିବା ସ୍ପାଇସଜେଟ୍ ର ବିମାନରେ ପକ୍ଷୀ ମାଡ଼ ହେବା କାରଣରୁ ବିମାନର ଇଞ୍ଜିନରେ ତ୍ରୁଟି ଦେଖାଦେଇଥିଲା, ଯାହାକୁ ପାଟନା ଏୟାରପୋର୍ଟରେ ଜରୁରୀକାଳୀନ ଲ୍ୟାଣ୍ଡିଂ କରିଥିଲା ।

 

Leave A Reply

Your email address will not be published.